ସୁନ୍ଦରଗଡ଼: ବିଜୁ ଏକ୍ସପ୍ରେସ ୱେରେ ମଙ୍ଗଳବାର ଭୋରେ ଦୁଇ ହାଇୱା ମଧ୍ୟରେ ମୁହାଁମୁହିଁ ଧକ୍କା ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଭଷ୍ମା ଥାନା ଅନ୍ତର୍ଗତ କୁଣ୍ଡୁକେଲା କାଇନ୍ତରା ଛକ ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ଉଭୟ ଗାଡ଼ିର ଚାଳକ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି।
ସୂଚନା ଅନୁଯାୟୀ, ଏକ ହାଇୱା ଡିଭାଇଡର ଡେଇଁ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଟ୍ରେଲରକୁ ଧକ୍କା ଦେଇଥିଲା। ଧକ୍କା ପରେ ଉଭୟ ଗାଡ଼ିରେ ନିଆଁ ଲାଗିଯାଇଥିଲା ଏବଂ ଚାଳକମାନେ ବାହାରି ପାରିନଥିବାରୁ ପ୍ରାଣ ହରାଇଥିଲେ। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।


