କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଜାମୁଡିହ ଗାଁରେ ପାରିବାରିକ କଳହର କରୁଣ ପରିଣିତି ଦେଖିବାକୁ ମିଳିଛି । ପାରିବାରିକ କଳହକୁ କେନ୍ଦ୍ର କରି ଏକ ମହିଳାଙ୍କ ମୃତ୍ୟୁ ଘଟିଛି। ଟାଉନ ଥାନା ଅନ୍ତର୍ଗତ ଏହି ଘଟଣାରେ ସ୍ୱାମୀ ଠେଙ୍ଗାରେ ଆକ୍ରମଣ କରିଥିବା ଅଭିଯୋଗ ରହିଛି।
ସୂଚନା ଅନୁଯାୟୀ, ଦୀର୍ଘଦିନ ଧରି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଚାଲିଥିଲା। ଗତକାଲି ବିବାଦ ଉଗ୍ର ରୂପ ନେଇ ସ୍ୱାମୀ ଠେଙ୍ଗାରେ ସ୍ତ୍ରୀଙ୍କୁ ଗୁରୁତର ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ଅଞ୍ଚଳରେ ଶୋକ ଓ ଚାଞ୍ଚଲ୍ୟ ଖେଳିଯାଇଛି। ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି ଏବଂ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।


