ଭୁବନେଶ୍ବର: ଦୁଇବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ପାଇଁ ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱରର ଭିଡ଼ ନିୟନ୍ତ୍ରଣ ଓ ଗମନାଗମନର ବିକାଶ ପାଇଁ ୧୦୮.୨୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମାଥ୍ମାଟିକ୍ସରୁ ଇନ୍ଫୋସିଟି ଦେଇ ଏକାମ୍ର କାନନ ପର୍ଯ୍ୟନ୍ତ ୧୩ କିଲୋମିଟରରୁ ଅଧିକ ଦୈର୍ଘ୍ୟ ବିଶିଷ୍ଟ ୬ ଲେନ୍ ରାସ୍ତାର ଉଦ୍ଘାଟନ କରିଛନ୍ତି । ଏଥି ସହିତ ୯୪୯ କୋଟିରୁ ଅଧିକ ଟଙ୍କା ଅଟକଳରେ ଜୟଦେବ ବିହାର-ନନ୍ଦନକାନନ ରାସ୍ତାର ଉନ୍ନତିକରଣ ଓ ଫ୍ଲାଇଓଭର ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରାଯାଇଛି । ଏହି ରାସ୍ତା ୮ ଲେନ୍ ବିଶିଷ୍ଟ କରାଯିବ ।


