Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରତିଶ୍ରୁତି ଦେଇ କଥା ରଖିଲେନି ସରକାର: ସମନ୍ୱୟ ସମିତି
ଆଜିର ଖବର

ପ୍ରତିଶ୍ରୁତି ଦେଇ କଥା ରଖିଲେନି ସରକାର: ସମନ୍ୱୟ ସମିତି

June 9, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ସମନ୍ୱୟ ସମିତି
ଆଜି ସମସ୍ତ ଜିଲ୍ଲାଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଦାବିପତ୍ର ପ୍ରଦାନ: ସମନ୍ୱୟ ସମିତି
ଭୁବନେଶ୍ୱର: ସରକାର ସବୁ ବର୍ଗର ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନଙ୍କ ସମସ୍ୟାକୁ ବିଚାରକୁ ନେବା ସଙ୍ଗେ ସଙ୍ଗେ ଏହାର ଏକ ସ୍ଥାୟୀ ସମାଧାନ ପାଇଁ ଗଠନ କରିଥିବା ଉଚ୍ଚସ୍ତରୀୟ କମିଟିର ୬ ମାସର ଅବଧି ପୂରଣ ହୋଇଛି। ଏ ନେଇ ମାନ୍ୟବର ମନ୍ତ୍ରୀ, ବିଧାୟକ ଓ ଅଧିକାରୀମାନେ ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ଉଚ୍ଚସ୍ତରୀୟ କମିଟି ଗଠନର ୬ ମାସ ବିତିଥିଲେ ମଧ୍ୟ ପ୍ରତିଶ୍ରୁତି ପୂରଣ ହୋଇନାହିଁ ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ କହିଛନ୍ତି।
ସୂଚନାଥାଉକି, ଶିକ୍ଷକ କର୍ମଚାରୀମାନଙ୍କର ପ୍ରମୁଖ ଦାବି ମଧ୍ୟରେ ଅନୁଦାନଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପ୍ରଦାନ କରିବା, ୨୦୦୪ ମସିହାଠାରୁ ଅଦ୍ୟାବଧି ଅବସର ନେଇଥିବା ଏବଂ ଆଗାମୀ ଦିନରେ ଅବସର ନେବାକୁ ଥିବା ଶିକ୍ଷକ କର୍ମଚାରୀମାନଙ୍କୁ ବ୍ୟବସ୍ଥା ଅନୁସାରେ ପେନସନ୍ ଓ ଅବସରକାଳୀନ ସୁବିଧା, ଉଚ୍ଚନ୍ୟାୟାଳୟଙ୍କ ତା୧୨.୦୧.୨୦୨୪ରିଖର ନିର୍ଦ୍ଦେଶନାମାକୁ ପାଳନ କରି ସମସ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କୁ ନ୍ୟାୟ ପ୍ରଦାନ କରିବା, ସମସ୍ତ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ସରକାରୀକରଣ, ନୂତନ ପେନସନ୍ ବ୍ୟବସ୍ଥାକୁ ବାତିଲ କରି ପୂର୍ବ ପ୍ରଚଳିତ ପୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ କରିବା, ୨୦୧୩ ମସିହା ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନୋସନାଲ୍ ଇନ୍‌କ୍ରିମେଣ୍ଟ ଦେବା ସହିତ ବରିଷ୍ଠତା ପ୍ରଦାନ କରିବା, ଗ୍ରେଡ଼ପେ ରେ ଥିବା ଅସଙ୍ଗତି ଦୂରୀକରଣ, ଅବସର ବୟସସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା, ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତ କରିବା ଆଦି ଦାବିକୁ ନେଇ ସମନ୍ୱୟ ସମିତି ଆନ୍ଦୋଳନକୁ ଓହ୍ଲାଇଥିଲା। ଫଳରେ ସରକାର ଏକ ପାଞ୍ଚ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରି ୬ ମାସ ମଧ୍ୟରେ ଅନୁଦାନ, ପେନସନ୍‌, ଅବସର ବୟସ ସୀମା ୬୨ କୁ ବୃଦ୍ଧି ଆଦି ଦିଆଯାଇଥିବା ସମସ୍ୟା ଗୁଡ଼ିକର ସ୍ଥାୟୀ ସମାଧାନ ପାଇଁ କମିଟିର ପ୍ରସ୍ତାବ ଆହ୍ୱାନ କରିଥିଲେ।
ଏହି କମିଟି ଯେଉଁ ନିଷ୍ପତ୍ତି ନେବ ତାହାକୁ ମିଳିତ ସମନ୍ୱୟ ସମିତିର ନେତୃତ୍ୱମାନଙ୍କ ସହିତ ଶିକ୍ଷା ସଚିବ ଓ ଆନ୍ଦୋଳନ ବେଳେ ମଧ୍ୟସ୍ଥତା କରିଥିବା ଉଭୟ ମାନ୍ୟବର ବିଧାୟକ ଉପସ୍ଥିତ ରହି ଏହାର ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ସହମତି ପ୍ରକାଶ କଲେ ତାହା ସରକାରଙ୍କ ଦ୍ୱାରା ଗ୍ରହଣୀୟ ହେବ ବୋଲି ଦୃଢ଼ ପ୍ରତିଶ୍ରୁତି ପ୍ରଦାନ କରାଯାଇଥିଲା। ମାତ୍ର ପ୍ରତିଶ୍ରୁତି ଆଜି ପ୍ରତାରଣାରେ ପରିଣତ ହୋଇଛି। ସରକାର ଗଠନ କରିଥିବା କମିଟି ୬ ମାସ ମଧ୍ୟରେ ସଂପୂର୍ଣ୍ଣ ରିପୋର୍ଟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସରକାର ତୁରନ୍ତ କମିଟିର ରିପୋର୍ଟକୁ ନେଇ ଏକ ବୈଠକ ଆହ୍ୱାନ କରି ସମସ୍ୟାକୁ ସମାଧାନ କରିବେ ବୋଲି ବିଧାନ ସଭାର ପବିତ୍ର ଗୃହରେ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ। କମିଟି ତାର ରିପୋର୍ଟ ପ୍ରଦାନ କରିଛି। କିନ୍ତୁ ତାହା କାର୍ଯ୍ୟକାରୀ ହୋଇ ନାହିଁ ବୋଲି ସମନ୍ୱୟ ସମିତି ପକ୍ଷରୁ ଅଭିଯୋଗ କରାଯାଇଛି।
ସରକାର ଆଉ କିଛିଦିନ ପରେ ତାଙ୍କର ଦୁଇବର୍ଷର ପୂର୍ତ୍ତି ପାଳନ କରିବାକୁ ଯାଉଥିବା ବେଳେ ଶିକ୍ଷକ ମାନଙ୍କ ପେଟରେ ଦାନା ଦେଇ ଓ ଅବସର ନେଇଥିବା ଶିକ୍ଷକଙ୍କୁ ପେନସନ୍ ପ୍ରଦାନ କରି ସମସ୍ୟା ସମାଧାନ କରନ୍ତୁ ନଚେତ୍ ଶିକ୍ଷକ ସମାଜ ନିଜର ହକ୍ ପାଇଁ ବାଧ୍ୟ ହୋଇ ସଂଗ୍ରାମର ମୈଦାନକୁ ଓହ୍ଲାଇବ ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶଙ୍କ ସମେତ ସମନ୍ୱୟ ସମିତିର ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ନିର୍ମଳା ପଣ୍ଡା, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଅଜୟ କୁମାର ପତି, ଗରୁଡ଼ ଚନ୍ଦ୍ର ସାହୁ, ରଞ୍ଜନ କୁମାର ପଣ୍ଡା, ଏମ୍‌.ଏ.କାସିମ୍ ବେଗ୍‌, ପ୍ରଶାନ୍ତ କୁମାର ପତି, ସୁରେଶ ଚନ୍ଦ୍ର ଦାସ, ରାଜା ଓସିମ୍‌, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା, ଗଦାଧର ଶତପଥି, ରମାକାନ୍ତ ଲେଙ୍କା ଏବଂ ମଧୁସୂଦନ ଦେ ପ୍ରମୁଖ ସରକାରଙ୍କୁ ଦୃଢ଼ ଚେତାବନୀ ଦେଇଛନ୍ତି।
କଥା ରଖିଲେନି ସରକାର ସମନ୍ୱୟ ସମିତି
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର ଓ ଖୋର୍ଦ୍ଧାର ପିଆଜ ଗୋଦାମ ଉପରେ ଯୋଗାଣ ବିଭାଗ ତରଫରୁ ଚଢାଉ

