Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମିଳିଲାନି ରକ୍ତ, ଚାଲିଗଲା ୫ ବର୍ଷୀୟ ଶିଶୁପୁତ୍ରର ଜୀବନ : ଧର୍ମଗଡ ହସ୍ପିଟାଲରେ ଉତ୍ତେଜନା
ଆଜିର ଖବର

ମିଳିଲାନି ରକ୍ତ, ଚାଲିଗଲା ୫ ବର୍ଷୀୟ ଶିଶୁପୁତ୍ରର ଜୀବନ : ଧର୍ମଗଡ ହସ୍ପିଟାଲରେ ଉତ୍ତେଜନା

June 20, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଳାହାଣ୍ଡି: ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ପୁଣି ଥରେ ସାମ୍ନାକୁ ଆସିଛି। କଳାହାଣ୍ଡି ଜିଲ୍ଲାର ଧର୍ମଗଡ ହସ୍ପିଟାଲରେ ରକ୍ତ ଅଭାବ ଯୋଗୁଁ ଜଣେ ୫ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସରକାର ସ୍ୱାସ୍ଥ୍ୟ ବ୍ୟବସ୍ଥାର ଉନ୍ନତି ନେଇ ବଡ଼ ବଡ଼ ଦାବି କରୁଥିବା ବେଳେ ରକ୍ତ ଭଳି ମୌଳିକ ସୁବିଧା ନ ମିଳିବାରୁ ଏକ ନିରୀହ ଶିଶୁର ଜୀବନ ଚାଲିଯିବା ନେଇ ପ୍ରଶ୍ନ ଉଠିଛି।

ସୂଚନା ଅନୁଯାୟୀ, ଅସୁସ୍ଥ ଶିଶୁଟି ଧର୍ମଗଡ ହସ୍ପିଟାଲରେ ଚିକିତ୍ସାଧୀନ ଥିଲା। ଚିକିତ୍ସା ପାଇଁ ତୁରନ୍ତ ରକ୍ତର ଆବଶ୍ୟକତା ଥିବା କହି ପରିବାର ଲୋକଙ୍କୁ ରକ୍ତ ଯୋଗାଡ଼ କରିବାକୁ ହସ୍ପିଟାଲ କର୍ତ୍ତୃପକ୍ଷ ପରାମର୍ଶ ଦେଇଥିଲେ। କିନ୍ତୁ ଧର୍ମଗଡ ବ୍ଲଡ ବ୍ୟାଙ୍କ ଗତ ଚାରି ଦିନ ଧରି ବନ୍ଦ ଥିବାରୁ ପରିବାର ଲୋକେ ସେଠାରୁ ରକ୍ତ ପାଇପାରିନଥିଲେ।

ଶେଷରେ ରକ୍ତ ସଂଗ୍ରହ ପାଇଁ ପରିବାର ସଦସ୍ୟମାନେ ପ୍ରାୟ ୫୦ କିଲୋମିଟର ଦୂରରେ ଥିବା ଭବାନୀପାଟଣାକୁ ଦୌଡ଼ିଥିଲେ। ହେଲେ ରକ୍ତ ପହଞ୍ଚିବା ପୂର୍ବରୁ ହସ୍ପିଟାଲରେ ଶିଶୁପୁତ୍ରର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ପରିବାର ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା।

ଶିଶୁର ମୃତ୍ୟୁ ପାଇଁ ସିଧାସଳଖ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅବହେଳାକୁ ଦାୟୀ କରି ପରିବାର ଲୋକେ ହସ୍ପିଟାଲ ପରିସରରେ ହୋହଲ୍ଲା କରିଥିଲେ। ପରେ ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ କରି ପ୍ରତିବାଦ କରିଥିଲେ। ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମଧ୍ୟ କ୍ଷୋଭ ପ୍ରକାଶ ପାଇଛି।

ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଯଦି ବ୍ଲଡ ବ୍ୟାଙ୍କରେ ଭିତ୍ତିଭୂମି ସମସ୍ୟା ଥିଲା, ତେବେ ବିକଳ୍ପ ବ୍ୟବସ୍ଥା କାହିଁକି କରାଯାଇନଥିଲା? ଜଣେ ଗୁରୁତର ରୋଗୀଙ୍କୁ ରକ୍ତ ଯୋଗାଇବା ଭଳି ଜରୁରୀ ସେବାରେ ଏଭଳି ଅବ୍ୟବସ୍ଥା କିପରି ସୃଷ୍ଟି ହେଲା? ସରକାରଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଏତେ ବଡ଼ ଫାଙ୍କ କାହିଁକି ରହିଗଲା? ଏହି ଘଟଣା ପରେ ଏଭଳି ଅନେକ ପ୍ରଶ୍ନ ଉଠୁଛି।

ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟାପକ ଉନ୍ନତି ଓ ସେବା ବିସ୍ତାରର ଦାବି କରୁଥିବା ବେଳେ, ଧର୍ମଗଡର ଏହି ଘଟଣା ସେହି ଦାବି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏକ ବ୍ଲଡ ବ୍ୟାଙ୍କ ବନ୍ଦ ରହିବା ଏବଂ ତାହାର ପ୍ରଭାବରେ ଜଣେ ଶିଶୁର ଜୀବନ ଚାଲିଯିବା ଘଟଣାକୁ ନେଇ ଏବେ ସରକାର ଓ ସ୍ୱାସ୍ଥ୍ୟ ବିଭାଗ ଉପରେ ଚାପ ବଢ଼ିଛି।

bloodbank odisha health department
Share. Facebook Twitter LinkedIn Email WhatsApp Copy Link

Related Posts

ଏମ୍ସ ଭୁବନେଶ୍ୱରର ଅନନ୍ୟ ସଫଳତା: ୧୦୦ଟି ସଫଳ ରୋବୋଟିକ୍ ଅସ୍ତ୍ରୋପଚାର ସମ୍ପନ୍ନ

July 10, 2026

ପାଲଲହଡ଼ା କେନ୍ଦ୍ରୀୟ ବିଦ୍ୟାଳୟର ଭୂମିପୂଜନ ସହ ଅସ୍ଥାୟୀ କ୍ୟାମ୍ପସ ଉଦଘାଟିତ

July 10, 2026

ପ୍ରକାଶ ପାଇଲା ବିଏଡ, ଏମଏଡ ଏବଂ ବିଏଚଏଡ ପ୍ରବେଶିକା ପରୀକ୍ଷା ଫଳ

July 10, 2026

ବାଙ୍କିପୁର ଉପନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ୟାହାର କଲେ ବିଜେପି ପ୍ରାର୍ଥୀ ଅଭିଷେକ କୁମାର

July 10, 2026
Latest News

ଭାରତ-ଅଷ୍ଟ୍ରେଲିଆ କ୍ରୀଡ଼ା ସହଯୋଗିତା ରୋଡମ୍ୟାପ୍

July 10, 2026

ଏମ୍ସ ଭୁବନେଶ୍ୱରର ଅନନ୍ୟ ସଫଳତା: ୧୦୦ଟି ସଫଳ ରୋବୋଟିକ୍ ଅସ୍ତ୍ରୋପଚାର ସମ୍ପନ୍ନ

July 10, 2026

ପାଲଲହଡ଼ା କେନ୍ଦ୍ରୀୟ ବିଦ୍ୟାଳୟର ଭୂମିପୂଜନ ସହ ଅସ୍ଥାୟୀ କ୍ୟାମ୍ପସ ଉଦଘାଟିତ

July 10, 2026

ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ବିରୋଧ କରି ଝାରସୁଗୁଡାରେ ବିଜେଡିର ବିକ୍ଷୋଭ

July 10, 2026

ପ୍ରକାଶ ପାଇଲା ବିଏଡ, ଏମଏଡ ଏବଂ ବିଏଚଏଡ ପ୍ରବେଶିକା ପରୀକ୍ଷା ଫଳ

July 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.