Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ବୟସ ନିର୍ବିଶେଷରେ ଯୋଗ ସମସ୍ତଙ୍କ “ଧ୍ୟାନ” ହେଉ: ଆଇନ ମନ୍ତ୍ରୀ
ଆଜିର ଖବର

ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ବୟସ ନିର୍ବିଶେଷରେ ଯୋଗ ସମସ୍ତଙ୍କ “ଧ୍ୟାନ” ହେଉ: ଆଇନ ମନ୍ତ୍ରୀ

June 21, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ -୨୦୨୬ ପାଳିତ
ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ -୨୦୨୬ ପାଳିତ

ଖୋର୍ଦ୍ଧା: ଦୈନନ୍ଦିନ ଜୀବନରେ ଯୋଗ ଅଭ୍ୟାସ ଏକାନ୍ତ ଜରୁରୀ। ପ୍ରତ୍ୟେକ ଦିନ ଆସନ, ପ୍ରାଣାୟମ କରିବା ଦ୍ୱାରା ବାର୍ଦ୍ଧକ୍ୟ ସମୟରେ ଶରୀର ସ୍ୱାସ୍ଥ୍ୟ ରହିଥାଏ। ବର୍ତ୍ତମାନ ଭାରତ ବର୍ଷରେ ୬୦ ବର୍ଷରୁ ଉର୍ଦ୍ଧ୍ବ ଲୋକ ବଢ଼ିବାକୁ ଲାଗିଛନ୍ତି। ମାନସିକ ଶାରୀରିକ ସୁସ୍ଥ ସହିତ ଶାନ୍ତି ଜୀବନ ଯାପନ ପାଇଁ ସମସ୍ତଙ୍କ ପାଇଁ ଯୋଗ ମୌଳିକ ଆବଶ୍ୟକତା ହୋଇ ଯାଇଛି। ଏଣୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଭାଷା ଓ ବୟସ ନିର୍ବିଶେଷରେ ସୁସ୍ଥ ଶରୀର ଓ ନିରାମୟ ଜୀବନ ଯାପନ ପାଇଁ ଯୋଗ ସମସ୍ତଙ୍କ “ଧ୍ୟାନ” ହେଉ ବୋଲି ଆଜି ବିଜୁପଟ୍ଟନାୟକ ବହୁମୁଖି ଇଣ୍ଡୋର୍ ଷ୍ଟାଡିୟମ, ଖୋର୍ଦ୍ଧା ଠାରେ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଓଡ଼ିଶା ସରକାର ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରି ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି।

ସମ୍ମାନୀୟ ଅତିଥି ଭାବେ ମାନ୍ୟବର ବିଧାୟକ, ଖୋର୍ଦ୍ଧା ତଥା ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇ କହିଲେ ଯୋଗ ସବୁ ଔଷଧ ଠାରୁ ଶ୍ରେଷ୍ଠ ଔଷଧ ଅଟେ। ଯୋଗ ଶରୀରକୁ ସୁସ୍ଥ ରଖିବା ସହ ଧ୍ୟାନ ଯୋଗ ଆତ୍ମା ପରମାତ୍ମାଙ୍କ ସହ ସଂଯୋଗ କରାଇଥାଏ ଯ ଦ୍ଵାରା ବିଶ୍ଵର କଲ୍ୟାଣ ସାଧିତ ହୁଏ। ଯୋଗକୁ ସମସ୍ତେ ଆପଣେଇଲେ ବିଶ୍ୱ ହସି ଉଠିବ ବୋଲି ସେ ବକ୍ତବ୍ୟ ରଖିଥିଲେ।

ସଭାପତି ଭାଷଣରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ପ୍ରତାପ ଚନ୍ଦ୍ର ବେଉରା ଯୋଗଦେଇ କହିଲେ ପ୍ରାଚୀନ ସଭ୍ୟତାର ମୁକ ସାକ୍ଷୀ ଯୋଗ ଅଟେ। ସେ ସମୟରେ ଯୋଗ ଓ ଧ୍ୟାନ ଦ୍ଵାରା ମୁନି ଋଷି ମାନେ ସମସ୍ତ ବିଷୟରେ ଅବଗତ ହୋଇ ପାରୁଥିଲେ। ମନୁଷ୍ୟ ସୁସ୍ଥ ରହିବା ପାଇଁ ଯୋଗ ସବୁଠାରୁ ବଡ଼ ଔଷଧ ବୋଲି ସେ ବକ୍ତବ୍ୟରେ ଉତ୍ଥାପନ କରି ସମସ୍ତେ ଓ ସବୁବର୍ଗର ଲୋକେ ଯୋଗ ଅଭ୍ୟାସ କରିବାକୁ ପରାମର୍ଶ ଦେଇଥିଲେ।

