Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବରରେ ନିର୍ମାଣ ହେବ ଜନାଶ୍ରୟ ଭବନ, ଏଥିରେ କଣ ହେବ? କିଏ ରହିବ?
ଆଜିର ଖବର

ଭୁବନେଶ୍ବରରେ ନିର୍ମାଣ ହେବ ଜନାଶ୍ରୟ ଭବନ, ଏଥିରେ କଣ ହେବ? କିଏ ରହିବ?

June 16, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରରେ ନିର୍ମାଣ ହେବ ଜନାଶ୍ରୟ ଭବନ
ଭୁବନେଶ୍ବରରେ ନିର୍ମାଣ ହେବ ଜନାଶ୍ରୟ ଭବନ, ଏଥିରେ କଣ ହେବ? କିଏ ରହିବ?

ଭୁବନେଶ୍ବର: ଖୁବ ଶିଘ୍ର ଭୁବନେଶ୍ବରରେ ନିର୍ମାଣ ହେବ ଏକ ସୌନ୍ଦର୍ଯ୍ୟମୟ ଅଟ୍ଟାଳିକା ଜନାଶ୍ରୟ ଭବନ। ଏଥିପାଇଁ ରାଜଧାନୀର ଜନପଥ ରୋଡରେ ଜମି ଚିହ୍ନଟ ହୋଇଛି। ଏଥିରେ ୩.୨ ଏକର ବା ୯୪୯୪୯ ବର୍ଗ ମିଟର ପରିମିତ ସ୍ଥାନରେ ଏହି ଆଧୁନିକ ଅଟ୍ଟାଳିକ ନିର୍ମାଣ ହେବ। ଏଥିପାଇଁ ପୂର୍ତ୍ତମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ କ୍ଷେତ୍ର ପରିଦର୍ଶନ କରିବା ସହିତ ଏହାର ଲେଆଉଟ ତଦାରଖ କରିସାରିଛନ୍ତି।

ପୂର୍ତ୍ତ ବିଭାଗ ଅନୁସାରେ ଏହି ଅଟ୍ଟାଳିକା ୧୯ ମହଲା ବିଶିଷ୍ଠ ହେବ ଏବଂ ତିନିଟି ବେସମେଣ୍ଟ ରହିବ। ଏଥିରେ ରହିବା ପାଇଁ ମୋଟ ୧୯୮୪ଟି ଶଯ୍ୟା ବା ବେଡ ରହିବ। ଏଥିରେ ୪୪୮ ଟି ତିନି ଶଯ୍ୟା ବିଶିଷ୍ଠ କୋଠରୀ ରହୁଥିବା ବେଳେ ୩୨୦ଟି ଦୁଇ ଶଯ୍ୟା ବିଶିଷ୍ଠ କୋଠରୀ ରହିବ। ତଳେ ମିନି ବସ ଷ୍ଟାଣ୍ଡ ସହିତ ସପିଂ ମଲ, ପାଠାଗାର, ଭୋଜନାଳୟ ଏବଂ  ୬୮୭ ଟି ଗାଡି ରହିବା ପାଇଁ ପାର୍କିଂ ବ୍ୟବସ୍ଥା କରାଯିବ। ସେଠାରେ ଇଭି ଚାର୍ଜିଂ ବ୍ୟବସ୍ଥା ମଧ୍ୟ କରାଯିବ। ସେହିପରି ଛାତ ଉପରେ ସୋଲାର ବା ସୌରଶକ୍ତି, ବର୍ଷା ଜଣ ସଂରକ୍ଷଣ ପରି ବ୍ୟବସ୍ଥା ମଧ୍ୟ କରାଯିବ। ଏଥିପାଇଁ ବ୍ୟୟ ଅଟକଳ ୫୫୩ କୋଟି ଟଙ୍କା ରଖାଯାଇଛି।

ତେବେ ପ୍ରଶ୍ନ ଉଠୁଛି ଯେ, ଏ ସୁନ୍ଦର ଅତ୍ୟାଧୁନିକ ଅଟ୍ଟାଳିକଟି କଣ ହେବ ଏବଂ କିଏ ରହିବ। ସୂଚନା ଅନୁସାରେ ବିଭିନ୍ନ ଜିଲ୍ଲାରୁ ଭୁବନେଶ୍ବରକୁ କାମ ପାଇଁ ଆସୁଥିବା ଜନସାଧାରଣ ସୁଲଭ ମୂଲ୍ୟରେ ରହିବା ପାଇଁ ବ୍ୟବସ୍ଥା କରାଯିବ। ଏଥିରେ ତିରିଶି ଜିଲ୍ଲା ଅନୁସାରେ ଭିନ୍ନ ଭିନ୍ନ ତିରିଶିଟି ବ୍ଲକରେ ଭାଗ କରାଯିବ। ଫଳରେ ଯେଉଁ ଜିଲ୍ଲାରୁ ଯିଏ ଆସିବ ସେ ସେହି ଜିଲ୍ଲା ବ୍ଲକରେ ଅବସ୍ଥାନ କରିବ। ଏହା ବିଜେପି ସରକାରଙ୍କ ଏକ ଅଭିନବ ବ୍ୟବସ୍ଥା।

ଜନାଶ୍ରୟ ଭବନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.