Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସକାଳୁଆ ସ୍କୁଲ ପାଇଁ ଦାବି କଲା ଓଷ୍ଟା
ଆଜିର ଖବର

ସକାଳୁଆ ସ୍କୁଲ ପାଇଁ ଦାବି କଲା ଓଷ୍ଟା

June 18, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସ୍କୁଲ
ସକାଳୁଆ ସ୍କୁଲ ପାଇଁ ଦାବି କଲା ଓଷ୍ଟା

ଭୁବନେଶ୍ୱର: ଗ୍ରୀଷ୍ମଛୁଟି ପରେ ଆଜି ବିଦ୍ୟାଳୟଗୁଡ଼ିକ ଖୋଲିଛି। ସାରା ରାଜ୍ୟରେ ଗ୍ରୀଷ୍ମ ଲହର ଜାରି ରହିଥିବାରୁ ବିଦ୍ୟାଳୟ ଗୁଡ଼ିକୁ ଗୁଳୁଗୁଳି ନକମିବା ପର୍ଯ୍ୟନ୍ତ ସକାଳୁଆ କରାଯିବା ପାଇଁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି।

ସୂଚନାଥାଉକି, ଗ୍ରୀଷ୍ମାବକାଶ ପରେ ଆଜି ଅର୍ଥାତ୍ ଜୁନ୍ ୧୮ ତାରିଖରେ ସମଗ୍ର ରାଜ୍ୟରେ ବିଦ୍ୟାଳୟ ଗୁଡ଼ିକ ଖୋଲିଛି। ଅତ୍ୟଧିକ ଗରମ ହେତୁ ରାଜ୍ୟର ପ୍ରମୁଖ ୧୨ଟି ଜିଲ୍ଲାର ଜିଲ୍ଲାପାଳ ବିଦ୍ୟାଳୟ ଗୁଡ଼ିକୁ ବନ୍ଦ ରଖିଛନ୍ତି। ସେହିପରି ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲା ଗୁଡ଼ିକରେ ମଧ୍ୟ ପ୍ରବଳ ଗରମ ଓ ଅସହ୍ୟ ଗୁଳୁଗୁଳି ହେଉଥିବାରୁ ପିଲାମାନେ ବିଦ୍ୟାଳୟରେ ବସିବା କଷ୍ଟଦାୟକ ହେଉଛି। ମୌସୁମୀ ଆସିଲା ବୋଲି ସବୁଆଡ଼େ ହୁରି ପଡ଼ିଥିବା ବେଳେ ଆକାଶରେ ମେଘ ନାହିଁ। ରାଜ୍ୟର ଅନେକ ଅଞ୍ଚଳରେ ଏବେବି ଗ୍ରୀଷ୍ମ ଯନ୍ତ୍ରଣା ଜାରି ରହିଛି।

ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ତଥ୍ୟ ଅନୁଯାୟୀ ରାଜ୍ୟର ବିସ୍ତୃତ ଅଞ୍ଚଳରେ ଆକାଶ ମେଘମୁକ୍ତ ରହିଥିବା ବେଳେ ଗୁଳୁଗୁଳି ବୃଦ୍ଧି ପାଇବାରେ ଲାଗିଛି। ଓଡ଼ିଶାର କେତେକ ସ୍କୁଲ ଘର ଟିଣ କିମ୍ବା ଆଜବେଷ୍ଟସ୍ ଏବଂ ଯେଉଁଠି ଛାତ ଘର ରହିଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ଏକ ମହଲା ବିଶିଷ୍ଟ। ବିଦ୍ୟାଳୟର ସମସ୍ତ ଶ୍ରେଣୀଗୃହରେ ବିଦ୍ୟୁତ୍ ସଂଯୋଗ ସହ ପଙ୍ଖାର ସୁବିଧା ନାହିଁ । ଯେଉଁଠି ପଙ୍ଖାର ସୁବିଧା ଅଛି ସେସବୁ ଚାଲୁନାହିଁ କିମ୍ବା ଅଧା ଅଚଳ ଅବସ୍ଥାରେ ପଡ଼ି ରହିଛି । ବର୍ତ୍ତମାନ ଦିନ ବେଳା ଘରୁ ବାହାରିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇ ପଡ଼ୁଛି।

