ଭୁବନେଶ୍ଵର : ଚାକିରି ସ୍ଥାୟୀକରଣ ଦାବିକୁ ନେଇ ଯୋଗାଣ ସହାୟକ ମାନଙ୍କପକ୍ଷରୁ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଦୀର୍ଘ ୧୪ ବର୍ଷ ଧରି ପଞ୍ଚାୟତ ସ୍ତରରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଥିବା ସତ୍ତ୍ୱେ ମାତ୍ର ୮ ହଜାର ଟଙ୍କା ମାସିକ ପରିଶ୍ରମିକରେ କାମ କରୁଥିବା ଯୋଗାଣ ସହାୟକ କର୍ମଚାରୀମାନେ ସ୍ଥାୟୀ ନିଯୁକ୍ତି ଦାବି କରିଛନ୍ତି।
ସଂଘ ପକ୍ଷରୁ କୁହାଯାଇଛି ଯେ, ପୂର୍ବରୁ ଗ୍ରାମ୍ୟ ରୋଜଗାର ସେବକମାନଙ୍କୁ ସ୍ଥାୟୀକରଣ କରି ADEO ପଦବୀ ପ୍ରଦାନ କରାଯାଇଥିବାବେଳେ ଯୋଗାଣ ସହାୟକ କର୍ମଚାରୀମାନଙ୍କୁ ମଧ୍ୟ ସମାନ ନ୍ୟାୟ ଦିଆଯାଉ।
ଦାବି ପୂରଣ ନ ହେଲେ ଆସନ୍ତା ଜୁଲାଇ ୧୦, ୨୦୨୬ରୁ ସାମୁହିକ ଛୁଟିରେ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ ଆରମ୍ଭ କରିବେ ବୋଲି ରାଜ୍ୟ ଯୋଗାଣ ସଂଘ ସରକାରଙ୍କୁ ସ୍ପଷ୍ଟ ଚେତାବନୀ ଦେଇଛି।


