Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟରେ ପାଣିରେ ବୁଡ଼ି ମୃତ୍ୟୁ ରୋକିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ
ଆଜିର ଖବର

ରାଜ୍ୟରେ ପାଣିରେ ବୁଡ଼ି ମୃତ୍ୟୁ ରୋକିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ

June 19, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Chief Secretary orders coordinated steps to reduce drowning deaths in state
Chief Secretary orders coordinated steps to reduce drowning deaths in state

ଭୁବନେଶ୍ଵର: ରାଜ୍ୟରେ ବିଭିନ୍ନ ନଦୀ, କେନାଲ, ଜଳାଶୟ ଏବଂ ସମୁଦ୍ର ଆଦିରେ ପାଣିରେ ବୁଡ଼ି ମୃତ୍ୟୁ ଘଟୁଥିବା ଭଳି ଦୁର୍ଘଟଣା ଏକ ଗଭୀର ଚିନ୍ତାଜନକ ବିଷୟ। ପ୍ରତିବର୍ଷ ଏଥି ଯୋଗୁଁ ଶହ ଶହ ସଂଖ୍ୟାରେ ଜୀବନହାନି ଘଟୁଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ ୯,୦୦୦ ଜଣ ପାଣିରେ ବୁଡ଼ିଯିବା ହେତୁ ପ୍ରାଣ ହରାଇଛନ୍ତି, ଯାହା ମଧ୍ୟରେ ଅଧିକାଂଶ ଶିଶୁ ଓ ଯୁବବର୍ଗ ରହିଛନ୍ତି। ଅସାବଧାନତା ହେତୁ ତଥା ବିଭିନ୍ନ କାରଣରୁ ପୋଖରୀ, ଖୋଲା କୂଅ, ବିପଦପୂର୍ଣ୍ଣ ଜଳାଶୟ, ନଦୀଘାଟ, ସମୁଦ୍ର, ଜଳପ୍ରପାତ ଓ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ଏପରି ଜଳବୁଡ଼ି ଘଟଣା ଦେଖାଦେଉଛି।

ଏହି ପରିପ୍ରେକ୍ଷୀରେ ପାଣିରେ ବୁଡ଼ି ମୃତ୍ୟୁକୁ ରୋକିବା ପାଇଁ ପ୍ରତିକାରାତ୍ମକ ବ୍ୟବସ୍ଥା ଏବଂ ଜନସଚେତନତା ସୃଷ୍ଟି ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଏକ ସମୀକ୍ଷା ବୈଠକ ଗୁରୁବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଓଡ଼ିଶା ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଡଃ. ସୁଧାଂଶୁ ଷଡ଼ଙ୍ଗୀ, ଅତିରିକ୍ତ ରିଲିଫ୍ କମିଶନର ପଦ୍ମନାଭ ବେହେରାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତି ରହି ପାଣିରେ ବୁଡ଼ି ମୃତ୍ୟୁର କାରଣ ଓ ପ୍ରତିକାରାତ୍ମକ ପଦକ୍ଷେପ ସଂପର୍କରେ ଆଲୋଚନା କରିଥିଲେ।

ଅଗ୍ନିଶମ ସେବା ଓ ଗୃହରକ୍ଷୀ ବାହିନୀର ମହାନିର୍ଦ୍ଦେଶକ ଡଃ. ଷଡ଼ଙ୍ଗୀ ଏହି ବୈଠକରେ ଉପସ୍ଥିତ ରହି ମତାମତ ପ୍ରଦାନ କରିଥିଲେ। ପାଣିରେ ବୁଡ଼ି ମୃତ୍ୟୁ ପ୍ରତିବର୍ଷ ବହୁ ଜୀବନ ହାନି ଘଟୁଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ଚିନ୍ତା ଓ ଦୁଃଖ ପ୍ରକାଶ କରି ଏହାର ପ୍ରତିକାରାତ୍ମକ ସୁଦୃଢ ପଦକ୍ଷେପ ନେବାକୁ ରାମଚଣ୍ଡୀ ନିକଟସ୍ଥ “ଓଡ଼ିଶା ଷ୍ଟେଟ୍ ୱାଟରମ୍ୟାନଶିପ୍ ଆଣ୍ଡ ଲାଇଫଗାର୍ଡ ଇନଷ୍ଟିଚ୍ୟୁଟ୍ (ଓସ୍ୱାଲି) ଠାରେ ପରାମର୍ଶ ଦେଇଥିବା ସେ ପ୍ରକାଶ କରିଥିଲେ। ସରକାରୀ ବିଭାଗ, ସ୍ଥାନୀୟ ପ୍ରଶାସନ, ବିଭିନ୍ନ ଗୋଷ୍ଟୀ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ଜନସାଧାରଣଙ୍କ ମିଳିତ ସହଯୋଗ ଦ୍ୱାରା ପ୍ରତିକାରାତ୍ମକ ବ୍ୟବସ୍ଥା ଫଳରେ ଜଳରେ ବୁଡ଼ି ମୃତ୍ୟୁ ଦୁର୍ଘଟଣାରୁ ପ୍ରତିଟି ମୂଲ୍ୟବାନ ଜୀବନକୁ ରକ୍ଷା କରାଯାଇପାରିବ ବୋଲି ସେ ମତ ପୋଷଣ କରିଥିଲେ।

