Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁ ଜାତୀୟ ରାଜପଥରେ ସଡକ ଦୁର୍ଘଟଣା : ଦୁଇ ମୃତ
ଆଜିର ଖବର

ବାଲୁଗାଁ ଜାତୀୟ ରାଜପଥରେ ସଡକ ଦୁର୍ଘଟଣା : ଦୁଇ ମୃତ

August 21, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧାର ବାଲୁଗାଁ ନିକଟ ବେଲପଡ଼ା ଛକ ନିକଟରେ ଏକ ସଡକ ଦୁର୍ଘଟଣାରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ବାଲୁଗାଁ୧୬ ନମ୍ବର ଜାତୀୟ ରାଜପଥରେ ଦୁଇଟି ଟ୍ରକ୍‌ ପରସ୍ପର ସହ ଧକ୍କା ହେବାରୁ ଡ୍ରାଇଭର ଓ ହେଲପର୍‌ ପ୍ରାଣ ହରାଇଛନ୍ତି । ସୂଚନାଯୋଗ୍ୟ, ଆଜି ଭୋର ୪ଟା ସମୟରେ ଏହି ଘଟଣା ଘଟିିଛି । ବେଲପଡ଼ା ଛକ ନିକଟସ୍ଥ ରାଜପଥ ପାର୍ଶ୍ବରେ ଏକ ପଥର ବୋଝେଇ ଟ୍ରକ୍‌ ଖରାପ ହେବା କାରଣରୁ ଛିଡା ହୋଇଥିବାବେଳେ ଏହି ସମୟରେ ଅନ୍ୟ ଏକ ଧାନ ବୋଝେଇ ଟ୍ରକ୍‌ ଏହି ଟ୍ରକ୍‌ଟିକୁ ପଛରୁ ଧକ୍କା ଦେଇଥିଲା । ଧକ୍କା ଦେବା ସମୟରେ ପଥର ବୋଝଇ ଟ୍ରକ୍‌ର ଡ୍ରାଇଭର୍‌ ଓ ହେଲପର୍‌ଙ୍କ ମୃତ୍ୟୁ ହୋଇଛି ।  ମୃତକ ଦ୍ବୟ ହେଲେ  ମୁନା ପାତ୍ର ଓ ସୁଦର୍ଶନ ବେହେରା । ମୁନା ପାତ୍ର ଟ୍ରକ୍‌ର ଡ୍ରାଇଭର ଓ ସେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳର ଜଣାପଡିଥିବାବେଳେ ମୃତ ସୁଦର୍ଶନ ବେହେରା ହେଉଛନ୍ତି  ସେହି ଟ୍ରକର୍‌ ହେଲପର୍‌ । ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଚଣ୍ଡେଶ୍ବର ଅଞ୍ଚଳରେ । ଘଟଣାସ୍ଥଳରେ ବାଣପୁର ପୁଲିସ୍‌ ପହଞ୍ଚି ମୃତଦେହକୁ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନରେ ପ୍ରବେଶ କଲା ଦିଲ୍ଲୀରୁ ଅମୃତସର ଯାଉଥିବା ବିମାନ: ଇସଲାମାବାଦରେ ଆତଙ୍କ

June 24, 2026

ଫାଷ୍ଟ-ଟ୍ରାକ୍ କୋର୍ଟରେ ଶୁଣାଣି ଏବଂ ଦଣ୍ଡ…: ଅଯୋଧ୍ୟା ଦାନ ଚୋରି ମାମଲାରେ ଏହି ୪ ଦାବି କଲା ଭିଏଚପି

June 24, 2026

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଇସ୍ତଫା ଏବଂ ଗିରଫଦାରୀ ଦାବି କଲା କଂଗ୍ରେସ

June 24, 2026

ଟି-୨୦ ରାଙ୍କିଙ୍ଗରେ ପ୍ରାଧାନ୍ୟ ବିସ୍ତାର କଲା ଭାରତ: ଅଭିଷେକ ନମ୍ବର ଏକ

June 24, 2026
Latest News

ପାକିସ୍ତାନରେ ପ୍ରବେଶ କଲା ଦିଲ୍ଲୀରୁ ଅମୃତସର ଯାଉଥିବା ବିମାନ: ଇସଲାମାବାଦରେ ଆତଙ୍କ

June 24, 2026

ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ: ବାତିଲ ହେଲା ଏହି ସବୁ ଟ୍ରେନ

June 24, 2026

ଫାଷ୍ଟ-ଟ୍ରାକ୍ କୋର୍ଟରେ ଶୁଣାଣି ଏବଂ ଦଣ୍ଡ…: ଅଯୋଧ୍ୟା ଦାନ ଚୋରି ମାମଲାରେ ଏହି ୪ ଦାବି କଲା ଭିଏଚପି

June 24, 2026

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଇସ୍ତଫା ଏବଂ ଗିରଫଦାରୀ ଦାବି କଲା କଂଗ୍ରେସ

June 24, 2026

ଟି-୨୦ ରାଙ୍କିଙ୍ଗରେ ପ୍ରାଧାନ୍ୟ ବିସ୍ତାର କଲା ଭାରତ: ଅଭିଷେକ ନମ୍ବର ଏକ

June 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.