ବାଲୁଗାଁ: ଆଜି ଅପରାହ୍ନରେ ଆଇଏନଏସ ଚିଲିକା ପ୍ୟାରେଡ଼ ଗ୍ରାଉଣ୍ଡ ଠାରେ ଆନୁଷ୍ଠାନିକ ଭାବେ ୨୦୨୬ ସଂସ୍କରଣ ପ୍ରଥମ ବ୍ୟାଚ ଅଗ୍ନିବୀର ପାସିଂ ଆଉଟ୍ ପ୍ୟାରେଡ ଅନୁଷ୍ଠିତ ହୋଇଯାଇଛି। ଏହି ବ୍ୟାଚରେ ସମୁଦାୟ ୩୦୧୨ ଜଣ ଅଗ୍ନିବୀରଙ୍କ ମଧ୍ୟରେ ୧୧୬ ଜଣ ମହିଳା ଅଗ୍ନିବୀର (୨୧୯୨ ଜଣ ଏସଏସଆର ଓ ୫୫୪ ଜଣ ଏମଆର) ଏଵଂ ୨୬୫ ଜଣ ତଟରକ୍ଷି ନାବିକ ଦିର୍ଘ ୧୬ ସପ୍ତାହ ଧରି ଶାରୀରିକ ଓ ମାନସିକ ପ୍ରଶିକ୍ଷଣ ନେଇଥିଲେ। ସଫଳତାର ସହ ସୁଦକ୍ଷ ଭାବେ ଦେଶ ସେବା ପାଇଁ ଭାରତୀୟ ନୌସେନାରେ ନୂତନ ଯାତ୍ରା ଆରମ୍ଭ କରିଥିବାରୁ ଏହି ଭବ୍ୟ ସମାରୋହରେ ସେମାନଙ୍କ ଅବଦାନକୁ ସ୍ୱୀକାର କରି ଅଗ୍ନିବୀରଙ୍କ ପିତାମାତା, ଅଭିଭାବକଙ୍କୁ ନୌସେନା ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି। ଆଇଏନଏସ ଚିଲିକା ନୌସେନା କମୋଡୋର ବି ଦୀପକ ଅନୀଲଙ୍କ ତତ୍ୱବାଧାନରେ କମାଣ୍ଡିଙ୍ଗ-ଇନ-ମୁଖ୍ୟ ପଶ୍ଚିମ ନୌସେନା କମାଣ୍ଡର ଭାଇସ ଆଡ଼ମିରାଲ ସଞ୍ଜୟ ଭାଟସାୟନ୍, ପିଭିଏସଏମ, ଏଭିଏସଏମ, ଏନଏମ, ଫ୍ଲାଗ ଅଫିସର ଉକ୍ତ ପ୍ୟାରେଡକୁ ନିରିକ୍ଷଣ କରିବାସହ ପରିଚାଳନା କରିଥିଲେ।
ଅନୁଷ୍ଠିତ ସମାରୋହରେ ସମସ୍ତ ତାଲିମପ୍ରାପ୍ତ ଅଗ୍ନିବୀର ପ୍ୟାରେଡ଼ ଗ୍ରାଉଣ୍ଡରେ ଚିତ୍ତାକର୍ଷକ ପ୍ରଦର୍ଶନ କରିଥିଲେ।
ଉକ୍ତ ପ୍ୟାରେଡ ସମାରୋହରେ ଉଚ୍ଚ ପଦସ୍ଥ ନୌସେନା ଅଧିକାରୀ,ପୂର୍ବ କମାଣ ପତାକା ଅଧିକାରୀ, ପୂର୍ବତନ ନୌସେନା ଅଧିକାରୀ, ଅଗ୍ନିବୀରଙ୍କ ଅଭିଭାବକ ପ୍ରମୁଖ ଉପସ୍ଥିତ ଥିଲେ। ଆଇଏନଏସ ଚିଲିକାରେ ୧୬ ସପ୍ତାହର ସଫଳ ପ୍ରଶିକ୍ଷଣ ଶେଷ ନୁହେଁ ବରଂ ଭାରତୀୟ ନୌସେନାର ଏକ ନୂତନ ଯାତ୍ରା ଆରମ୍ଭ ଯେଉଁଠାରେ ପୁରୁଷ ଏବଂ ମହିଳା ମିଳିତ ଭାବେ ଭାରତୀୟ ନୌସେନାରେ ଏକ ବିର ଯୋଦ୍ଧା ରୂପେ ଦେଶ ସେବାରେ ନିଃସଂକୋଚ ଭାବେ ପ୍ରସ୍ତୁତ ରହିବା ସହ ଦକ୍ଷତା ବୃଦ୍ଧିକରିବା, ବୈଷୟିକ ଦୃଷ୍ଟିରୁ ସଚେତନ ହେବା, ବିଶ୍ଵାସନୀୟ, ସମନ୍ୱୟ ଏବଂ ଉଜ୍ବଳ ଭବିଷ୍ୟତ ଦିଗରେ ପ୍ରଚେଷ୍ଟା ଜାରି ରଖିବା ନେଇ ନିଜ ନିଜ କ୍ଷେତ୍ରରେ କାର୍ଯ୍ୟ କରିବାକୁ ପ୍ରତିବନ୍ଧତା ପାଇଁ ଅଗ୍ନିବୀରଙ୍କୁ ପ୍ରଭାବିତ କରିଥିଲେ। ଏଥିସହିତ ଶକ୍ତି ଏବଂ ସଂମ୍ମାନ ସହିତ ଦେଶ ସେବା କରୁଥିବା ବେଳେ ନୌସେନାର ମୂଳ ମୂଲ୍ୟବୋଧ, କାର୍ଯ୍ୟ ଦକ୍ଷତା ଏବଂ ସାହାସକୁ ଅଗ୍ନିବୀର ମାନେ ସମର୍ଥନ କରିବାକୁ ପରାମର୍ଶ ଦେଇଥିଲେ।
ଏହି ଅବସରରେ କୃତି ଅଗ୍ନିବୀରଙ୍କୁ ମୁଖ୍ୟ ଅତିଥି ପଦକ ଏବଂ ଟ୍ରଫି ପ୍ରଦାନ କରିଥିଲେ। ଶ୍ରେଷ୍ଠ ଅଗ୍ନିବିର ଏସଏସଆର କୋରନାନା ଧନଲକ୍ଷ୍ମୀ, ଏମଆର ରୁଦ୍ଧିକେଶ ମାରୁତି ପାୱାର, ନାବିକ ଜିଡି, ଶ୍ରେଷ୍ଠ ମହିଳା ଅଗ୍ନିବିର ମହିଳା ବିପିନ ରାଉତ ଟ୍ରଫି ପ୍ରାପ୍ତି ରମେଶ ଚହ୍ୱାନଙ୍କୁ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଫ୍ଲାଗ୍ ଅଫିସର କମାଣ୍ଡିଂ-ଇନ୍-ମୁଖ୍ୟ ଏବଂ କମୋଡୋର ବି ଦୀପକ ଅନୀଲ, ଭିଏସ୍ଏମ୍, କମାଣ୍ଡିଂ ଅଫିସର, ଆଇଏନ୍ଏସ୍ ଚିଲିକାଙ୍କ ଉପସ୍ଥିତିରେ ଅଙ୍କୁର ୧/୨୬ ସଂସ୍କରଣ ଆଇଏନଏସ ଚିଲିକା ଦ୍ୱିଭାଷୀ ପ୍ରଶିକ୍ଷକଙ୍କ ପତ୍ରିକା ଉନ୍ମୋଚନ କରାଯାଇଥିଲା।
ସୂଚନା ଥାଉକି ହଜାର ହଜାର ଅଗ୍ନିବୀର୍ ଚିଲିକାରେ ପ୍ରାରମ୍ଭିକ ତାଲିମ ନେଇ ଅଦ୍ୟାବଧି ସାତଟି ବ୍ୟାଚ ଭାରତୀୟ ନୌସେନାରେ ବୀର ସିପାହୀ ଭାବେ ନିୟୋଜିତ ରହିଛନ୍ତି।


