ଭୁବନେଶ୍ଵର : ଉଜ୍ଜଳା ହିତାଧିକାରୀଙ୍କୁ ଝଟକା । ସବସିଡି ସିଲିଣ୍ଡର ସଂଖ୍ୟା ୯ରୁ ୪କୁ ଖସିଲା । ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା (PMUY)ରେ ୯ଟି ସବସିଡି ମିଳୁଥିଲା । ସାଂପ୍ରତିକ ଗ୍ୟାସ ସଙ୍କଟ ଭିତରେ ସବସିଡି ସିଲିଣ୍ଡର ସଂଖ୍ୟା କମାଇଲେ । ୨୦୧୬ରେ ଯୋଜନା ଲାଗୁ ବେଳେ ବାର୍ଷିକ ୧୨ଟି ସବସିଡି ସିଲିଣ୍ଡର ମିଳୁଥିଲା । ଗତବର୍ଷ ଏହା ୯କୁ ହ୍ରାସ କରିଥିଲେ କେନ୍ଦ୍ର ସରକାର । ହିତାଧିକାରୀଙ୍କୁ ସବସିଡି ବାବଦରେ ସିଲିଣ୍ଡର ପିଛା ୩୦୦ ଟଙ୍କା ମିଳୁଛି ।


