Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହସ୍ତଚାଳିତ ପ୍ରକ୍ରିୟାରେ ଭତ୍ତା ବାଣ୍ଟିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ
ଆଜିର ଖବର

ହସ୍ତଚାଳିତ ପ୍ରକ୍ରିୟାରେ ଭତ୍ତା ବାଣ୍ଟିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 17, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବ୍ରହ୍ମପୁର ସାଂସଦ
ଐତିହାସିକ କ୍ୟାବିନେଟ୍ ନିଷ୍ପତ୍ତି ପାଇଁ ରାଜ୍ୟ ସରକାରଙ୍କୁ ବ୍ରହ୍ମପୁର ସାଂସଦଙ୍କ ସାଧୁବାଦ

ଭୁବନେଶ୍ୱର/ବ୍ରହ୍ମପୁର: ରାଜ୍ୟରେ ସାମାଜିକ ସୁରକ୍ଷା ଯୋଜନା, ବିଶେଷ କରି ମଧୁବାବୁ ପେନସନ୍ ଯୋଜନା ଓ ଜାତୀୟ ବୃଦ୍ଧାବସ୍ଥା ଭତ୍ତା ପ୍ରଦାନରେ ସଫ୍ଟୱେର ଜନିତ ସମସ୍ୟା ଓ ବୈଷୟିକ ତ୍ରୁଟି କାରଣରୁ ଭତ୍ତା ହିତାଧିକାରୀମାନେ ଭୋଗୁଥିବା ଚରମ ଦୁର୍ଦ୍ଦଶା ଏବଂ ଏହାକୁ ନେଇ ସୃଷ୍ଟି ହୋଇଥିବା ବ୍ୟାପକ ଜନଅସନ୍ତୋଷ ସମ୍ପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜରୁରୀ ହସ୍ତକ୍ଷେପ ଲୋଡ଼ିଛନ୍ତି ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ। ଏହି ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର (ପତ୍ର ସଂଖ୍ୟା: MP/BAM/2026/O-1404) ପ୍ରେରଣ କରିଛନ୍ତି।

ସାଂସଦ ଡଃ ପାଣିଗ୍ରାହୀ ନିଜ ବିବୃତ୍ତିରେ ଦର୍ଶାଇଛନ୍ତି ଯେ, ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଗ୍ରାମାଞ୍ଚଳ ଗସ୍ତ ସମୟରେ ହଜାର ହଜାର ଅସହାୟ ବୃଦ୍ଧବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ବ୍ୟକ୍ତିମାନେ ଗତ ୩ ମାସ ହେବ ଭତ୍ତା ପାଇନଥିବା ନେଇ ଦୁଃଖ ଓ କ୍ଷୋଭ ପ୍ରକାଶ କରିଛନ୍ତି। ସ୍ଥାନୀୟ ଜନପ୍ରତିନିଧି ଏବଂ ଜନସାଧାରଣ ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସାଂସଦଙ୍କୁ ବାରମ୍ବାର ଅନୁରୋଧ କରିଆସୁଛନ୍ତି। ଚିଠିରେ ସାଂସଦ ଦୁଇଟି ଅତ୍ୟନ୍ତ ସ୍ପର୍ଶକାତର ଏବଂ ଗୁରୁତର ଘଟଣାର ଅବତାରଣା କରିଛନ୍ତି:

ଭତ୍ତା ନମିଳିବାରୁ ବୃଦ୍ଧାଙ୍କ ଆତ୍ମହତ୍ୟା:

ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଚଢ଼େୟାପଦା ଗ୍ରାମର ୬୬ ବର୍ଷୀୟା ଅସହାୟ ବିଧବା ମହିଳା ବି. ସାବିତ୍ରୀ ଡୋରା ଗତ ୩ ମାସ ଧରି ବୃଦ୍ଧାବସ୍ଥା ଭତ୍ତା ନପାଇ ଚରମ ଆର୍ଥିକ ଅନାଟନ ମଧ୍ୟରେ ଗତି କରୁଥିଲେ। ଶେଷରେ ବ୍ୟାଙ୍କ ଓ ପଞ୍ଚାୟତ ଅଫିସ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଅତି ଦୁଃଖରେ ସେ ବିଷ ପିଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି, ଯାହା ଅତ୍ୟନ୍ତ ହୃଦୟବିଦାରକ। କେବଳ ଗଞ୍ଜାମ ଜିଲ୍ଲାରେ ହିଁ ୧.୪୯ ଲକ୍ଷରୁ ଅଧିକ ହିତାଧିକାରୀ ଏହି ସଫ୍ଟୱେର ସମସ୍ୟା ଯୋଗୁଁ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି।

