Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶାନ୍ତି ଚୁକ୍ତି ନା କୂଟନୈତିକ ସଙ୍କଟ ? ଟ୍ରମ୍ପଙ୍କ ଦୋହରା ଆଭିମୁଖ୍ୟକୁ ନେଇ ବିଶ୍ୱ ରାଜନୀତିରେ ନୂଆ ଝଡ଼
ଆଜିର ଖବର

ଶାନ୍ତି ଚୁକ୍ତି ନା କୂଟନୈତିକ ସଙ୍କଟ ? ଟ୍ରମ୍ପଙ୍କ ଦୋହରା ଆଭିମୁଖ୍ୟକୁ ନେଇ ବିଶ୍ୱ ରାଜନୀତିରେ ନୂଆ ଝଡ଼

June 17, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ୱାଶିଂଟନ: ଇରାନ ସହ ଶାନ୍ତି ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ପାଇଁ ଏମଓୟୁ  ବା ଶାନ୍ତି ଚୁକ୍ତି ଘୋଷଣା କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ପୁଣି ଥରେ ଇରାନକୁ ବୋମା ମାଡ଼ର ଧମକ ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଛନ୍ତି। ଗୋଟିଏ ପଟେ ଶାନ୍ତି ଆଲୋଚନା ଓ ଚୁକ୍ତିର କଥା, ଅନ୍ୟପଟେ ସାମରିକ କାର୍ଯ୍ୟାନୁଷ୍ଠାନର ଚେତାବନ – ଟ୍ରମ୍ପଙ୍କ ଏହି ଦୋହରା ଆଭିମୁଖ୍ୟ ଅନେକ ପ୍ରଶ୍ନ ସୃଷ୍ଟି କରିଛି।

ଜେନେଭାରେ ହେବାକୁ ଥିବା ଆଗାମୀ ଆଲୋଚନା ପୂର୍ବରୁ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ଯଦି ଇରାନ ଆମେରିକାର ସର୍ତ୍ତ ମାନିବାକୁ ରାଜି ନହୁଏ, ତେବେ କଠୋର ପଦକ୍ଷେପ ନିଆଯିବ। ତାଙ୍କ ଏହି ବିବୃତ୍ତି ପଛରେ ଦେଶୀୟ ଓ ଆନ୍ତର୍ଜାତିକ ଚାପ ବଡ଼ କାରଣ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି।

ଇରାନ ପକ୍ଷରୁ ଏମଓୟୁର କିଛି ସର୍ତ୍ତ ସାର୍ବଜନୀନ କରାଯିବା ପରେ ବିବାଦ ଆହୁରି ତୀବ୍ର ହୋଇଛି। ବିଶେଷକରି ଯୁଦ୍ଧ କ୍ଷତିପୂରଣ ପାଇଁ ୩୦୦ ବିଲିୟନ ଡଲାର ପାଣ୍ଠି ସହାୟତାର ପ୍ରସଙ୍ଗ ଆମେରିକାର ରାଜନୀତିରେ ଝଡ଼ ସୃଷ୍ଟି କରିଛି। ଟ୍ରମ୍ପ ଚୁକ୍ତି ଘୋଷଣା କରିଥିଲେ ମଧ୍ୟ ଏହାର ପୂର୍ଣ୍ଣ ବିବରଣୀ ସାର୍ବଜନୀନ କରିନଥିବାରୁ ବିରୋଧୀ ଦଳ ଓ ଗଣମାଧ୍ୟମ ତାଙ୍କୁ ଘେରିଛନ୍ତି।

ଡେମୋକ୍ରାଟିକ୍ ପାର୍ଟି ଟ୍ରମ୍ପଙ୍କୁ କଡ଼ା ସମାଲୋଚନା କରି କହିଛି ଯେ, ସେ ଇରାନ ସହ ହୋଇଥିବା ବୁଝାମଣାକୁ ନେଇ ଦେଶବାସୀଙ୍କୁ ସ୍ପଷ୍ଟ ସୂଚନା ଦେଉନାହାଁନ୍ତି। ଏହାସହ ଗଣମାଧ୍ୟମ ମଧ୍ୟ ଚୁକ୍ତିର ଖସଡ଼ା ପ୍ରକାଶ କରିବାକୁ ଦାବି କରୁଛି।

