ଭାରତର ସବୁଠାରୁ ଦୀର୍ଘ ସମୟର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ରେକର୍ଡ ସ୍ଥାପନ କରିଥିବା ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ କହିଛନ୍ତି, “ମୋଦୀ ଜଣେ ଅସାଧାରଣ ପ୍ରଧାନମନ୍ତ୍ରୀ, ଶକ୍ତିଶାଳୀ ଏବଂ ବହୁତ ଚତୁର ନେତା।”
ପ୍ରଧାନମନ୍ତ୍ରୀ ମୋଦୀ ଜବାହରଲାଲଙ୍କ ୪,୩୯୯ ଦିନର ରେକର୍ଡ ଅତିକ୍ରମ କରି ଦେଶର ଇତିହାସରେ ସବୁଠାରୁ ଦୀର୍ଘ ସମୟ ପାଇଁ ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଟ୍ରମ୍ପଙ୍କ ଶୁଭେଚ୍ଛାର ଜବାବରେ ମୋଦୀ ଭାରତ-ଆମେରିକା ସହଯୋଗକୁ ଆହୁରି ସୁଦୃଢ଼ କରିବାର ସଙ୍କଳ୍ପ ବ୍ୟକ୍ତ କରିଛନ୍ତି।


