Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଝାଡ଼ଖଣ୍ଡରେ ନୂଆ ରାଜନୈତିକ ସମୀକରଣ! କଂଗ୍ରେସ-ବିଜେପି ବିନା ସରକାର ଗଠନ ପାଇଁ ହେମନ୍ତଙ୍କୁ ସରୟୁ ରାୟଙ୍କ ଫର୍ମୁଲା
ଆଜିର ଖବର

ଝାଡ଼ଖଣ୍ଡରେ ନୂଆ ରାଜନୈତିକ ସମୀକରଣ! କଂଗ୍ରେସ-ବିଜେପି ବିନା ସରକାର ଗଠନ ପାଇଁ ହେମନ୍ତଙ୍କୁ ସରୟୁ ରାୟଙ୍କ ଫର୍ମୁଲା

June 19, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରାଞ୍ଚି : ଝାଡ଼ଖଣ୍ଡ ରାଜନୀତିରେ ଏବେ ଏକ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜ୍ୟସଭା ନିର୍ବାଚନ ପରେ ସୃଷ୍ଟି ହୋଇଥିବା ରାଜନୈତିକ ପରିସ୍ଥିତି ମଧ୍ୟରେ ଜେଡିୟୁ ବିଧାୟକ ସରୟୂ ରାୟ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଏକ ନୂଆ ରାଜନୈତିକ ଫର୍ମୁଲା ପ୍ରସ୍ତାବ ଦେଇଛନ୍ତି। ତାଙ୍କ ମତରେ, ଝାଡ଼ଖଣ୍ଡରେ ସରକାର ଗଠନ ପାଇଁ ଜେଏମଏମକୁ ନା କଂଗ୍ରେସର ଆବଶ୍ୟକତା ରହିଛି, ନା ବିଜେପିର।

ସରୟୁ ରାୟ କହିଛନ୍ତି ଯେ, ଜେଏମଏମର ୩୪ ଜଣ ବିଧାୟକ, ଆରଜେଡିର ୪ ଜଣ, ବାମ ଦଳର ୨ ଜଣ ଏବଂ ସେ ନିଜେ ଜଣେ ଜେଡିୟୁ ବିଧାୟକ ମିଶି ମୋଟ ୪୧ ଜଣ ବିଧାୟକଙ୍କ ସମର୍ଥନ ସଂଗ୍ରହ କରିପାରିବେ। ଏହି ସଂଖ୍ୟା ଆଧାରରେ ସରକାର ଗଠନ ସମ୍ଭବ ବୋଲି ସେ ଦାବି କରିଛନ୍ତି।

ସରୟୁ ରାୟଙ୍କ ଏହି ବୟାନ ଏମିତି ଏକ ସମୟରେ ଆସିଛି, ଯେତେବେଳେ ଝାଡ଼ଖଣ୍ଡ ରାଜ୍ୟସଭା ନିର୍ବାଚନରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ଦୁଇଟି ଆସନ ମଧ୍ୟରୁ ଗୋଟିଏରେ ଜେଏମଏମ ପ୍ରାର୍ଥୀ ବୈଦ୍ୟନାଥ ରାମ ବିଜୟୀ ହୋଇଥିବା ବେଳେ ଅନ୍ୟଟିରେ ଏନଡିଏ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ପରିମଳ ନାଥୱାନୀ ବିଜୟ ହାସଲ କରିଛନ୍ତି। କଂଗ୍ରେସ ସମର୍ଥିତ ପ୍ରାର୍ଥୀ ପ୍ରଣବ ଝା ପରାଜୟ ବରଣ କରିଥିଲେ।

ରାଜ୍ୟସଭା ଫଳାଫଳ ପରେ ମହାମେଣ୍ଟ ଭିତରେ ସମନ୍ୱୟ ଓ ରାଜନୈତିକ ଭବିଷ୍ୟତକୁ ନେଇ ନୂଆ ପ୍ରଶ୍ନ ଉଠିଥିବା ବେଳେ ସରୟୁ ରାୟଙ୍କ ଫର୍ମୁଲା ରାଜନୈତିକ ମହଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଉଲ୍ଲେଖଯୋଗ୍ୟ ଯେ, ସରୟୁ ରାୟ ଝାଡ଼ଖଣ୍ଡ ରାଜନୀତିର ଜଣେ ପ୍ରଭାବଶାଳୀ ନେତା। ୨୦୧୯ ବିଧାନସଭା ନିର୍ବାଚନରେ ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ପରାସ୍ତ କରି ଚର୍ଚ୍ଚାକୁ ଆସିଥିଲେ। ଏହାଛଡ଼ା ବିହାରର ଚର୍ଚ୍ଚିତ ଚାରା ଘୋଟାଲା ମାମଲାକୁ ସାମ୍ନାକୁ ଆଣିବାରେ ମଧ୍ୟ ତାଙ୍କ ଭୂମିକା ଉଲ୍ଲେଖନୀୟ ରହିଛି।

ଏବେ ପ୍ରଶ୍ନ ଉଠୁଛି, ସରୟୁ ରାୟଙ୍କ ଏହି ଫର୍ମୁଲା କେବଳ ରାଜନୈତିକ ପରାମର୍ଶ ନା ଆଗାମୀ ଦିନରେ ଝାଡ଼ଖଣ୍ଡରେ ନୂଆ ସମୀକରଣର ସଙ୍କେତ? ଏହା ଉପରେ ରାଜ୍ୟର ରାଜନୀତି ଏବେ ନଜର ରଖିଛି।

CM Hemant Soren New Government
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇ ବରିଷ୍ଠ ଆଇଏଏସଙ୍କୁ ନୂଆ ଦାୟିତ୍ଵ

June 19, 2026

ଭୁବନେଶ୍ୱରରେ ଅଭାବନୀୟ ଘଟଣା: ସ୍ତ୍ରୀଙ୍କ ସହ ବଚସା ପରେ ଆତ୍ମହତ୍ୟା ଉଦ୍ୟମ

June 18, 2026

ଦୁଷ୍କର୍ମ ଅଭିଯୋଗ ପରେ ହଟିଲେ ଆଇଆଇସି

June 18, 2026

ଘୁଞ୍ଚିଲା ଆରଆଇ ପରୀକ୍ଷା

June 18, 2026
Latest News

ଝାଡ଼ଖଣ୍ଡରେ ନୂଆ ରାଜନୈତିକ ସମୀକରଣ! କଂଗ୍ରେସ-ବିଜେପି ବିନା ସରକାର ଗଠନ ପାଇଁ ହେମନ୍ତଙ୍କୁ ସରୟୁ ରାୟଙ୍କ ଫର୍ମୁଲା

June 19, 2026

ଦୁଇ ବରିଷ୍ଠ ଆଇଏଏସଙ୍କୁ ନୂଆ ଦାୟିତ୍ଵ

June 19, 2026

ଭୁବନେଶ୍ୱରରେ ଅଭାବନୀୟ ଘଟଣା: ସ୍ତ୍ରୀଙ୍କ ସହ ବଚସା ପରେ ଆତ୍ମହତ୍ୟା ଉଦ୍ୟମ

June 18, 2026

ଦୁଷ୍କର୍ମ ଅଭିଯୋଗ ପରେ ହଟିଲେ ଆଇଆଇସି

June 18, 2026

ଘୁଞ୍ଚିଲା ଆରଆଇ ପରୀକ୍ଷା

June 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.