ପୂର୍ବତନ ଆମେରିକୀୟ ଉପରାଷ୍ଟ୍ରପତି ମାଇକ୍ ପେନ୍ସ ମଧ୍ୟ ଟ୍ରମ୍ପଙ୍କ ଉପରେ ନିଶାନା ସାଧିଛନ୍ତି। ତାଙ୍କ ମତରେ, ଏମଓୟୁରେ ହମାସ ଓ ହିଜବୋଲ୍ଲା ଭଳି ସଂଗଠନ ସମ୍ପର୍କରେ ସ୍ପଷ୍ଟ ଉଲ୍ଲେଖ ନଥିବା ଇରାନ ପ୍ରତି ନରମ ଆଭିମୁଖ୍ୟର ସଙ୍କେତ। ପେନ୍ସ ୩୦୦ ବିଲିୟନ ଡଲାର ପ୍ରସଙ୍ଗ ଓ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଟ୍ରମ୍ପଙ୍କ ନୀରବତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ଇରାନ ସହ ହୋଇଥିବା ବୁଝାମଣାକୁ ଇସ୍ରାଏଲ ଖୋଲାଖୋଲି ବିରୋଧ କରିଛି। ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ, ଯେକୌଣସି ପରିସ୍ଥିତିରେ ଇରାନକୁ ପରମାଣୁ ଅସ୍ତ୍ର ବିକାଶ କରିବାକୁ ଦିଆଯିବ ନାହିଁ। ଏହାକୁ ନେଇ ଦୁଇ ଘନିଷ୍ଠ ମିତ୍ର ଦେଶ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି।

ବଢ଼ୁଥିବା ସମାଲୋଚନା ମଧ୍ୟରେ ଟ୍ରମ୍ପ କହିଛନ୍ତି ଯେ, ଏମଓୟୁର ଖସଡ଼ା ଖୁବ୍ ଶୀଘ୍ର ସାର୍ବଜନୀନ କରାଯିବ ଏବଂ ସେ ନିଜେ ସାମ୍ବାଦିକ ସମ୍ମିଳନୀରେ ଏହାର ବିବରଣୀ ଦେବେ। ସେ ଏହା ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନର ଏମଓୟୁକୁ ଚୂଡ଼ାନ୍ତ ଚୁକ୍ତି ଭାବେ ନ ଦେଖିବାକୁ ଏବଂ ଜେନେଭା ଆଲୋଚନା ପରେ ଏକ ପୃଥକ ଚୂଡ଼ାନ୍ତ ସମଝୌତା ହେବ।

#america-iranpeacetalk #middleeast #Iran #America #DonladTrump #Humrez
Share. Facebook Twitter LinkedIn Email WhatsApp Copy Link

Related Posts

ବଢିଲା ଖରା ଛୁଟି

June 17, 2026

ଶ୍ରୀମନ୍ଦିରରେ ଭେଜାଲ ଘିଅ କାରବାର? ଜବତ ଘଟଣା ପରେ ଉଠିଲା ବଡ଼ ପ୍ରଶ୍ନ

June 17, 2026

ସାନ୍ଦିପନି ଚୌଧୁରୀଙ୍କୁ ଇଂରାଜୀ ସାହିତ୍ୟରେ ଡକ୍ଟରେଟ୍ ସମ୍ମାନ

June 17, 2026

‘ପିଏମ୍ – ଭିବିଆରୱାଇ’: ପ୍ରାୟ ୨,୪୦୦ କୋଟିର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

June 17, 2026
Latest News

ଶାନ୍ତି ଚୁକ୍ତି ନା କୂଟନୈତିକ ସଙ୍କଟ ? ଟ୍ରମ୍ପଙ୍କ ଦୋହରା ଆଭିମୁଖ୍ୟକୁ ନେଇ ବିଶ୍ୱ ରାଜନୀତିରେ ନୂଆ ଝଡ଼

June 17, 2026

ବଢିଲା ଖରା ଛୁଟି

June 17, 2026

ଶ୍ରୀମନ୍ଦିରରେ ଭେଜାଲ ଘିଅ କାରବାର? ଜବତ ଘଟଣା ପରେ ଉଠିଲା ବଡ଼ ପ୍ରଶ୍ନ

June 17, 2026

ସାନ୍ଦିପନି ଚୌଧୁରୀଙ୍କୁ ଇଂରାଜୀ ସାହିତ୍ୟରେ ଡକ୍ଟରେଟ୍ ସମ୍ମାନ

June 17, 2026

‘ପିଏମ୍ – ଭିବିଆରୱାଇ’: ପ୍ରାୟ ୨,୪୦୦ କୋଟିର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

June 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.