Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟି-୨୦ ବିଶ୍ୱକପ୍ ପୂର୍ବରୁ ଆଜି ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଅଭ୍ୟାସ ମ୍ୟାଚ
ଆଜିର ଖବର

ଟି-୨୦ ବିଶ୍ୱକପ୍ ପୂର୍ବରୁ ଆଜି ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଅଭ୍ୟାସ ମ୍ୟାଚ

June 8, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଟି-୨୦ ବିଶ୍ୱକପ୍ ପୂର୍ବରୁ ଆଜି ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଅଭ୍ୟାସ ମ୍ୟାଚ
ଟି-୨୦ ବିଶ୍ୱକପ୍ ପୂର୍ବରୁ ଆଜି ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଅଭ୍ୟାସ ମ୍ୟାଚ

ନୂଆଦିଲ୍ଲୀ; ମହିଳା ଟି-୨୦ ବିଶ୍ୱକପ୍-୨୦୨୬ ପାଇଁ ଆଜି ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏକ ଅଭ୍ୟାସ ମ୍ୟାଚ୍ ଖେଳାଯିବ। ଏହା ଇତିହାସର ସବୁଠାରୁ ବଡ଼ ମହିଳା ଟି-୨୦ ବିଶ୍ୱକପ୍। କାରଣ ପ୍ରଥମ ଥର ପାଇଁ ୧୨ ଦଳ ଅଂଶଗ୍ରହଣ କରୁଛନ୍ତି। କିନ୍ତୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଟିମ୍ ଇଣ୍ଡିଆକୁ ଆଜି ଏକ ଅଭ୍ୟାସ ମ୍ୟାଚ୍ ରେ ପୂର୍ବତନ ଚାମ୍ପିଅନ୍ ୱେଷ୍ଟଇଣ୍ଡିଜ୍ ର ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ପଡିବ।

ଟି-୨୦ ବିଶ୍ୱକପ୍ ଅଭ୍ୟାସ ମ୍ୟାଚ୍ ଜୁନ୍ ୬ ତାରିଖରେ ଆରମ୍ଭ ହୋଇଥିବା ବେଳେ, ଭାରତୀୟ ଦଳ ଆଜି ପ୍ରଥମ ଥର ପାଇଁ ପଡ଼ିଆକୁ ଓହ୍ଲାଇବ। ବିଶ୍ୱକପ୍ ଆରମ୍ଭ ହେବା ପୂର୍ବରୁ ଟିମ୍ ଇଣ୍ଡିଆ ଦୁଇଟି ଅଭ୍ୟାସ ମ୍ୟାଚ୍ ଖେଳିବ। ପ୍ରଥମ ମ୍ୟାଚ୍ ଆଜି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏବଂ ଦ୍ୱିତୀୟ ମ୍ୟାଚ୍ ଜୁନ୍ ୧୦ ତାରିଖରେ ଇଂଲଣ୍ଡ ବିପକ୍ଷରେ ଖେଳିବ। ଏଠାରେ ଜାଣନ୍ତୁ: ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା କେତେ ସମୟରେ ଆରମ୍ଭ ହେବ?

ମ୍ୟାଚ୍ କେତେ ସମୟରେ ଆରମ୍ଭ ହେବ?

ଭାରତ-ୱେଷ୍ଟଇଣ୍ଡିଜ୍ ଅଭ୍ୟାସ ମ୍ୟାଚ୍ କାର୍ଡିଫରେ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୨:୩୦ ରେ ଆରମ୍ଭ ହେବ।

କେଉଁ ଚ୍ୟାନେଲରେ ସିଧା ପ୍ରସାରଣ ହେବ?

