Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ ହସ୍ପିଟାଲରେ ହାଇ-ଟେକ୍ ନ୍ୟୁରୋସର୍ଜରୀ ଦ୍ୱାରା ୬୦ ବର୍ଷୀୟା ମହିଳାଙ୍କ ଜୀବନ ରକ୍ଷା
ଆଜିର ଖବର

ସମ୍ ହସ୍ପିଟାଲରେ ହାଇ-ଟେକ୍ ନ୍ୟୁରୋସର୍ଜରୀ ଦ୍ୱାରା ୬୦ ବର୍ଷୀୟା ମହିଳାଙ୍କ ଜୀବନ ରକ୍ଷା

June 16, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସମ୍ ହସ୍ପିଟାଲରେ ହାଇ-ଟେକ୍ ନ୍ୟୁରୋସର୍ଜରୀ ଦ୍ୱାରା ୬୦ ବର୍ଷୀୟା ମହିଳାଙ୍କ ଜୀବନ ରକ୍ଷା
ସମ୍ ହସ୍ପିଟାଲରେ ହାଇ-ଟେକ୍ ନ୍ୟୁରୋସର୍ଜରୀ ଦ୍ୱାରା ୬୦ ବର୍ଷୀୟା ମହିଳାଙ୍କ ଜୀବନ ରକ୍ଷା

ଭୁବନେଶ୍ୱର: ଆଂଚଳିକ ଚିକିତ୍ସା କ୍ଷେତ୍ରରେ ଏକ ବଡ଼ ସଫଳତା ସ୍ୱରୂପ, ବ୍ରହ୍ମପୁର, ଶୀତଳାପଲ୍ଲୀ ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ୍‌-୩ ର ସର୍ଜିକାଲ୍ ଟିମ୍ ଦ୍ୱାରା ଜଣେ ୬୦ ବର୍ଷୀୟା ମହିଳାଙ୍କ ମସ୍ତିଷ୍କରୁ ବିପଜ୍ଜନକ ଟ୍ୟୁମରକୁ ସଫଳତାର ସହ ବାହାର କରାଯାଇଛି। ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ମାଧ୍ୟମରେ ପ୍ରଥମ ଥର ପାଇଁ ସମ୍ ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର କରାଯାଇଛି।

ସରସ୍ୱତୀ ବେହେରା ନାମକ ମହିଳା ଅସହ୍ୟ ମୁଣ୍ଡବିନ୍ଧା, ବାମ ହାତ ଓ ଗୋଡ଼ରେ ଦୁର୍ବଳ ଅନୁଭବ କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର ସ୍ନାୟବିକ ଲକ୍ଷଣର ଗମ୍ଭୀରତାକୁ ଦୃଷ୍ଟିରେ ରଖି ତୁରନ୍ତ ଏମ୍‌ଆର୍‌ଆଇ କରାଯାଇଥିଲା।

ଇମେଜିଙ୍ଗରୁ ଜଣାପଡିଥିଲା ଯେ, ତାଙ୍କ ମସ୍ତିଷ୍କରେ ଏକ ବୃହତ ଟ୍ୟୁମର ରହିଛି। ମସ୍ତିଷ୍କର ଏହି ସ୍ଥାନରେ ଟ୍ୟୁମର ହେବା ଅତ୍ୟନ୍ତ ଜଟିଳ, କାରଣ ଏହା ମସ୍ତିଷ୍କର ମୂଳ ଅଂଶରେ ଥାଏ ଏବଂ ଚେହେରାର ଚଳପ୍ରଚଳ ଓ ଶ୍ରବଣ ଶକ୍ତି ନିୟନ୍ତ୍ରଣ କରୁଥିବା ସୂକ୍ଷ୍ମ ସ୍ନାୟୁଗୁଡ଼ିକ ଏହାର ନିକଟବର୍ତୀ ହୋଇଥାନ୍ତି।

ଏହି ଜଟିଳ ଅସ୍ତ୍ରୋପଚାର ପାଇଁ ନ୍ୟୁରୋସର୍ଜରୀ ବିଭାଗର ଉଚ୍ଚକୋଟୀର ଜ୍ଞାନକୌଶଳ ଏବଂ ବିଶେଷଜ୍ଞଙ୍କ ସହାୟତା ନେଇଥିଲା। ହାଇ-ପ୍ରିସିସନ ନ୍ୟୁରୋସର୍ଜିକାଲ୍ ମାଇକ୍ରୋସ୍କୋପ୍ ସାହାଯ୍ୟରେ ଡାକ୍ତରମାନେ ମସ୍ତିଷ୍କର ଅତି ସୂକ୍ଷ୍ମ ଅଂଶ ଏବଂ ରକ୍ତବାହିକାଗୁଡ଼ିକୁ ସ୍ପଷ୍ଟ ଭାବରେ ଦେଖିପାରିଥିଲେ।

