ଭୁବନେଶ୍ଵର : ରାଜଧାନୀରେ ପୁଣି ଡେଲିଭରିବୟଙ୍କୁ ସଙ୍ଘବଦ୍ଧ ଭାବେ ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି । ଗୋଡେଇ ଗୋଡେଇ ଆକ୍ରମଣ କଲେ ଦୃବୁର୍ତ୍ତ । ରେଡକ୍ରସ ଅଫିସ – ନିକୋ ପାର୍କ ରାସ୍ତା ମଝିରେ ସଙ୍ଘବଦ୍ଧ ଆକ୍ରମଣ ହୋଇଛି । ଆହତ ଡେଲିଭରି ବୟକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣର କାରଣ ଅସ୍ପଷ୍ଟ ଥିବାବେଳେ ଖାରବେଳନଗର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।


