Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ରଜ ପିଠା ପ୍ରତିଯୋଗିତା
ଆଜିର ଖବର

ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ରଜ ପିଠା ପ୍ରତିଯୋଗିତା

June 12, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ରଜ ପିଠା ପ୍ରତିଯୋଗିତା
ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ରଜ ପିଠା ପ୍ରତିଯୋଗିତା

ଭୁବନେଶ୍ୱର: ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌) ପକ୍ଷରୁ ଶୁକ୍ରବାର ରଜ ପିଠା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ୧୮ବର୍ଷରୁ ଉର୍ଦ୍ଧ୍ୱ ଯୁବତୀ ଓ ମହିଳାମାନେ ପ୍ରସ୍ତୁତ କରି ଆଣିଥିବା ବିଭିନ୍ନ ପ୍ରକାର ପିଠା ପ୍ରଦର୍ଶିତ ହୋଇଥିଲା। ପ୍ରାୟ ୩୦ ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ।

ବିଭିନ୍ନ ପ୍ରକାରର ପୋଡପିଠା ଯଥା ସପୁରୀ ଚାଉଳ ପୋଡପିଠା, କଖାରୁ ପୋଡପିଠା, ଚାଉଳ ପୋଡପିଠା, କ୍ଷୀର ପୋଡପିଠା, ବିରି ପୋଡପିଠା, ଛତୁ ପୋଡପିଠା, ମହୁଲ ପୋଡପିଠା, ମାଣ୍ଡିଆ ପୋଡପିଠା, ଅମୃତ ଭଣ୍ଡା ପୋଡପିଠା ଓ ଲାଉ ପୋଡପିଠା ଏହି ପ୍ରତିଯୋଗିତାରେ ପ୍ରଦର୍ଶିତ କରାଯାଇଥିଲା।

ସେହିପରି ବୁଢା ଚକୁଳି, ଛେନାମଣ୍ଡା, ବିରି ଖଜା, ସୋୟାବିନ୍ ଛୁଙ୍କ, ଜାମୁକୋଳି ଚିତଉ ପିଠା, ଆମ୍ବ କାକରା, ଚନ୍ଦ୍ରକାନ୍ତି, ସୁଜି ସିଝା ମଣ୍ଡା, ପୁରଦିଆ ମଣ୍ଡା, ସୁଜି କାକରା, ଗୁଡ଼ ଓ ଚିନି ଆରିଷା ପିଠା, ପାଳୁଅ ମଣ୍ଡା, କ୍ଷୀର ଗଇଁଠା, ଜାମୁକୋଳି ମିଠା, ଜାମୁନ୍ ମଣ୍ଡା, ଜାମୁନ୍ ମୋଦକ, ଗାଜର ଚିିତଉ, ମାଣ୍ଡିଆ କନ୍ଦମୂଳ ରସାବଳୀ, ମାଣ୍ଡିଆ ଖିରି ଗଇଁଠା, ମାଣ୍ଡିଆ ପିଠା, ମାଣ୍ଡିଆ କାକରା, ଆମ୍ବ ଚିତଉ, ବେଲ ପିଠା, କଦମ୍ବ ପିଠା, ଆରିସା ମୁଆଁ ପିଠା, ଛେନା ଫୁଲ, ଏଣ୍ଡୁରୀ, ମାଣ୍ଡିଆ ମଣ୍ଡା, ନଡିଆ ମୋଦକ, ଖୁଆ ଗଇଁଠା ପିଠା, ଅପରାଜିତା ଗଇଁଠା ପିଠାଖିରୀ, ସାଗୁ ରସାବଳି, ଆମ୍ବ କାକରା, ଭୃଷଙ୍ଗ ପତ୍ର ଚକୁଳି ଭଳି ଅନେକ ପ୍ରକାରର ପିଠା ପ୍ରଦର୍ଶିତ ହୋଇଥିଲା।

ଏହି ମହିଳାମାନଙ୍କର ରୋଷେଇ ଦକ୍ଷତାକୁ ପରଖିବା ପାଇଁ ବିଚାରକ ଭାବେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି, ଲାଇଫ୍ ହୋଟେଲ ଭୁବନେଶ୍ୱରର ଏଚ୍‌ଆର ହେଡ୍ ଜଚ୍ଚିନ୍ଦର ଜେନା, ସେଫ୍ ସତ୍ୟସୌଭନ ଲେଙ୍କା ଓ ପ୍ରଫେସର ପତିତପାବନ ଲେଙ୍କା ବିଚାରକ ଭାବେ ଯୋଗଦେଇ ଖାଦ୍ୟର ମାନ ନିରୂପଣ କରିଥିଲେ।

ଏହି ପ୍ରତିଯୋଗିତାରେ ପ୍ରତିଯୋଗୀ ମାନଙ୍କର ଖାଦ୍ୟର ସ୍ୱାଦ, ପ୍ରସ୍ତୁତି, ରୂପ, ପରିବେଷଣ ଓ ଭିନ୍ନତାକୁ ନେଇ ବିଚାର କରାଯାଇଥିଲା। ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ଚଇନି ସ୍ୱାଗତ ଭାଷଣ ଦେଇ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ଧନ୍ୟବାଦ ପ୍ରଦାନ କରି ସେମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଶ୍ରୀ ଜେନା କହିଥିଲେ ଯେ ଓଡିଶାର ସଂସ୍କୃତିକୁ ଖୁବ୍ ନିଆରା ଭାବରେ ପରିପ୍ରକାଶ କରିବାର ମାଧ୍ୟମ ହେଉଛି ପିଠା ପ୍ରତିଯୋଗିତା। ଏହା କେବଳ ପ୍ରତିଯୋଗିତା ନୁହେଁ ଏହା ମହିଳାମାନଙ୍କ ଭିତରେ ଲୁକ୍କାୟିତ ଥିବା ପ୍ରତିଭାକୁ ପରିପ୍ରକାଶ କରିବା ନିମନ୍ତେ ଏକ ସୁଯୋଗ।

