Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏପିଇଡିଏ ସହଯୋଗରେ ଓଡ଼ିଶାରୁ ଅଷ୍ଟ୍ରିଆକୁ ପ୍ରଥମ ଥର ଶୁଖିଲା ଅଣ୍ଡା ଗୁଣ୍ଡ ରପ୍ତାନି
ଆଜିର ଖବର

ଏପିଇଡିଏ ସହଯୋଗରେ ଓଡ଼ିଶାରୁ ଅଷ୍ଟ୍ରିଆକୁ ପ୍ରଥମ ଥର ଶୁଖିଲା ଅଣ୍ଡା ଗୁଣ୍ଡ ରପ୍ତାନି

June 21, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏପିଇଡିଏ
ଏପିଇଡିଏ ସହଯୋଗରେ ଓଡ଼ିଶାରୁ ଅଷ୍ଟ୍ରିଆକୁ ପ୍ରଥମ ଥର ଶୁଖିଲା ଅଣ୍ଡା ଗୁଣ୍ଡ ରପ୍ତାନି

ଭୁବନେଶ୍ଵର: ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧୀନରେ ଥିବା କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନି ବିକାଶ କର୍ତ୍ତୃପକ୍ଷ (ଏପିଇଡିଏ) ସହଯୋଗରେ ଓଡ଼ିଶାର ବଲାଙ୍ଗୀରରୁ ଅଷ୍ଟ୍ରିଆକୁ ପ୍ରଥମ ଥର ପାଇଁ ଡ୍ରାଏଡ୍ ହୋଲ୍ ଏଗ୍ ପାଉଡର ବା ଶୁଖିଲା ସଂପୂର୍ଣ୍ଣ ଅଣ୍ଡା ଗୁଣ୍ଡର ବ୍ୟବସାୟିକ ରପ୍ତାନି ହୋଇଛି। ଏହା ସହିତ ଭାରତରୁ ମୂଲ୍ୟଯୁକ୍ତ କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ରପ୍ତାନିକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ ହୋଇଛି।

‘ଏପିଇଡିଏ’ରେ ପଞ୍ଜିକୃତ ରପ୍ତାନିକାରୀ ସଂସ୍ଥା, ବଲାଙ୍ଗୀରର ‘ଓଭୋ ଫାର୍ମ ପ୍ରାଇଭେଟ୍ ଲିମିଟେଡ୍’ ଦ୍ୱାରା ଏହି  ରପ୍ତାନି କରାଯାଇଛି। ଏହି ରପ୍ତାନି ଭାରତୀୟ ମୂଲ୍ୟଯୁକ୍ତ କୁକୁଡ଼ା ପାଳନ ଉତ୍ପାଦର ବଢ଼ୁଥିବା ବିଶ୍ୱସ୍ତରୀୟ ଗ୍ରହଣୀୟତାକୁ ଦର୍ଶାଉଛି ଏବଂ ପ୍ରିମିୟମ୍ ଅନ୍ତର୍ଜାତୀୟ ବଜାରକୁ ପ୍ରକ୍ରିୟାକୃତ ଅଣ୍ଡା ଉତ୍ପାଦ ରପ୍ତାନି ପାଇଁ ନୂତନ ରାସ୍ତା ଖୋଲିଛି।

ଆଞ୍ଚଳିକ ଅଣ୍ଡା ମୂଲ୍ୟ ଶୃଙ୍ଖଳାକୁ ସୁଦୃଢ କରିବା ଓ ରପ୍ତାନି ଭିତ୍ତିକ ଅଭିବୃଦ୍ଧି ପାଇଁ ଓଭୋ ପକ୍ଷରୁ ୨୦୨୫ରେ ବଲାଙ୍ଗୀରରେ ଏକ ଅତ୍ୟାଧୁନିକ ଅଣ୍ଡା ପ୍ରକ୍ରିୟାକରଣ କେନ୍ଦ୍ର  ସ୍ଥାପନ କରାଯାଇଛି। ଏହି ପ୍ରତିଷ୍ଠାନଟି ଜାତୀୟ ଏବଂ ଅନ୍ତର୍ଜାତୀୟ ଖାଦ୍ୟ ସୁରକ୍ଷା ଓ ଗୁଣବତ୍ତା ମାନକ ଅନୁଯାୟୀ ଶୁଖିଲା ଅଣ୍ଡା ଉତ୍ପାଦ ପ୍ରସ୍ତୁତ କରେ । ଏହି କେନ୍ଦ୍ରଟି  ‘ଏଫ୍ଏସ୍ଏସସି ୨୨୦୦୦ ସଂସ୍କରଣ ୬’ ଅଧୀନରେ ପ୍ରମାଣିତ ଏବଂ ଏହା ସହିତ ‘ହଲାଲ୍’ ଓ ‘କୋସର୍’ ପ୍ରମାଣପତ୍ର ମଧ୍ୟ ହାସଲ କରିଛି।