ସୁପ୍ରିମକୋର୍ଟଙ୍କ ସ୍ଵତଃପ୍ରବୃତ୍ତ (Suo Motu) ହସ୍ତକ୍ଷେପ:

ଏହିପରି ଏକ ସମସ୍ୟାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାର ଜଣେ ଜନ୍ମାନ୍ଧ ବ୍ୟକ୍ତି ଜପ ଭୁଏ ଏବଂ ତାଙ୍କର ୮୦ ବର୍ଷୀୟା ବୃଦ୍ଧା ମାଆ ରାଧିକା ଭୁଏଙ୍କ ଅତି ଦୟନୀୟ ଅବସ୍ଥା ସମ୍ପର୍କରେ ମାନ୍ୟବର ସୁପ୍ରିମକୋର୍ଟ ସ୍ଵତଃପ୍ରବୃତ୍ତ ମାମଲା ରୁଜୁ କରି ଓଡ଼ିଶା ସରକାରଙ୍କୁ ସମସ୍ତ ସାମାଜିକ ସୁରକ୍ଷା ଓ ମୌଳିକ ସୁବିଧା ତୁରନ୍ତ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, କୌଣସି କାଗଜପତ୍ର ବା ବୈଷୟିକ କାରଣରୁ ଗରିବ ଲୋକଙ୍କୁ ସେମାନଙ୍କର ବଞ୍ଚିବାର ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ। ସାଂସଦ ଡଃ ପାଣିଗ୍ରାହୀ କହିଛନ୍ତି ଯେ, ଡିଜିଟାଲ୍ କିମ୍ବା ଅନଲାଇନ୍ ସଫ୍ଟୱେର୍ ଅପଡେଟ୍ ନାଁରେ ଅସହାୟ ଗରିବ ଲୋକଙ୍କୁ ମାସ ମାସ ଧରି ଭୋକିଲା ରଖାଯାଇପାରିବ ନାହିଁ। ଏହି ଗୁରୁତର ସ୍ଥିତିକୁ ଦୃଷ୍ଟିରେ ରଖି ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିମ୍ନଲିଖିତ ଦାବି ଉପସ୍ଥାପନ କରିଛନ୍ତି:

୧. ମାନୁଆଲ୍ ପଦ୍ଧତିରେ ତୁରନ୍ତ ଭତ୍ତା ବଣ୍ଟନ: ଯେପର୍ଯ୍ୟନ୍ତ ନୂତନ ସଫ୍ଟୱେର୍ କିମ୍ବା ଡିଜିଟାଲ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ଓ ତ୍ରୁଟିଶୂନ୍ୟ ହୋଇନାହିଁ, ସେ ପର୍ଯ୍ୟନ୍ତ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (SSEPD) ମାଧ୍ୟମରେ ସମସ୍ତ ବ୍ଲକ ଏବଂ ପଞ୍ଚାୟତରେ ମାନୁଆଲ୍ ପଦ୍ଧତିରେ (ନଗଦ ଆକାରରେ) ଭତ୍ତା ପ୍ରଦାନ କରିବା ପାଇଁ ଜରୁରୀକାଳୀନ ନିର୍ଦ୍ଦେଶନାମା ଜାରି କରାଯାଉ।

୨. ସମସ୍ତ ଜିଲ୍ଲାପାଳଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ: ରାଜ୍ୟର ସମସ୍ତ ଜିଲ୍ଲାପାଳ (District Collectors) ମାନଙ୍କୁ ନିଜ ନିଜ ଜିଲ୍ଲାରେ ଭତ୍ତା ବଣ୍ଟନ ପ୍ରକ୍ରିୟାକୁ ବ୍ୟକ୍ତିଗତ ଭାବେ ତଦାରଖ କରିବାକୁ ଏବଂ ଆଗାମୀ ଦିନରେ ଯେପରି ଏଭଳି କୌଣସି ଅଭାବନୀୟ ବା ଦୁଃଖଦ ଘଟଣା ନଘଟେ, ସେଥିପାଇଁ ସେମାନଙ୍କୁ ସମ୍ପୂର୍ଣ୍ଣ ଦାୟିତ୍ୱ ଦିଆଯାଉ।

