ସମ୍ବଲପୁର : ଧନୁପାଲି ଥାନା ଭତରା ନିକଟରେ ଇଭି ଅଟୋ କାର ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ବାପ – ଝିଅଙ୍କର ମୃତ ହୋଇଥିବାବେଳେ କାରଟି ରାସ୍ତା ତଳକୁ ଖସି ପଡିଛି । ମିଳିଥିବା ସୂଚନା ଅନୁସାରେ ଧନୁପାଲି ଥାନା ଅନ୍ତର୍ଗତ ଭତରା ଶଙ୍କର ମଠ ଝଙ୍କାର ବନ୍ଧ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସିରିଜ ଦୁର୍ଘଟଣା ଘଟିଯାଇଛି । ଏକ ସିମେଣ୍ଟ ମିକ୍ସର ଟ୍ରକ ପ୍ରଥମେ ଏକ ଇଭି ଅଟୋକୁ ଧକ୍କା ଦେବା ପରେ ଏକ କାର୍ କୁ ଧକ୍କା ଦେଇଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଚାଳକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।