ଟିମ୍ ଇଣ୍ଡିଆର ଏହି ୱାର୍ମ-ଅପ୍ ମ୍ୟାଚ୍ ଷ୍ଟାର ସ୍ପୋର୍ଟସ୍ ଚ୍ୟାନେଲରେ ପ୍ରସାରିତ ହେବ। ଜିଓହଟଷ୍ଟାରରେ ଲାଇଭ୍ ଷ୍ଟ୍ରିମିଂ ଉପଲବ୍ଧ ହେବ। ଭାରତ ବନାମ ୱେଷ୍ଟଇଣ୍ଡିଜ୍ ୱାର୍ମ-ଅପ୍ ମ୍ୟାଚ୍ ICCର ଅଫିସିଆଲ୍ YouTube ଚ୍ୟାନେଲ ଏବଂ ICC.tv ରେ ମଧ୍ୟ ସିଧା ଦେଖାଯାଇପାରିବ।

ଭାରତର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ:

ଜୁନ୍ ୧୪ ତାରିଖ- ଭାରତ ବନାମ ପାକିସ୍ଥାନ
ଜୁନ୍ ୧୭ ତାରିଖ- ଭାରତ ବନାମ ନେଦରଲ୍ୟାଣ୍ଡ
ଜୁନ୍ ୨୧ ତାରିଖ- ଭାରତ ବନାମ ଦକ୍ଷିଣ ଆଫ୍ରିକା
ଜୁନ୍ ୨୫ ତାରିଖ- ଭାରତ ବନାମ ବାଂଲାଦେଶ
ଜୁନ୍ ୨୮ ତାରିଖ- ଭାରତ ବନାମ ଅଷ୍ଟ୍ରେଲିଆ।

ମହିଳା ଟି -୨୦ ବିଶ୍ୱକପ ପାଇଁ ଇଣ୍ଡିଆନ ସ୍କ୍ବାଡ: ହରମାନପ୍ରୀତ କୌର (କ୍ୟାପଟେନ), ସ୍ମୃତି ମନ୍ଧନା (ଉପ-କ୍ୟାପଟେନ), ଶେଫାଲୀ ବର୍ମା, ଜେମିମା ରୋଡ୍ରିଗୁସ୍, ଭାରତୀ ଫୁଲମାଲି, ଦୀପ୍ତି ଶର୍ମା, ରିଚା ଘୋଷ (ୱିକେଟ୍ କିପର), ଶ୍ରୀ ଚରଣୀ, ୟସ୍ତିକା ଭାଟିଆ, ନନ୍ଦିନୀ ଶର୍ମା, ଅରୁନ୍ଧତୀ ରାୟ, ରେଣୁକା ଠାକୁର, କ୍ରାନ୍ତି ଗୌଡ, ଶ୍ରେୟଙ୍କା ପାଟିଲ୍, ରାଧା ଯାଦବ।

India Vs West Indies INDW Vs WIW Womens T20 World Cup 2026
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ

August 18, 2026

କୋରାପୁଟର ଲକ୍ଷ୍ମୀପୁରରେ ଭୂକମ୍ପ ଝଟକା, ଭୟରେ ଘରୁ ବାହାରିଲେ ଲୋକେ

August 18, 2026

ଚିଲିକା ଅଞ୍ଚଳର ସମାଜସେବୀ ଶଙ୍କର ପାଇକରାୟଙ୍କୁ ଏମ୍ସରେ ସାକ୍ଷାତ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

August 18, 2026

“ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ”: ଆତଙ୍କବାଦ ଉପରେ ପାକିସ୍ତାନକୁ ଭାରତର କଡ଼ା ଜବାବ

August 18, 2026
Latest News

ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ

August 18, 2026

କୋରାପୁଟର ଲକ୍ଷ୍ମୀପୁରରେ ଭୂକମ୍ପ ଝଟକା, ଭୟରେ ଘରୁ ବାହାରିଲେ ଲୋକେ

August 18, 2026

ଚିଲିକା ଅଞ୍ଚଳର ସମାଜସେବୀ ଶଙ୍କର ପାଇକରାୟଙ୍କୁ ଏମ୍ସରେ ସାକ୍ଷାତ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

August 18, 2026

“ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ”: ଆତଙ୍କବାଦ ଉପରେ ପାକିସ୍ତାନକୁ ଭାରତର କଡ଼ା ଜବାବ

August 18, 2026

‘ନିଶାମୁକ୍ତ ଭାରତ ଅଭିଯାନ’ ପାଇଁ ଓମ୍ଫେଡ୍ ର ଶପଥ ଗ୍ରହଣ

August 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.