Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତ୍ୟାଗ ଓ ତିତୀକ୍ଷାର ମାଟି ‘ବାଜପୁର’: ସାଂସଦ ଅପରାଜିତା ଷଡ଼ଙ୍ଗୀ
ଆଜିର ଖବର

ତ୍ୟାଗ ଓ ତିତୀକ୍ଷାର ମାଟି ‘ବାଜପୁର’: ସାଂସଦ ଅପରାଜିତା ଷଡ଼ଙ୍ଗୀ

June 16, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ତ୍ୟାଗ ଓ ତିତୀକ୍ଷାର ମାଟି ‘ବାଜପୁର’: ସାଂସଦ ଅପରାଜିତା ଷଡ଼ଙ୍ଗୀ
ତ୍ୟାଗ ଓ ତିତୀକ୍ଷାର ମାଟି ‘ବାଜପୁର’: ସାଂସଦ ଅପରାଜିତା ଷଡ଼ଙ୍ଗୀ

ଖୋରଧା: ଜିଲ୍ଲା ମୁଖ୍ୟଦପ୍ତର ଠାରୁ ମାତ୍ର ୬ କିମି ଦୂରରେ ଅବସ୍ଥିତ ଐତିହାସିକ ‘ବାଜପୁର’ ତ୍ୟାଗ ଏବଂ ତିତୀକ୍ଷାର ମାଟି ବୋଲି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ବାଜପୁର ଯୁବକ ସଂଘ ଆନୁକୂଲ୍ୟରେ ଆୟୋଜିତ ରଜ ମହୋତ୍ସବର ଦ୍ବିତୀୟ ଦିବସକୁ ଉଦ୍‌ଘାଟନ କରି ମତବ୍ୟକ୍ତ କରିଛନ୍ତି। ଶ୍ରୀମତୀ ଷଡ଼ଙ୍ଗୀ ପ୍ରାରମ୍ଭରେ ବାଜପୁର ମାଟି ‘ନବଜୀବନ’ର ପ୍ରତିଷ୍ଠାତା ଚିନ୍ତାମଣି ମିଶ୍ର, ପ୍ରଖ୍ୟାତ ସ୍ବାଧୀନତା ସଂଗ୍ରାମୀ ପଣ୍ଡିତ ନାରାୟଣ ମିଶ୍ର, ସହିଦ୍ ବାନାମ୍ବର ପଟ୍ଟନାୟକ ଓ ନାରାୟଣ ସେଠି ପ୍ରମୁଖଙ୍କ ପାଇଁ ରୁଦ୍ଧିମନ୍ତ ହୋଇଛି ବୋଲି କହିଥିଲେ।

ଏହି ପରିପ୍ରେକ୍ଷୀରେ ପ୍ରାଥମିକ ପର୍ଯ୍ୟାୟରେ ସଂଗ୍ରାମୀ ପଣ୍ଡିତ ମିଶ୍ରଙ୍କ ପୂର୍ଣ୍ଣାବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଖୋରଧାର ଟିଏଲ୍‌ସି ରୋଡ଼ରେ ପ୍ରତିଷ୍ଠା କରାଯାଇ ତାଙ୍କ ଦ୍ବାରା ଅନାବରଣ କରାଯାଇଛି ବୋଲି ସୂଚାଇଥିଲେ। ସଭାପତି ସୁଶାନ୍ତକୁମାର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ବିଶେଷ ଅତିଥି ଭାବେ ଖୋରଧା ବିଧାୟକ ତଥା ଜିଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ପ୍ରଶାନ୍ତ ଜଗଦ୍ଦେବ ଯୋଗଦେଇ ବାଜପୁରରେ ରଜ ମହୋତ୍ସବର ଆୟୋଜନ ଦ୍ବାରା ସଂସ୍କୃତି ଓ ପରମ୍ପରା ରୁଦ୍ଧିମନ୍ତ ହୋଇଛି ବୋଲି କହିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ସୁଜାତା ପ୍ରହରାଜ ଯୋଗଦେଇ ସୁପ୍ରିମକୋର୍ଟର ତତ୍କାଳୀନ ବିଚାରପତି ତଥା ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ରାଧାଚରଣ ପଟ୍ଟନାୟକଙ୍କ ଏହି ମାଟି ଭାରତ ଇତିହାସରେ ସ୍ଥାନ ପାଇସାରିଛି ବୋଲି କହିଥିଲେ।

ସମ୍ମାନିତ ଅତିଥି ଭାବେ ସରପଞ୍ଚ କେଦାରେଶ୍ବର ପୃଷ୍ଟି ଯୋଗଦେଇ ବାଜପୁର ପ୍ରତ୍ୟହ ସମ୍ମୁଖୀନ ହେଉଥିବା ସମସ୍ୟାର ଅବିଳମ୍ବେ ସମାଧାନ କରାଯିବାକୁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଓ ବିଧାୟକ ଶ୍ରୀ ଜଗଦ୍ଦେବଙ୍କୁ ନିବେଦନ କରିଥିଲେ। ସଂଘର ସମ୍ପାଦକ ମୀନକେତନ ମହାନ୍ତି ସମ୍ପାଦକୀୟ ବିବରଣୀ ପାଠ କରିବା ପରେ ସରଗମ୍ ଅକ୍ରେଷ୍ଟ୍ରା ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା।

