ଭୁବନେଶ୍ୱର: ପ୍ରଶାସନିକ କାରଣରୁ ଖୋର୍ଦ୍ଧା ରୋଡ୍ ଡିଭିଜନ ଅଧୀନରେ ଥିବା ଧାନମଣ୍ଡଳ–କପିଳାସ ରୋଡ୍ ସେକ୍ସନରେ ପୋଲ (ବ୍ରିଜ୍) ପୁନଃନିର୍ମାଣ କାର୍ଯ୍ୟ ସମ୍ପର୍କରେ ପୂର୍ବରୁ ସୂଚିତ କରାଯାଇଥିବା ନିମ୍ନଲିଖିତ ମେମୁ ଟ୍ରେନ୍ ସେବାଗୁଡ଼ିକର ସାମୟିକ ବାତିଲ୍ ନିର୍ଦ୍ଦେଶକୁ ପ୍ରତ୍ୟାହାର କରିନିଆଯାଇଛି।
ଫଳସ୍ୱରୂପ, ଟ୍ରେନ୍ ନଂ ୬୮୪୨୪/୬୮୪୨୩ କଟକ-ଭଦ୍ରକ-କଟକ ମେମୁ ଏବଂ ଟ୍ରେନ୍ ନଂ ୬୮୪୩୮/୬୮୪୩୭ କଟକ-ଭଦ୍ରକ-କଟକ ମେମୁ ଟ୍ରେନ ଗୁଡିକ ୧୨.୦୬.୨୦୨୬, ୧୯.୦୬.୨୦୨୬, ୨୬.୦୬.୨୦୨୬ ଏବଂ ୦୩.୦୭.୨୦୨୬ ତାରିଖରେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚଳାଚଳ କରିବ।
ଯାତ୍ରୀମାନଙ୍କୁ ଉପରୋକ୍ତ ପୁନଃପ୍ରଚଳନ ବିଷୟରେ ଧ୍ୟାନ ଦେବାକୁ ଏବଂ ସେହି ଅନୁଯାୟୀ ନିଜର ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦିଆଯାଉଛି।


