ନୂଆଦିଲ୍ଲୀ: NEET-UG ପୁନଃପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଥିବା ଖବର ମିଳିଛି। ପରୀକ୍ଷାର ସୁରକ୍ଷିତ ପରିଚାଳନା ଓ କପି ରୋକିବା ଉଦ୍ଦେଶ୍ୟରେ ଜୁନ୍ 22 ପର୍ଯ୍ୟନ୍ତ ଟେଲିଗ୍ରାମକୁ ଅସ୍ଥାୟୀ ଭାବେ ନିଷେଧ କରାଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, NEET-UG ପୁନଃପରୀକ୍ଷା ଜୁନ୍ 21ରେ ଅନୁଷ୍ଠିତ ହେବ। ଏହା ସହ ଟେଲିଗ୍ରାମର ମେସେଜ୍ ଏଡିଟିଂ ଫିଚରକୁ ମଧ୍ୟ ଜୁନ୍ 30 ପର୍ଯ୍ୟନ୍ତ ଅକ୍ଷମ କରାଯିବ ବୋଲି କୁହାଯାଉଛି। ପରୀକ୍ଷା ସମୟରେ ଅନଲାଇନ୍ ମାଧ୍ୟମରେ ପ୍ରଶ୍ନପତ୍ର ଲିକ୍ କିମ୍ବା ଅନିୟମିତତା ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଚର୍ଚ୍ଚା ହେଉଛି।
ପୂର୍ବରୁ ପେପର ଲିକ୍ ଓ ଅନିୟମିତତା ଅଭିଯୋଗକୁ ଦୃଷ୍ଟିରେ ରଖି ଏଥର ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ା କରାଯାଇଛି। ପରୀକ୍ଷାର୍ଥୀଙ୍କ ଯାଞ୍ଚ, ପ୍ରବେଶ ନିୟମ ଏବଂ ଡିଜିଟାଲ ନଜରଦାରି ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।