ଅଧିକ ଦିନ ସୁରକ୍ଷିତ ରହିବା କ୍ଷମତା, ସହଜ ପରିବହନ ଏବଂ ବହୁମୁଖୀ ବ୍ୟବହାର କାରଣରୁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ବେକେରୀ, ମିଠା ଓ କନଫେକ୍ସନେରୀ ପ୍ରସ୍ତୁତି ଏବଂ ଫାର୍ମାସ୍ୟୁଟିକାଲ୍ କ୍ଷେତ୍ରରେ ଶୁଖିଲା ଅଣ୍ଡା ଗୁଣ୍ଡର ବହୁଳ ବ୍ୟବହାର କରାଯାଏ। ତରଳ ଅଣ୍ଡାକୁ ସ୍ପ୍ରେ-ଡ୍ରାଇଙ୍ଗ୍ ପ୍ରଣାଳୀ ମାଧ୍ୟମରେ ଶୁଖାଇ ଶୁଖିଲା ଅଣ୍ଡାଗୁଣ୍ଡ ପ୍ରସ୍ତୁତ କରାଯାଏ। ‘ଓଭୋ’ରେ ପ୍ରସ୍ତୁତ ଏହି ଉତ୍ପାଦଟି, ଅନ୍ତର୍ଜାତୀୟ ମାନକ ରକ୍ଷା କରିବା ପାଇଁ କଠୋର ଗୁଣବତ୍ତା ନିୟନ୍ତ୍ରଣ ଯାଞ୍ଚ ଦେଇ ଗତି କରିଥାଏ।

୨୨.୬ ମେଟ୍ରିକ୍ ଟନ୍ ଶୁଖିଲା ଅଣ୍ଡାଗୁଣ୍ଡ ବିଶିଷ୍ଟ ଏହି ରପ୍ତାନୀ କନ୍‌ସାଇନମେଣ୍ଟକୁ ଆପେଡାର ଅଧ୍ୟକ୍ଷ ଶ୍ରୀ ଅଭିଷେକ ଦେବ ଭର୍ଚୁଆଲ୍ ମାଧ୍ୟମରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଉନ୍ନୟନ ସଚିବ ଶ୍ରୀ ପ୍ରେମ ଚାନ୍ଦ ଏବଂ ବଲାଙ୍ଗୀରର ଜିଲ୍ଲାପାଳ ଶ୍ରୀ ଗୌରବ ଶିବାଜୀ ଇସାଲୱାର ଉପସ୍ଥିତ ଥିଲେ। ଏହା ସହିତ ରପ୍ତାନିକାରୀ ସଂସ୍ଥାର ପ୍ରତିନିଧି, ଆପେଡାର ବରିଷ୍ଠ ଅଧିକାରୀ ଏବଂ ଅନ୍ୟାନ୍ୟ ଅଂଶୀଦାରମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।