ଓଡିଶାର ସଂସ୍କୃତି ଓ ପରମ୍ପରାକୁ ନେଇ ସୋଆ ଏସ୍‌ଏଚଏମ୍‌ର ଦ୍ୱାରା ପ୍ରସ୍ତୁତ ହୋଇଥିବା ପିଠା ପ୍ରତିଯୋଗିତାରେ ମହିଳା ଓ ଝିଅମାନଙ୍କ ମଧ୍ୟରେ ଥିବା ପ୍ରତିଭା ଓ କଳା ଗୁଡିକୁ ପ୍ରକାଶ କରିବା ନିମନ୍ତେ ଏହିଭଳି ଅଭିନବ ପ୍ରୟାସ ପାଇଁ ସେ ଶିକ୍ଷାନୁଷ୍ଠାନକୁ ପ୍ରଶଂସା କରିଥିଲେ।

ସମ୍ମାନିତ ଅତିଥି ଭାବେ ସୋଆ ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଯୋଗଦେଇ କହିଥିଲେ ଯେ ନାରୀମାନେ ସ୍ୱାବଲମ୍ବୀ ହେବା ଏବଂ ସେମାନଙ୍କ ପାଖରେ ଥିବା ଲୁକ୍କାୟିତ ପ୍ରତିଭାକୁ ପ୍ରସ୍ପୁଟିତ କରିବା ଜରୁରୀ। ପ୍ରତିଯୋଗୀମାନଙ୍କର ଅଭିନବ ଚିନ୍ତାଧାରା ପାଇଁ ସେମାନଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ।

ଏହି ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ପ୍ରୋଗାମ୍ କୋର୍ଡିନେଟର ତଥା ଏସ୍‌ଏଚ୍‌ଏମ୍‌ର ପ୍ରଫେସର (ଡକ୍ଟର) ସ୍ମିତା ସୁଚରିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଓଡିଶାର ଗଣପର୍ବ ପିଠା ପ୍ରତିଯୋଗିତା ରଜ ଶିକ୍ଷା ଓ ଅନୁସନ୍ଧାନ ସୋଆ ଏସ୍‌ଏଚ୍‌ଏମ୍
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ଭାରତ-ପାକିସ୍ତାନ ମହାମୁକାବିଲା: ଜାଣନ୍ତୁ ଏସିଆ କପ୍ କାର୍ଯ୍ୟସୂଚୀ

October 25, 2026

ପଞ୍ଚସଖା ଓ ଶ୍ରୀଜଗନ୍ନାଥ ତତ୍ତ୍ୱ ଉପରେ ୪୩ ତମ ଶ୍ରୀଜଗନ୍ନାଥ କଥା ଲହରୀ

October 25, 2026

ଭୁବନେଶ୍ୱରରେ ବେଧଡ଼କ ଚାଲିଛି ଟ୍ୟାଙ୍କର୍‌ କ୍ଷୀର ବିକ୍ରି

October 25, 2026

ରିଆଲିଟି ଶୋ’ରୁ ବାହାରିବା ପରେ ଅଭିନେତ୍ରୀଙ୍କୁ ରେପ୍ ଓ ହତ୍ୟା ଧମକ

October 25, 2026
Latest News

ପୁଣି ଭାରତ-ପାକିସ୍ତାନ ମହାମୁକାବିଲା: ଜାଣନ୍ତୁ ଏସିଆ କପ୍ କାର୍ଯ୍ୟସୂଚୀ

October 25, 2026

‘ମୋଦୀଙ୍କ ବାପା ବି ଯିବ’: ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଖଡଗେଙ୍କ ବିବାଦୀୟ ବୟାନ, କାର୍ଯ୍ୟକ୍ରମରେ ହଙ୍ଗାମା

October 25, 2026

ପଞ୍ଚସଖା ଓ ଶ୍ରୀଜଗନ୍ନାଥ ତତ୍ତ୍ୱ ଉପରେ ୪୩ ତମ ଶ୍ରୀଜଗନ୍ନାଥ କଥା ଲହରୀ

October 25, 2026

Mann Ki Baat 139: ଆଜି ମନ୍ କି ବାତ୍ କୁ ପୁରିଲା ୧୨ ବର୍ଷ, ଏହି ଦୀର୍ଘ ଯାତ୍ରାକୁ ମନେ ପକାଇଲେ ମୋଦି

October 25, 2026

‘ବସୁଧୈବ କୁଟୁମ୍ବକମ୍’ କେବଳ କଥାରେ ନୁହେଁ, କାର୍ଯ୍ୟରେ ପରିପ୍ରକାଶ ପାଉଛି: କେନ୍ଦ୍ର ବୈଦେଶିକ ମନ୍ତ୍ରୀ

October 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.