ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜ ଏବଂ ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଆରକ୍ଷୀ ଅଧିକ୍ଷକ ପାରମାର ସ୍ମିଥ ପାରୁଷୋତ୍ତମ ଦାସଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି।
ଉକ୍ତ ଶିବିରରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ପ୍ରତାପ ଚନ୍ଦ୍ର ବେଉରା, ଉପଜିଲ୍ଲାପାଳ ସଂକଳ୍ପ ସ୍ଵସ୍ତିକ ସାହୁ, ଆସିଷ୍ଟାଣ୍ଟ କଲେକ୍ଟର, ଅଭିଯୋଗ, ଭୁବନେଶ୍ଵରୀ କଅଁର, ସଦର ବ୍ଲକ ଉନ୍ନୟନ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ତହସିଲଦାର ବିଭାଶ ପାଣିଗ୍ରାହୀ ପ୍ରମୁଖ ଆଜିର ଏହି ପ୍ରଶାସନିକ ଜନ ଅଭିଯୋଗ ଶିବିରରେ ଯୋଗଦେଇ ଜନସାଧାରଣମାନଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡ଼ିକର ଶୁଣାଣିରେ ଜିଲ୍ଲାପାଳଙ୍କୁ ସହଯୋଗ ପ୍ରଦାନ କରିଥିଲେ।
ଆଜିର ଅଭିଯୋଗ ଶିବିରକୁ ମୋଟ ୦୭ ଗୋଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ ୦୭ ଗୋଟି ଯାକ ବ୍ୟକ୍ତିଗତ ଅଭିଯୋଗ ଥିଲା। ଜିଲ୍ଲାପାଳ ଅଭିଯୋଗ ଶିବିରରେ ୦୨ ଗୋଟି ଅଭିଯୋଗର ତତ୍କାଳ ସମାଧାନ କରିଥିଲେ। ଅନ୍ୟ ସମସ୍ତ ଅଭିଯୋଗ ଗୁଡ଼ିକୁ ବିଭାଗୀୟ ଅଧିକାରୀମାନେ ଯତ୍ନବାନ ହୋଇ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।
ଜନଶୁଣାଣି ଶିବିରରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ ଲାଇନ୍ ଡିପାର୍ଟ ମେଣ୍ଟ ଅଧିକାରୀ ବୃନ୍ଦ ଯୋଗଦେଇଥିଲେ।