ଏପିଇଡିଏ ନିଜର ଆର୍ଥିକ ସହାୟତା ଯୋଜନା ମାଧ୍ୟମରେ ଏହି ରପ୍ତାନିକାରୀଙ୍କୁ ସହାୟତା ପ୍ରଦାନ କରିଛି। ଏହି ଆର୍ଥିକ ସହାୟତା ମୁଖ୍ୟତଃ ପ୍ରକ୍ରିୟାକରଣ ଭିତ୍ତିଭୂମିକୁ ସୁଦୃଢ଼ କରିବା, ଖାଦ୍ୟ ସୁରକ୍ଷା ଓ ଗୁଣବତ୍ତା ପରିଚାଳନା ବ୍ୟବସ୍ଥାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ପରୀକ୍ଷାଗାର ପରୀକ୍ଷଣ କ୍ଷମତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ପ୍ରଦାନ କରାଯାଏ, ଯେପରିକି ଭାରତୀୟ ରପ୍ତାନିକାରୀମାନେ ପ୍ରତିଯୋଗିତାକ୍ଷମ ହୋଇପାରିବେ ଏବଂ ବିଶ୍ୱ ବଜାରର କଠୋର ଆବଶ୍ୟକତାଗୁଡ଼ିକୁ ପୂରଣ କରିବା ପାଇଁ ସକ୍ଷମ ହୋଇପାରିବେ।

ବିଭିନ୍ନ ପ୍ରକାରର ଖାଦ୍ୟ ଏବଂ ଶିଳ୍ପଭିତ୍ତିକ ବ୍ୟବହାର ପାଇଁ ଅଷ୍ଟ୍ରିଆ ଏବଂ ଅନ୍ୟ କେତେକ ୟୁରୋପୀୟ ଦେଶ ଅଣ୍ଡା ଗୁଣ୍ଡ ଆମଦାନୀ କରିଥାନ୍ତି। ଏହି ଉତ୍ପାଦର ସଫଳ ରପ୍ତାନି ୟୁରୋପୀୟ ସଂଘରେ ଭାରତୀୟ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦର ବଢ଼ୁଥିବା ଚାହିଦାକୁ ପ୍ରମାଣିତ କରୁଛି ଏବଂ ଉଚ୍ଚ ଗୁଣବତ୍ତା ସମ୍ପନ୍ନ କୃଷି ଓ ଖାଦ୍ୟ ଉତ୍ପାଦର ଏକ ବିଶ୍ୱସନୀୟ ଯୋଗାଣକାରୀ ଭାବରେ ଭାରତର ସ୍ଥିତିକୁ ସୁଦୃଢ଼ କରୁଛି।

ଏହି ରପ୍ତାନି କୁକୁଡ଼ା ପାଳନ ପ୍ରକ୍ରିୟାକରଣ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ସହ ଓଡ଼ିଶାର କୃଷି-ପ୍ରକ୍ରିୟାକରଣ ଇକୋସିଷ୍ଟମ୍‌କୁ ସୁଦୃଢ଼ କରିବ ଏବଂ ରାଜ୍ୟରୁ ମୂଲ୍ୟଯୁକ୍ତ ଉତ୍ପାଦର ରପ୍ତାନି ବୃଦ୍ଧି ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ

July 11, 2026

ମେଧା ବଗି କାରଖାନାରେ ଇଞ୍ଜିନିୟର ଓ ଉତ୍ପାଦନ ଦଳ ସହ ମତ ବିନିମୟ କଲେ ରେଳମନ୍ତ୍ରୀ

July 11, 2026

‘ଜୟପ୍ରକାଶ ନାରାୟଣ ପୁସ୍ତକାଳୟ’ର ଉଦ୍‌ଘାଟନ କଲେ ଅମିତ ଶାହ

July 11, 2026

ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

July 11, 2026
Latest News

ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ

July 11, 2026

ମେଧା ବଗି କାରଖାନାରେ ଇଞ୍ଜିନିୟର ଓ ଉତ୍ପାଦନ ଦଳ ସହ ମତ ବିନିମୟ କଲେ ରେଳମନ୍ତ୍ରୀ

July 11, 2026

‘ଜୟପ୍ରକାଶ ନାରାୟଣ ପୁସ୍ତକାଳୟ’ର ଉଦ୍‌ଘାଟନ କଲେ ଅମିତ ଶାହ

July 11, 2026

“ଆମ ଦଳକୁ ବିଭାଜିତ କରିବାକୁ ଚେଷ୍ଟା, ବିଧାୟକଙ୍କୁ ୩୦ କୋଟି ଅଫର”: ଓମାର ଅବଦୁଲ୍ଲାଙ୍କ ଦାବି

July 11, 2026

ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

July 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.