Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଳିଗଲା ଗଦି ଫ୍ୟାକ୍ଟ୍ରି, ଲକ୍ଷାଧିକ ଟଙ୍କାର କ୍ଷତି
ଆଜିର ଖବର

ଜଳିଗଲା ଗଦି ଫ୍ୟାକ୍ଟ୍ରି, ଲକ୍ଷାଧିକ ଟଙ୍କାର କ୍ଷତି

June 19, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ସାଲେପୁର : କଟକ ଜିଲ୍ଲାର ସାଲେପୁର ରାସ୍ତା ପଦମପୁର ଅଞ୍ଚଳରେ ଏକ ଗଦି ଫ୍ୟାକ୍ଟ୍ରିରେ ଘଟିଛି ଭୟାବହ ଅଗ୍ନିକାଣ୍ଡ।  ଫ୍ୟାକ୍ଟ୍ରି ଭିତରେ ଥିବା ଦାହ୍ୟ ସାମଗ୍ରୀ ଯୋଗୁଁ ନିଆଁ ଦ୍ରୁତ ଗତିରେ ବ୍ୟାପିଥିଲା ଏବଂ କିଛି ସମୟ ମଧ୍ୟରେ ସମଗ୍ର କାରଖାନାକୁ କବଳିତ କରିଦେଇଥିଲା। ଫ୍ୟାକ୍ଟ୍ରିରେ ହଠାତ୍ ନିଆଁ ଲାଗିବା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା।

ଅଗ୍ନିକାଣ୍ଡରେ ବିପୁଳ ପରିମାଣର ପ୍ରସ୍ତୁତ ଗଦି, କଞ୍ଚାମାଲ ଓ ମୂଲ୍ୟବାନ ଯନ୍ତ୍ରପାତି ଜଳି ପୋଡ଼ି ନଷ୍ଟ ହୋଇଯାଇଛି। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି କ୍ଷତି ହୋଇଥିବା ଅନୁମାନ କରାଯାଉଛି।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବାହିନୀର ୬ଟି ଗାଡ଼ି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଦୀର୍ଘ ସମୟ ଧରି ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥିଲେ। ବହୁ ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣକୁ ଆଣାଯାଇଥିଲା, ଯାହାଫଳରେ ପାଖପାଖି ଅଞ୍ଚଳକୁ ଅଗ୍ନି ବ୍ୟାପିବାରୁ ରୋକାଯାଇଥିଲା।

ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବଂ କ୍ଷୟକ୍ଷତିର ସଠିକ୍ ଆକଳନ ପାଇଁ ତଦନ୍ତ ଜାରି ରହିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

fireatfactory
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦୁଝରରେ ଚାଞ୍ଚଲ୍ୟ: ଅଲେଖ ମହିମା ଦିକ୍ଷୀତ ବାବାଙ୍କୁ ପଥରରେ ଛେଚି ହତ୍ୟା

June 19, 2026

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

June 19, 2026

ରାଜ୍ୟରେ ପାଣିରେ ବୁଡ଼ି ମୃତ୍ୟୁ ରୋକିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ

June 19, 2026

ଏଲଏନଜି ଯୋଗାଣକୁ ମିଳିବ ଶକ୍ତି: ୬୨,୩୭୦ ମେଟ୍ରିକ୍ ଟନ୍ କାର୍ଗୋ ନେଇ ଦହେଜରେ ପହଞ୍ଚିବ ‘ଦିଶା’

June 19, 2026
Latest News

କେନ୍ଦୁଝରରେ ଚାଞ୍ଚଲ୍ୟ: ଅଲେଖ ମହିମା ଦିକ୍ଷୀତ ବାବାଙ୍କୁ ପଥରରେ ଛେଚି ହତ୍ୟା

June 19, 2026

ଜଳିଗଲା ଗଦି ଫ୍ୟାକ୍ଟ୍ରି, ଲକ୍ଷାଧିକ ଟଙ୍କାର କ୍ଷତି

June 19, 2026

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

June 19, 2026

ଐତିହାସିକ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ଉତ୍ସବ ପାଇଁ ପ୍ରସ୍ତୁତ କୋଲକାତା

June 19, 2026

ରାଜ୍ୟରେ ପାଣିରେ ବୁଡ଼ି ମୃତ୍ୟୁ ରୋକିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ

June 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.