ଏଭଳି ସ୍ଥିତିରେ ବିଦ୍ୟାଳୟରେ ଶିକ୍ଷାଦାନ ନେଇ ଅଭିଭାବକ, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି। ଏପରିସ୍ଥଳେ ଅଂଶୁଘାତର ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଅଛି, ଯାହାକି ପିଲାମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିବ। ଏହାକୁ ଲକ୍ଷ୍ୟ କରି ଆସନ୍ତା କାଲି ଠାରୁ ଏ ଅସ୍ୱଭାବିକ ଗୁଳୁଗୁଳି ନ କମିବା ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକୁ ସକାଳୁଆ କରାଗଲେ ଏକ ସୁସ୍ଥ ବାତାବରଣ ସୃଷ୍ଟି ହୋଇପାରିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

ଏଣୁ ଏହି ପ୍ରଚଣ୍ଡ ଗରମ ଓ ଅସହ୍ୟ ଗୁଳୁଗୁଳିକୁ ଦୃଷ୍ଟିରେ ଗ୍ରୀଷ୍ମପ୍ରବାହ ନ କମିବା ପର୍ଯ୍ୟନ୍ତ ସ୍କୁଲ ସମୟକୁ ସକାଳ ୬ଟା ୩୦ରୁ ୧୦ଟା ୩୦ ମିନିଟ୍ ପର୍ଯ୍ୟନ୍ତ କରାଯିବା ପାଇଁ ଓଷ୍ଟା ପକ୍ଷରୁ ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜ କିଶୋର ବିଶ୍ୱାଳ ଓ କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସମ୍ପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି।

ଅତ୍ୟଧିକ ଗରମ ଅସହ୍ୟ ଗୁଳୁଗୁଳି
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ଆରମ୍ଭ ହେଲା ଦୁଇ ଦିନିଆ ‘ପୂର୍ବୋଦୟ ମାଇଣ୍ଡ୍ କନକ୍ଲେଭ୍ ୨୦୨୬’

July 31, 2026

ଓଡ଼ିଶାରେ ସ୍ୱଚ୍ଛ ଶକ୍ତିର ପ୍ରସାର ଏବଂ ଚାଷୀଙ୍କ ବିକାଶ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ

July 31, 2026

ଅତ୍ୟାଧୁନିକ ମେଗର R30 ଭ୍ୟାନ୍-ମାଉଣ୍ଟେଡ୍ କେବୁଲ୍ ଫଲ୍ଟ ଲୋକେସନ୍ ର  ଶୁଭାରମ୍ଭ

July 31, 2026

ରାଷ୍ଟ୍ରପତି ଭବନରେ ବସ୍ତରର ପରମ୍ପରାର ଝଲକ: ପାରମ୍ପରିକ ପୋଷାକରେ ପହଞ୍ଚିଲେ ବସ୍ତରବାସୀ

July 31, 2026
Latest News

‘ପେପର ଲିକ୍ ଭଳି ଏକ ଗମ୍ଭୀର ରୋଗର ସ୍ଥାୟୀ ଚିକିତ୍ସା ଆବଶ୍ୟକ’: ରାଘବ ଚଢା

July 31, 2026

ଭୁବନେଶ୍ୱରରେ ଆରମ୍ଭ ହେଲା ଦୁଇ ଦିନିଆ ‘ପୂର୍ବୋଦୟ ମାଇଣ୍ଡ୍ କନକ୍ଲେଭ୍ ୨୦୨୬’

July 31, 2026

ଓଡ଼ିଶାରେ ସ୍ୱଚ୍ଛ ଶକ୍ତିର ପ୍ରସାର ଏବଂ ଚାଷୀଙ୍କ ବିକାଶ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ

July 31, 2026

ଅତ୍ୟାଧୁନିକ ମେଗର R30 ଭ୍ୟାନ୍-ମାଉଣ୍ଟେଡ୍ କେବୁଲ୍ ଫଲ୍ଟ ଲୋକେସନ୍ ର  ଶୁଭାରମ୍ଭ

July 31, 2026

ରାଷ୍ଟ୍ରପତି ଭବନରେ ବସ୍ତରର ପରମ୍ପରାର ଝଲକ: ପାରମ୍ପରିକ ପୋଷାକରେ ପହଞ୍ଚିଲେ ବସ୍ତରବାସୀ

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.