ସେହିପରି ରଜ ମହୋତ୍ସବର ପ୍ରଥମ ଦିବସରେ ବିଶେଷ ଅତିଥି ଭାବେ ଅବସରପ୍ରାପ୍ତ ପ୍ରମୁଖ ଆୟକର କମିଶନର ଧୀରେନ୍ଦ୍ର ମିଶ୍ର, ମୁଖ୍ୟବକ୍ତା ରୂପେ ପ୍ରେଷ୍ଟିଜ୍ ଆସ୍ୟୁରାନ୍ସର ପ୍ରାକ୍ତନ ଏମ୍‌ଡ଼ି ସର୍ବେଶ୍ବର ସାହୁ ଓ ସ୍ବତନ୍ତ୍ର ଅତିଥି ରୂପେ ଜେଆଇସିଏ ମୁଖ୍ୟଯନ୍ତ୍ରୀ ବିଜ୍ଞାନପ୍ରସାଦ ସାହୁ, ଓଡ଼ିଶା ମାଇନିଂ କର୍ପୋରେସନର ଅବସରପ୍ରାପ୍ତ ଜେନେରାଲ ମ୍ୟାନେଜର ଅମରଦୀପ ରାୟ ପ୍ରମୁଖ ଯୋଗଦେଇଥିଲେ। ପ୍ରାରମ୍ଭରେ ରଜଦୋଳି କାର୍ଯ୍ୟକ୍ରମକୁ ବିଶିଷ୍ଟ କଂଗ୍ରେସ ନେତ୍ରୀ ସ୍ବାଗତିକା ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ।

ବାଜପୁରର ବରିଷ୍ଠ ନାଗରିକ ମନମୋହନ ରାୟ, ସୋମନାଥ ପଟ୍ଟନାୟକ, ବିକ୍ରମକେଶରୀ ପଟ୍ଟନାୟକ ଓ ଅମ୍ବୁଜ ବଲ୍ଲଭ ପଟ୍ଟନାୟକ ପ୍ରମୁଖ ଏହାର ନେତୃତ୍ବ ନେଇଥିଲେ। ଏହାକୁ ଦେଖିବାକୁ ଅଣ୍ଡା, ମହତପଲା, ନନ୍ଦପୁର, ଡ଼ିହପୁର, ବଣିଆଟାଙ୍ଗୀ ଓ ରାୟରଙ୍ଗ ଗ୍ରାମର ବହୁ ଲୋକଙ୍କ ସମାଗମ ହୋଇଥିଲା।

ଅପରାଜିତା ଷଡଙ୍ଗୀ ବାଜପୁର’ ରଜ ମହୋତ୍ସବ ଉଦ୍‌ଘାଟିତ
Share. Facebook Twitter LinkedIn Email WhatsApp Copy Link

Related Posts

EPFO Alert: ନଭେମ୍ବର ୧୫ ପୂର୍ବରୁ PF ଜମା କରନ୍ତୁ, ନଚେତ୍ ବଢ଼ିବ ଆର୍ଥିକ ବୋଝ

November 14, 2026

ଭୋଗରାଇ କାଳୀପୂଜା ମେଳାରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୦ରୁ ଊର୍ଦ୍ଧ୍ୱ ଦୋକାନ

November 14, 2026

କାଳୀପୂଜା ମେଳାରେ ଭୟଙ୍କର ଅଗ୍ନିକାଣ୍ଡ! ଜଳିଗଲା ୧୦ରୁ ଅଧିକ ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ

November 14, 2026

ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା: ଆନ୍ଧ୍ର-ଓଡ଼ିଶା ଉପକୂଳ ମୁହାଁ ‘ଅକ୍‌ଭାନ୍‌’! ୧୮ରୁ ପ୍ରବଳ ବର୍ଷା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

November 14, 2026
Latest News

EPFO Alert: ନଭେମ୍ବର ୧୫ ପୂର୍ବରୁ PF ଜମା କରନ୍ତୁ, ନଚେତ୍ ବଢ଼ିବ ଆର୍ଥିକ ବୋଝ

November 14, 2026

ଭୋଗରାଇ କାଳୀପୂଜା ମେଳାରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୦ରୁ ଊର୍ଦ୍ଧ୍ୱ ଦୋକାନ

November 14, 2026

କାଳୀପୂଜା ମେଳାରେ ଭୟଙ୍କର ଅଗ୍ନିକାଣ୍ଡ! ଜଳିଗଲା ୧୦ରୁ ଅଧିକ ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ

November 14, 2026

ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା: ଆନ୍ଧ୍ର-ଓଡ଼ିଶା ଉପକୂଳ ମୁହାଁ ‘ଅକ୍‌ଭାନ୍‌’! ୧୮ରୁ ପ୍ରବଳ ବର୍ଷା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

November 14, 2026

WhatsApp New Feature: ନିଜ ଠିକଣା ସେୟାର କରିବାକୁ ଆଉ ଦରକାର ପଡ଼ିବନି ଫଟୋ କିମ୍ବା ଭିଡିଓ

November 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.