ଭୁବନେଶ୍ବର : ରାଜ୍ୟରେ ସ୍ବାସ୍ଥ୍ୟସେବା ଦୃଢୀକରଣ ଦିଗରେ ଆଉ ଏକ ପଦକ୍ଷେପ । ମେଡିକାଲ କଲେଜ ଓ ହସ୍ପିଟାଲଗୁଡିକ ପାଇଁ ୭୫୫ଟି ନୂତନ ପଦବୀ ମଞ୍ଜୁର ହୋଇଛି । ମଞ୍ଜୁର ପାଇଥିବା ପଦବୀ ମଧ୍ୟରେ ରହିଛି ୭ଟି ପ୍ରଫେସର, ୩୫ଟି ଆସୋସିଏଟ ପ୍ରଫେସର, ୫୦ ଆସିଷ୍ଟାଣ୍ଟ ପ୍ରଫେସର, ୨୯ ଟ୍ୟୁଟର, ୨୪୮ ସିନିୟର ରେସିଡେଣ୍ଟଙ୍କୁ ନିଯୁକ୍ତି ମିଳିବ । ୧୯୦ ଜୁନିଅର ରେସିଡେଣ୍ଟ, ୧୧୨ ସିଏମଓ, ୮୪ଟି ବ୍ଲଡ ବ୍ୟାଙ୍କ ଅଫିସର ପଦବୀକୁ ମଞ୍ଜୁରୀ ମିଳିଛି । ଏହି ପଦବୀ ଦ୍ଵାରା ମେଡିକାଲ କଲେଜରେ ଶିକ୍ଷକ ଉପଲବ୍ଧତା ବୃଦ୍ଧି ପାଇବ ।


