Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୟାଲ ଗଙ୍ଗୱାରଙ୍କ ବିରୋଧରେ ବଡ଼ ଖୁଲାସା
ଆଜିର ଖବର

ଦୟାଲ ଗଙ୍ଗୱାରଙ୍କ ବିରୋଧରେ ବଡ଼ ଖୁଲାସା

June 19, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର : ସୌମ୍ୟରଞ୍ଜନ ସ୍ୱାଇଁ ମୃତ୍ୟୁ ମାମଲାରେ ତଦନ୍ତ ଯେତେ ଆଗକୁ ବଢ଼ୁଛି, ସେତେ ନୂଆ ନୂଆ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି। କ୍ରାଇମବ୍ରାଞ୍ଚର ପ୍ରାଥମିକ ତଦନ୍ତ ରିପୋର୍ଟରେ ବରିଷ୍ଠ ଆଇପିଏସ ଅଧିକାରୀ ଦୟାଲ ଗଙ୍ଗୱାରଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଉଠିଛି। ରିପୋର୍ଟ ଅନୁସାରେ, କେବଳ ସୌମ୍ୟରଞ୍ଜନ ନୁହେଁ, ବରଂ ୮ରୁ ଅଧିକ କନଷ୍ଟେବଲଙ୍କୁ ସେ ଘରୋଇ ଏବଂ ବ୍ୟକ୍ତିଗତ କାମରେ ନିୟୋଜିତ କରୁଥିଲେ।

ତଦନ୍ତରେ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ, କେତେକ କନଷ୍ଟେବଲଙ୍କୁ ସରକାରୀ ଡ୍ୟୁଟି ବଦଳରେ ଘରୋଇ କାର୍ଯ୍ୟ କରିବାକୁ କୁହାଯାଉଥିଲା। ଏହି ଅଭିଯୋଗ ଦୀର୍ଘଦିନ ଧରି ଚାଲିଆସୁଥିବା ବେଳେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପରେ ଘଟଣା ଗୁରୁତର ମୋଡ଼ ନେଇଛି। ସୌମ୍ୟଙ୍କ ପରିବାର ପକ୍ଷରୁ ମାନସିକ ନିର୍ଯାତନା ଏବଂ ବ୍ୟକ୍ତିଗତ କାମରେ ଖଟାଯାଉଥିବା ଅଭିଯୋଗ ଆଣିବା ପରେ ତଦନ୍ତ ଆରମ୍ଭ ହୋଇଥିଲା।

କ୍ରାଇମବ୍ରାଞ୍ଚ ରିପୋର୍ଟର ଏହି ଖୁଲାସା ପରେ ଦୟାଲ ଗଙ୍ଗୱାରଙ୍କ ଅଡୁଆ ବଢ଼ିଯାଇଛି। ପୂର୍ବରୁ ତାଙ୍କୁ ADG (କମ୍ୟୁନିକେସନ) ପଦରୁ ହଟାଇ ଗୃହ ବିଭାଗର OSD ଭାବେ ବଦଳି କରାଯାଇଥିଲା। ଗତକାଲି ମୁଖ୍ୟମନ୍ତ୍ରୀ ତାଙ୍କୁ ନିଲମ୍ବନ କରିଥିବାବେଳେ, ଏବେ ତଦନ୍ତର ପରବର୍ତ୍ତୀ ପର୍ଯ୍ୟାୟକୁ ନେଇ ଚର୍ଚ୍ଚା ବଢ଼ିଛି।

ସୌମ୍ୟରଞ୍ଜନ ସ୍ୱାଇଁଙ୍କ ମୃତ୍ୟୁ ମାମଲା ଏବେ କେବଳ ଏକ ଅସ୍ୱାଭାବିକ ମୃତ୍ୟୁ ଘଟଣାରେ ସୀମିତ ନାହିଁ। ଏହା ପୁଲିସ ବ୍ୟବସ୍ଥା ଭିତରେ କ୍ଷମତାର ଦୁରୁପଯୋଗ, ଅଧସ୍ତନ କର୍ମଚାରୀଙ୍କ ପ୍ରତି ବ୍ୟବହାର ଏବଂ କାର୍ଯ୍ୟ ସଂସ୍କୃତିକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି। ତଦନ୍ତର ଅନ୍ତିମ ରିପୋର୍ଟ ପରେ ଆହୁରି ବଡ଼ ଖୁଲାସା ହେବାର ସମ୍ଭାବନା ରହିଛି।

ଦୟାଲ ଗଙ୍ଗୱାର ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା
Share. Facebook Twitter LinkedIn Email WhatsApp Copy Link

Related Posts

ଅଷ୍ଟ୍ରେଲିଆରେ ଭାରତୀୟ ପ୍ରବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

July 10, 2026

ବିସ୍ତୃତ ରାଶିଫଳ: ଆଜି ଜୁଲାଇ ୧୦ ତାରିଖ ଶୁକ୍ରବାରରେ ଏହି ସାତୋଟି ରାଶି ପାଇଁ ଅଛି ଶୁଭ ଖବର

July 10, 2026

ପାରିବାରିକ କଳହର ଭୟଙ୍କର ପରିଣତି: ସ୍ତ୍ରୀ ଓ ବୋହୂଙ୍କୁ ଛୁରାମାଡ଼

July 9, 2026

ଡେୟାରୀ କ୍ଷେତ୍ରକୁ ମିଳିଲା ଡିଜିଟାଲ୍ ଗତି; ଏକାଧିକ ପୋର୍ଟାଲ ଓ ଏସଓପିର ଉଦ୍‌ଘାଟନ କଲେ କେନ୍ଦ୍ର ମନ୍ତ୍ରୀ

July 9, 2026
Latest News

ଅଷ୍ଟ୍ରେଲିଆରେ ଭାରତୀୟ ପ୍ରବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

July 10, 2026

ବିସ୍ତୃତ ରାଶିଫଳ: ଆଜି ଜୁଲାଇ ୧୦ ତାରିଖ ଶୁକ୍ରବାରରେ ଏହି ସାତୋଟି ରାଶି ପାଇଁ ଅଛି ଶୁଭ ଖବର

July 10, 2026

ପାରିବାରିକ କଳହର ଭୟଙ୍କର ପରିଣତି: ସ୍ତ୍ରୀ ଓ ବୋହୂଙ୍କୁ ଛୁରାମାଡ଼

July 9, 2026

ଡେୟାରୀ କ୍ଷେତ୍ରକୁ ମିଳିଲା ଡିଜିଟାଲ୍ ଗତି; ଏକାଧିକ ପୋର୍ଟାଲ ଓ ଏସଓପିର ଉଦ୍‌ଘାଟନ କଲେ କେନ୍ଦ୍ର ମନ୍ତ୍ରୀ

July 9, 2026

ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତ

July 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.