ଭୁବନେଶ୍ଵର : ବରିଷ୍ଠ ଆଇପିଏସ ଅଧିକାରୀ ଦୟାଲ ଗଙ୍ଗୱାର ସସପେଣ୍ଡ । ବାଲିଅନ୍ତା ସୌମ୍ୟ ହତ୍ୟା ନେଇ ବିବାଦରେ ଥିଲେ । ସୌମ୍ୟଙ୍କୁ ଗଙ୍ଗୱାର ମାନସିକ ନିର୍ଯ୍ୟାତନା ଦେଇଥିବା ନେଇ ସୌମ୍ୟଙ୍କ ବାପ ମା ଅଭିଯୋଗ କରିଥିଲେ । ନିଲମ୍ବନ ପୂର୍ବରୁ ସେ ଓଡ଼ିଶା ପୋଲିସରେ ADGP କମ୍ୟୁନିକେସନ (Communication) ପଦବୀରେ କାର୍ଯ୍ୟରତ ଥିଲେ। ତାଙ୍କ ବିରୋଧରେ ତଦନ୍ତ ଚାଲିଥିବା ବେଳେ ତାଙ୍କୁ ଗୃହ ବିଭାଗର ଓଏସଡି (OSD) ଭାବେ ବଦଳି କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଦେଶକ୍ରମେ ତାଙ୍କୁ ରାଜ୍ୟ ସରକାର ଚାକିରିରୁ ନିଲମ୍ବିତ କରିଛନ୍ତି।
ସୂଚନାଯୋଗ୍ୟ, ଗତମାସ ୭ ତାରିଖରେ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ବ୍ରିଜ ନିକଟରେ ଦିନ ଦ୍ୱିପ୍ରହରରେ ସଂଘବଦ୍ଧ ଭାବେ ଅତି ନିର୍ମମ ଭାବେ ମାଡ଼ ମରାଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।


