Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା-ଝାଡଖଣ୍ଡ ସୀମାଞ୍ଚଳରେ ଆନ୍ତଃରାଜ୍ୟ ଜୁଆ ଗ୍ୟାଙ୍ଗକୁ ଠାବ କଲା ରାଉରକେଲା ପୋଲିସ
ଆଜିର ଖବର

ଓଡ଼ିଶା-ଝାଡଖଣ୍ଡ ସୀମାଞ୍ଚଳରେ ଆନ୍ତଃରାଜ୍ୟ ଜୁଆ ଗ୍ୟାଙ୍ଗକୁ ଠାବ କଲା ରାଉରକେଲା ପୋଲିସ

June 9, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Rourkela Police conducted a raid on gambling gang.
Rourkela Police conducted a raid on gambling gang.

ଭୁବନେଶ୍ଵର: ଅପରାଧ ଏବଂ ବେଆଇନ କାର୍ଯ୍ୟକଳାପ ବିରୋଧରେ ଚାଲିଥିବା ଓଡ଼ିଶା ପୋଲିସର ନିରନ୍ତର ଅଭିଯାନକୁ ଆଉ ଏକ ଉଲ୍ଲେଖନୀୟ ସଫଳତା ମିଳିଛି। ରାଉରକେଲା ପୋଲିସ ସେକ୍ଟର-୧୫ ଥାନା ଅନ୍ତର୍ଗତ ଓଡ଼ିଶା-ଝାଡଖଣ୍ଡ ସୀମାଞ୍ଚଳରେ ଥିବା ଲୁଆକେରା ଗ୍ରାମରେ ଚଢ଼ାଉ କରି ଏକ ଆନ୍ତଃରାଜ୍ୟ ଜୁଆ ଗ୍ୟାଙ୍ଗକୁ ଠାବ କରିଛି।

ଏହି ଘଟଣାରେ ସମ୍ପୃକ୍ତ ଥିବା ବହାନ କଂସାରୀ (୪୮) ଏବଂ ଦିଲୀପ କଂସାରୀ (୫୯)ଙ୍କୁ ଗିରଫ କରିଛି। ଉଭୟ ଅଭିଯୁକ୍ତ ରାଉରକେଲା ସେକ୍ଟର-୧୫ ଥାନା ଅନ୍ତର୍ଗତ ଲୁଆକେରା ଗ୍ରାମର ବାସିନ୍ଦା।ଏହା ସହ ନଗଦ ଟଙ୍କା ୨୮,୩୯,୪୦୦/- ଟଙ୍କା, ୪୦୫ ଗ୍ରାମ ସୁନା ଅଳଙ୍କାର, ୬୦୦ ଗ୍ରାମ ରୂପା ଅଳଙ୍କାର, ୦୩ଟି ଚାରିଚକିଆ ଯାନ, ୦୪ଟି ମୋଟରସାଇକେଲ ସମେତ ମୋବାଇଲ ଫୋନ, ପାଲି , କ୍ୟାସ କାଉଣ୍ଟିଂ ମେସିନ ପୋଲିସ ଜବତ କରିଛି।

ରାଉରକେଲା ସେକ୍ଟର-୧୫ ଥାନା ଅନ୍ତର୍ଗତ ଲୁଆକେରା ଗ୍ରାମରେ ନିୟମିତ ଜୁଆ ଖେଳ ହେଉଥିବା ସମ୍ପର୍କରେ ସୂଚନା ପାଇ ପୋଲିସ ଚଢଉ କରିଥିଲା । ଏହି ଅଭିଯାନରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ନେତୃତ୍ୱରେ ବ୍ୟାପକ ପୋଲିସ ନିୟୋଜିତ କରାଯାଇଥିଲା।ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଜୁଆ ସମ୍ବନ୍ଧୀୟ ମାମଲା ରହିଛି। ବଣ୍ଡାମୁଣ୍ଡା ଥାନା ଏବଂ ବିସ୍ରା ଥାନା ରେ ସେମାନଙ୍କ ସମ୍ପୃକ୍ତି ରହିଥିବା ତଦନ୍ତରୁ ଜଣା ପଡିଛି।

ଏହି ଆନ୍ତଃରାଜ୍ୟ ଜୁଆ ଗ୍ୟାଙ୍ଗ ସହ ଜଡ଼ିତ ଅନ୍ୟ ବ୍ୟକ୍ତିମାନଙ୍କ ଭୂମିକା ଏବଂ ସମ୍ପୃକ୍ତି ସମ୍ପର୍କରେ ତଦନ୍ତ ଚାଲିଛି। ପୋଲିସ ପକ୍ଷରୁ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।ଆଗାମୀ ଦିନରେ ଓଡ଼ିଶା ପୋଲିସ ରାଜ୍ୟରେ ଜୁଆ, ଅପରାଧ ଓ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପ ବିରୋଧରେ କଠୋର ମଧ୍ୟ ଜାରି ରଖିବ ଏବଂ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

gambling gang. Rourkela Police ରାଉରକେଲା ପୋଲିସ ସେକ୍ଟର-୧୫ ଥାନା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ରାଜସ୍ଥାନ ଏବଂ ଗୁଜରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ 

July 4, 2026

ଇଥାନଲ ମିଶ୍ରଣକୁ ନେଇ ମିଥ୍ୟା ଅପପ୍ରଚାରକୁ ଖଣ୍ଡନ କଲେ ସରକାର

July 4, 2026

ଜାପାନୀ ସଂସ୍ଥା ସହ ଓଡ଼ିଶା ସରକାରଙ୍କ ଐତିହାସିକ ଚୁକ୍ତି, ୬୭ ହଜାର କୋଟି ଟଙ୍କାର ଗ୍ରୀନ ଏନର୍ଜି ନିବେଶ

July 4, 2026

ବିପୁଳ ପରିମାଣର ବିଦେଶୀ ମଦ ଜବତ

July 3, 2026
Latest News

ଆଜି ରାଜସ୍ଥାନ ଏବଂ ଗୁଜରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ 

July 4, 2026

ଇଥାନଲ ମିଶ୍ରଣକୁ ନେଇ ମିଥ୍ୟା ଅପପ୍ରଚାରକୁ ଖଣ୍ଡନ କଲେ ସରକାର

July 4, 2026

ଆଜି ଜୁଲାଇ ୪ ତାରିଖରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜଳ ହେବ, ଜାଣନ୍ତୁ ରାଶିଫଳ

July 4, 2026

ଜାପାନୀ ସଂସ୍ଥା ସହ ଓଡ଼ିଶା ସରକାରଙ୍କ ଐତିହାସିକ ଚୁକ୍ତି, ୬୭ ହଜାର କୋଟି ଟଙ୍କାର ଗ୍ରୀନ ଏନର୍ଜି ନିବେଶ

July 4, 2026

ବିପୁଳ ପରିମାଣର ବିଦେଶୀ ମଦ ଜବତ

July 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.