ଆଗାମୀ ଦିନରେ ଏହି ଦୁର୍ଘଟଣା ଯେପରି ବହୁ ସଂଖ୍ୟାରେ ହ୍ରାସ ପାଇବ, ସେଥିପାଇଁ ଭୌଗୋଳିକ ସ୍ଥିତି ଏବଂ ଜଳାଶୟର ପ୍ରକୃତିକୁ ଆଧାରରେ ତଥ୍ୟ ବିଶ୍ଳେଷଣ କରାଯାଇ ବିପଦପୂର୍ଣ୍ଣ ସ୍ଥାନ ବା ‘ବୁଡ଼ି ପ୍ରବଣ ବ୍ଲାକ୍ ସ୍ପଟ୍’ ଗୁଡ଼ିକୁ ଚିହ୍ନଟ କରାଯିବା ନେଇ ଯୋଜନା ପ୍ରସ୍ତୁତ କରାଯିବାକୁ ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି।

ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ସ୍ତରରେ ଅତିକମରେ ୧ ରୁ ୨ ଜଣଙ୍କୁ ସ୍ଥାନୀୟ ଜୀବନରକ୍ଷକ (ଲାଇଫ୍ଗାର୍ଡ) ରୂପେ ପ୍ରଶିକ୍ଷଣ ଦିଆଯିବାକୁ ପ୍ରସ୍ତାବ ଦିଆଯାଇଛି।

Anu GArg Chief Secretary drowning deaths
Share. Facebook Twitter LinkedIn Email WhatsApp Copy Link

Related Posts

ଅଷ୍ଟ୍ରେଲିଆରେ ଭାରତୀୟ ପ୍ରବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

July 10, 2026

ବିସ୍ତୃତ ରାଶିଫଳ: ଆଜି ଜୁଲାଇ ୧୦ ତାରିଖ ଶୁକ୍ରବାରରେ ଏହି ସାତୋଟି ରାଶି ପାଇଁ ଅଛି ଶୁଭ ଖବର

July 10, 2026

ପାରିବାରିକ କଳହର ଭୟଙ୍କର ପରିଣତି: ସ୍ତ୍ରୀ ଓ ବୋହୂଙ୍କୁ ଛୁରାମାଡ଼

July 9, 2026

ଡେୟାରୀ କ୍ଷେତ୍ରକୁ ମିଳିଲା ଡିଜିଟାଲ୍ ଗତି; ଏକାଧିକ ପୋର୍ଟାଲ ଓ ଏସଓପିର ଉଦ୍‌ଘାଟନ କଲେ କେନ୍ଦ୍ର ମନ୍ତ୍ରୀ

July 9, 2026
Latest News

ଅଷ୍ଟ୍ରେଲିଆରେ ଭାରତୀୟ ପ୍ରବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

July 10, 2026

ବିସ୍ତୃତ ରାଶିଫଳ: ଆଜି ଜୁଲାଇ ୧୦ ତାରିଖ ଶୁକ୍ରବାରରେ ଏହି ସାତୋଟି ରାଶି ପାଇଁ ଅଛି ଶୁଭ ଖବର

July 10, 2026

ପାରିବାରିକ କଳହର ଭୟଙ୍କର ପରିଣତି: ସ୍ତ୍ରୀ ଓ ବୋହୂଙ୍କୁ ଛୁରାମାଡ଼

July 9, 2026

ଡେୟାରୀ କ୍ଷେତ୍ରକୁ ମିଳିଲା ଡିଜିଟାଲ୍ ଗତି; ଏକାଧିକ ପୋର୍ଟାଲ ଓ ଏସଓପିର ଉଦ୍‌ଘାଟନ କଲେ କେନ୍ଦ୍ର ମନ୍ତ୍ରୀ

July 9, 2026

ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତ

July 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.