Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁରୀରେ ବାଲି ମାଫିଆଙ୍କ ବିରୋଧରେ ବଡ଼ ଚଢ଼ଉ : ୧୮ ହାଇୱା, ୨ ଜେସିବି ଜବତ, ୧୦ ଜଣ ଅଟକ
ଆଜିର ଖବର

ପୁରୀରେ ବାଲି ମାଫିଆଙ୍କ ବିରୋଧରେ ବଡ଼ ଚଢ଼ଉ : ୧୮ ହାଇୱା, ୨ ଜେସିବି ଜବତ, ୧୦ ଜଣ ଅଟକ

June 20, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପୁରୀ: ବେଆଇନ ବାଲି ଉତ୍ତୋଳନ ଓ ଚୋରା ଚାଲାଣ ବିରୋଧରେ ପୁରୀ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ହୋଇଛି। ପୁରୀ ଇତିହାସରେ ସବୁଠାରୁ ବଡ଼ ଚଢ଼ଉ ବୋଲି କୁହାଯାଉଥିବା ଏହି ଅଭିଯାନରେ ବାଲି ମାଫିଆଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯାଇଛି। ପୁରୀ ଖଣି ବିଭାଗ ଅଧିକାରୀ ଏବଂ ସ୍ପେଶାଲ ସ୍କ୍ୱାଡ ପୁଲିସର ମିଳିତ ଚଢ଼ଉରେ ବିପୁଳ ପରିମାଣର ବେଆଇନ ବାଲି କାରବାରର ପର୍ଦ୍ଦାଫାଶ ହୋଇଛି।

ଗତ ବିଳମ୍ବିତ ରାତିରେ ବଳଙ୍ଗା ଅଞ୍ଚଳର ଭାର୍ଗବୀ ନଦୀ ତେରହଳ ନିକଟରେ ଚାଲୁଥିବା ବେଆଇନ ବାଲି ଘାଟ ଉପରେ ଏହି ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ସେଠାରୁ ୧୮ଟି ବାଲି ବୋଝେଇ ହାଇୱା ଟ୍ରକ ଏବଂ ୨ଟି ଜେସିବି ମେସିନ ଜବତ କରାଯାଇଛି। ବେଆଇନ ବାଲି ଉତ୍ତୋଳନ ଓ ପରିବହନ କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଭିଯୋଗରେ ୧୦ ଜଣଙ୍କୁ ଅଟକ ରଖିଛି ବଳଙ୍ଗା ଥାନା ପୁଲିସ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ବେଆଇନ ଭାବେ ବାଲି ଉତ୍ତୋଳନ ଚାଲିଥିଲା। ସ୍ଥାନୀୟ ଲୋକଙ୍କ ବିରୋଧ ସତ୍ତ୍ୱେ ମାଫିଆମାନେ ନିଜ ପ୍ରଭାବ ଜାରି ରଖିଥିଲେ। ଅଭିଯୋଗ ଅନୁସାରେ, ଗ୍ରାମବାସୀଙ୍କୁ ଭୟଭୀତ କରିବା ପାଇଁ ବୋମାମାଡ଼ ଭଳି ଘଟଣା ମଧ୍ୟ ଘଟାଯାଇଥିଲା ଏବଂ ଆତଙ୍କ ସୃଷ୍ଟି କରି ଏହି ବେଆଇନ କାରବାରକୁ ଚାଲୁ ରଖାଯାଉଥିଲା।

ଏହି ଚଢ଼ଉ ପରେ ବାଲି ମାଫିଆଙ୍କ ନେଟୱାର୍କ, ଆର୍ଥିକ କାରବାର ଓ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ବ୍ୟକ୍ତିଙ୍କ ସଂପର୍କରେ ଖୋଳତାଡ଼ ଆରମ୍ଭ ହୋଇଛି। ଖଣି ବିଭାଗ ଓ ପୁଲିସ ମିଳିତ ଭାବେ ଅଧିକ ତଦନ୍ତ କରୁଥିବା ବେଳେ ଆଗାମୀ ଦିନରେ ଆଉ କିଛି ବଡ଼ ଖୁଲାସା ହୋଇପାରେ ବୋଲି ଆଶା କରାଯାଉଛି।

ପରିବେଶ ସୁରକ୍ଷା, ନଦୀର ସନ୍ତୁଳନ ରକ୍ଷା ଏବଂ ସରକାରୀ ରାଜସ୍ୱ ହାନି ରୋକିବା ଦୃଷ୍ଟିରୁ ଏହି କାର୍ଯ୍ୟାନୁଷ୍ଠାନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି। ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବେଆଇନ ଖଣି କାରବାର ବିରୋଧରେ ଆଗକୁ ମଧ୍ୟ ଏଭଳି କଡ଼ା ଅଭିଯାନ ଜାରି ରହିବ।

raid ଚୋରା ଚାଲାଣ ବାଲି ମାଫିଆ ସ୍ପେଶାଲ ସ୍କ୍ୱାଡ
Share. Facebook Twitter LinkedIn Email WhatsApp Copy Link

Related Posts

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026
Latest News

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.