ସିୟୁଏସ୍‌ଆଇ (କାର୍ଭିଟ୍ରନ୍ ଅଲଟ୍ରାସୋନିକ ସର୍ଜିକାଲ୍ ଆସ୍ପିରେଟର୍‌) ଭଳି ଅତ୍ୟାଧୁନିକ ମେସିନ୍ ଅଲଟ୍ରାସୋନିକ ଫ୍ରିକ୍ୱେନ୍ସି ବ୍ୟବହାର କରି ସୁସ୍ଥ ମସ୍ତିଷ୍କ ଏବଂ ସ୍ନାୟୁକୁ ସୁରକ୍ଷିତ ରଖି ଟ୍ୟୁମରଟିକୁ ଖଣ୍ଡ ଖଣ୍ଡ କରି ବାହାର କରିଥାଏ।
ଏହି ସଫଳ ଅସ୍ତ୍ରୋପଚାର ନ୍ୟୁରୋସର୍ଜରୀ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ପ୍ରଭାତ କୁମାର ଜଗଦେବଙ୍କ ନେତୃତ୍ୱରେ କରାଯାଇଥିବାବେଳେ ଏଥିରେ ନ୍ୟୁରୋ-ଆନାସ୍ଥେସିଆ ବିଶେଷଜ୍ଞ ଡାକ୍ତର ପ୍ରତ୍ୟୁଷ କୁମାର ମିଶ୍ର, ଆଇସିୟୁ, ଓଟି ଏବଂ ନର୍ସିଂ ଟିମ୍ ସହଯୋଗ କରିଥିଲେ।

ଏହି ସଫଳ ଅସ୍ତ୍ରୋପଚାର ବ୍ରହ୍ମପୁରର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ସଫଳତା। ଏହା ପ୍ରମାଣିତ କରିଛି ଯେ, ବର୍ତ୍ତମାନ ଜଟିଳ ନ୍ୟୁରୋସର୍ଜରୀ ପାଇଁ ବାହାର ରାଜ୍ୟ କିମ୍ବା ବଡ଼ ସହରକୁ ଯିବା ପରିବର୍ତେ ସ୍ଥାନୀୟ ଅଂଚଳରେ ଏହି ସେବା ଉପଲବ୍ଧ ହୋଇପାରିବ ବୋଲି ଆଇଏମଏସ୍ ଏବଂ ସମ୍ ହସ୍ପିଟାଲ-୨ର ନିର୍ଦ୍ଦେଶକ ଦେବ ପ୍ରସାଦ ଦାଶ କହିଛନ୍ତି।

ଏହି ସଫଳତା କେବଳ ଜଣେ ରୋଗୀଙ୍କ ଜୀବନ ରକ୍ଷାର କଥା ନୁହେଁ, ବରଂ ବ୍ରହ୍ମପୁର ଏବଂ ଦକ୍ଷିଣ ଓଡ଼ିଶାରେ ଉନ୍ନତ ନ୍ୟୁରୋସର୍ଜରୀ ସେବାର ଏକ ନୂଆ ଅଧ୍ୟାୟର ଆରମ୍ଭ। ଆମର ଲକ୍ଷ୍ୟ ହେଉଛି ରୋଗୀମାନଙ୍କୁ ବଡ଼ ସହର କିମ୍ବା ଅନ୍ୟ ରାଜ୍ୟକୁ ନଯାଇ ସ୍ଥାନୀୟ ସ୍ତରରେ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇବା ବୋଲି ସେ କହିଛନ୍ତି।”

ବ୍ରହ୍ମପୁର ମହିଳାଙ୍କ ଜୀବନ ରକ୍ଷା ଶୀତଳାପଲ୍ଲୀ ସମ୍‌ ହସ୍ପିଟାଲ ହାଇ-ଟେକ୍ ନ୍ୟୁରୋସର୍ଜରୀ
Share. Facebook Twitter LinkedIn Email WhatsApp Copy Link

Related Posts

ତ୍ୟାଗ ଓ ତିତୀକ୍ଷାର ମାଟି ‘ବାଜପୁର’: ସାଂସଦ ଅପରାଜିତା ଷଡ଼ଙ୍ଗୀ

June 16, 2026

ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଜିଲ୍ଲା ସଦର ମହକୁମାରେ ମିଳିତ ଜନଶୁଣାଣି ଶିବିର

June 16, 2026

ବ୍ୟାଙ୍କଗୁଡ଼ିକ ଦ୍ୱାରା ଏହି ମନମୁଖୀ କାର୍ଯ୍ୟ ଉପରେ କଟକଣା: ନିର୍ଦ୍ଦେଶାବଳୀ ଜାରି କଲା RBI

June 16, 2026

ତ୍ରିରାଷ୍ଟ୍ରୀୟ ସିରିଜରେ ଭାରତର ଲଗାତାର ଦୁଇଟି ପରାଜୟ: ଏବେ ଫାଇନାଲ ଖେଳିପାରିବ କି?

June 16, 2026
Latest News

ତ୍ୟାଗ ଓ ତିତୀକ୍ଷାର ମାଟି ‘ବାଜପୁର’: ସାଂସଦ ଅପରାଜିତା ଷଡ଼ଙ୍ଗୀ

June 16, 2026

ସମ୍ ହସ୍ପିଟାଲରେ ହାଇ-ଟେକ୍ ନ୍ୟୁରୋସର୍ଜରୀ ଦ୍ୱାରା ୬୦ ବର୍ଷୀୟା ମହିଳାଙ୍କ ଜୀବନ ରକ୍ଷା

June 16, 2026

ବାଲୁଗାଁ ହାଇସ୍କୁଲର ଆଦର୍ଶ ଶିକ୍ଷକ ଓ ସୁନାମଧନ୍ୟ ସାହିତ୍ୟିକ ଜିତେନ୍ଦ୍ର ନାଥ ବରାଳଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

June 16, 2026

ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଜିଲ୍ଲା ସଦର ମହକୁମାରେ ମିଳିତ ଜନଶୁଣାଣି ଶିବିର

June 16, 2026

ବ୍ୟାଙ୍କଗୁଡ଼ିକ ଦ୍ୱାରା ଏହି ମନମୁଖୀ କାର୍ଯ୍ୟ ଉପରେ କଟକଣା: ନିର୍ଦ୍ଦେଶାବଳୀ ଜାରି କଲା RBI

June 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.