ଜିଲ୍ଲା ଭାଜପା ସଭାପତି ବିଶ୍ବରଂଜନ ବଡ଼ଜେନା, ନିର୍ବାହୀ ଅଧିକାରୀ ଖୋର୍ଦ୍ଧା ପୌରପରିଷଦ ,କାବେରୀ ମୁଦୁଲି, ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡା , ସାମ୍ବାଦିକ ରାମ ନାରାୟଣ ଦାଶ ମଞ୍ଚାସୀନ ଥିଲେ।

ସେହିପରି ଉପଜିଲ୍ଲାପାଳ, ଖୋର୍ଦ୍ଧା, ସ୍ଵସ୍ତିକ ସଂକଳ୍ପ ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ ହିଆଳ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା, କନକ ଲକ୍ଷ୍ମୀ ମହାନ୍ତି, ବୁଦ୍ଧିଜୀବୀ ନିକୁଞ୍ଜ ପଟ୍ଟନାୟକ,ଯୋଗ ମହୋତ୍ସବ ସମିତି କର୍ମକର୍ତ୍ତା କେଦାର ନାଥ ସାହୁ ଯୋଗଦେଇଥିଲେ। ଯୋଗ ଗୁରୁ ବରୁଣ କୁମାର କବିରାଜ ଯୋଗାଭ୍ୟାସ କରାଇଥିବା ବେଳେ ଗୁରୁଜଙ୍ଗ ସରସ୍ଵତୀ ଶିଶୁ ମନ୍ଦିର ସହ ଆଚାର୍ଯ୍ୟ ସୌଦାମିନୀ ସାହୁ ସହଯୋଗ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଯୋଗ ପ୍ରେମୀ, ଛାତ୍ର ଛାତ୍ରୀ, ଯୁବକ ଯୁବତୀ, ବୃଦ୍ଧ ବୃଦ୍ଧା, ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ। ମୁଖ୍ୟ ଅତିଥି ସମସ୍ତଙ୍କୁ ଯୋଗ ଅଭ୍ୟାସ ଶପଥ ପାଠ କରାଇଥିଲେ। ଅତି ଆନନ୍ଦ ଉଲ୍ଲାସ ମଧ୍ୟରେ କ୍ରୀଡ଼ା ଓ ଯୁବ ସେବା ବିଭାଗ, ଓଡ଼ିଶା ସରକାର, ଯୋଗ ମହୋତ୍ସବ ସମିତି, ଓଡ଼ିଶା ସରକାର ଏବଂ ଜିଲ୍ଲା ପ୍ରଶାସନ, ଖୋର୍ଦ୍ଧା ଙ୍କ ମିଳିତ ଆନୁକୁଲ୍ୟରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ଓଲିଉଡ଼ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ

July 14, 2026

ପିସି-ପିଏନଡିଟି ଆଇନ ଉଲ୍ଲଙ୍ଘନ ଅଭିଯୋଗ: ଅଲ୍ଟ୍ରାସାଉଣ୍ଡ କେନ୍ଦ୍ରକୁ ସିଲ୍ କଲା ସ୍ୱାସ୍ଥ୍ୟ ବିଭାଗ

July 14, 2026

୧୭୨୬ ବୈଷୟିକ ପଦବୀରେ ନିଯୁକ୍ତି ପାଇଁ ସ୍ୱାସ୍ଥ୍ୟ ବିଭାଗର ପଦକ୍ଷେପ

July 14, 2026

ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ୍ ସମ୍ମିଳନୀରେ ଯୋଗଦେଲେ ପ୍ରଭାତୀ ପରିଡ଼ା

July 14, 2026
Latest News

ଓଲିଉଡ଼ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ

July 14, 2026

ପିସି-ପିଏନଡିଟି ଆଇନ ଉଲ୍ଲଙ୍ଘନ ଅଭିଯୋଗ: ଅଲ୍ଟ୍ରାସାଉଣ୍ଡ କେନ୍ଦ୍ରକୁ ସିଲ୍ କଲା ସ୍ୱାସ୍ଥ୍ୟ ବିଭାଗ

July 14, 2026

୧୭୨୬ ବୈଷୟିକ ପଦବୀରେ ନିଯୁକ୍ତି ପାଇଁ ସ୍ୱାସ୍ଥ୍ୟ ବିଭାଗର ପଦକ୍ଷେପ

July 14, 2026

ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ୍ ସମ୍ମିଳନୀରେ ଯୋଗଦେଲେ ପ୍ରଭାତୀ ପରିଡ଼ା

July 14, 2026

ବିସ୍ତୃତ ରାଶିଫଳ: ଜୁଲାଇ ୧୪ ତାରିଖ ମଙ୍ଗଳବାରରେ ଛଅଟି ରାଶିର ବ୍ୟକ୍ତି ହେବେ ମାଲାମାଲ

July 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.