୩. ତଦନ୍ତ ଓ କ୍ଷତିପୂରଣ: ଗଞ୍ଜାମ ଜିଲ୍ଲାରେ ବି. ସାବିତ୍ରୀ ଡୋରାଙ୍କ ମୃତ୍ୟୁ ଘଟଣାର ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ସମୀକ୍ଷା କରାଯାଇ ଦୋଷୀ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ମୃତକଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା/ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯାଉ।

ଏହି ସମସ୍ୟାର ଗୁରୁତ୍ୱକୁ ଉପଲବ୍ଧି କରି ସାଂସଦ ଏହାର ଏକ ସୂଚନା ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବ, ସାମାଜିକ ସୁରକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ, ଦକ୍ଷିଣାଞ୍ଚଳ ଆରଡିସି (RDC) ଏବଂ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ମଧ୍ୟ ପତ୍ରର ନକଲ ପ୍ରେରଣ କରିଛନ୍ତି। ଜନସାଧାରଣଙ୍କ ମଧ୍ୟରେ ବଢୁଥିବା ଅସନ୍ତୋଷକୁ ପ୍ରଶମିତ କରିବା ଏବଂ ଗରିବ ଲୋକଙ୍କ ଜୀବନ ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ ପଦକ୍ଷେପ ନେବେ ବୋଲି ସାଂସଦ ଦୃଢ଼ ଆଶା ପୋଷଣ କରିଛନ୍ତି। ଭୋଟର ଓ ଜନସାଧାରଣଙ୍କ ସେବାରେ, ସୂଚନା ଓ ଲୋକସମ୍ପର୍କ ବିଭାଗ, *ବ୍ରହ୍ମପୁର ସାଂସଦଙ୍କ କାର୍ଯ୍ୟାଳୟ।

ଜାତୀୟ ବୃଦ୍ଧାବସ୍ଥା ଭତ୍ତା ଡଃ ପ୍ରଦୀପ କୁମାର ପାଣିଗ୍ରାହୀ ବୈଷୟିକ ତ୍ରୁଟି ମଧୁବାବୁ ପେନସନ୍ ଯୋଜନା ମୋହନ ଚରଣ ମାଝୀ ସଫ୍ଟୱେର ଜନିତ ସମସ୍ୟା ହସ୍ତଚାଳିତ ପ୍ରକ୍ରିୟା
Share. Facebook Twitter LinkedIn Email WhatsApp Copy Link

Related Posts

‘ଔରଙ୍ଗଜେବଙ୍କ ଭଳି ମାନସିକତା’: ଅଖିଳେଶ ଯାଦବଙ୍କ ଉପରେ ସଙ୍ଗୀତ ସୋମଙ୍କ କଡ଼ା ଆକ୍ରମଣ

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026

ଟାଙ୍ଗିଆରେ ହାଣି ବଡଭାଇକୁ ହତ୍ୟା

September 12, 2026

ଅଫିସରଙ୍କ ନିର୍ଯାତନା ଅଭିଯୋଗ: ଆନନ୍ଦପୁରରେ ଅଗ୍ନିଶମ କର୍ମଚାରୀଙ୍କ ଆତ୍ମାହୁତି ଉଦ୍ୟମ

September 12, 2026
Latest News

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

‘ଔରଙ୍ଗଜେବଙ୍କ ଭଳି ମାନସିକତା’: ଅଖିଳେଶ ଯାଦବଙ୍କ ଉପରେ ସଙ୍ଗୀତ ସୋମଙ୍କ କଡ଼ା ଆକ୍ରମଣ

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026

୮୦ ଦଶକ ଫଟୋ ଟ୍ରେଣ୍ଡ୍‌ର ମୋହ: ଗୋଟିଏ ଫଟୋ ପାଇଁ ଖର୍ଚ୍ଚ ହେଉଛି ଲିଟର ଲିଟର ପାଣି

September 12, 2026

ଟାଙ୍ଗିଆରେ ହାଣି ବଡଭାଇକୁ ହତ୍ୟା

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.