August 21, 2026

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭାରତ ସରକାରଙ୍କ ସଚିବମାନଙ୍କ ତୃତୀୟ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ

August 21, 2026

କ୍ରମାଗତ ପଞ୍ଚମ ଦିନ ପାଇଁ ଖୋଲା ଆକାଶତଳେ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀ

August 21, 2026

ରାଶିଫଳ: ଅଗଷ୍ଟ ୨୧ ତାରିଖ ଶୁକ୍ରବାରରେ ଏହି ପାଞ୍ଚୋଟି ରାଶି ଉପରେ ଲାଗିରହିବ ସମସ୍ୟା

August 21, 2026
Latest News

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ

August 21, 2026

ଭୁବନେଶ୍ୱର ଓ ଖୋର୍ଦ୍ଧାର ପିଆଜ ଗୋଦାମ ଉପରେ ଯୋଗାଣ ବିଭାଗ ତରଫରୁ ଚଢାଉ

August 21, 2026

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭାରତ ସରକାରଙ୍କ ସଚିବମାନଙ୍କ ତୃତୀୟ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ

August 21, 2026

କ୍ରମାଗତ ପଞ୍ଚମ ଦିନ ପାଇଁ ଖୋଲା ଆକାଶତଳେ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀ

August 21, 2026

ଦକ୍ଷିଣ କ୍ଷେତ୍ରୀୟ ପରିଷଦର ୩୧ତମ ବୈଠକରେ ଅଧ୍ୟକ୍ଷତା କଲେ ଅମିତ ଶାହ

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.