Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିକାଶର ଧାରା ଓଡ଼ିଶା ସାରା: ଖୋର୍ଦ୍ଧା ବ୍ଲକ ସ୍ତରୀୟ ଜନସଚେତନତା ଓ ସେବା କାର୍ଯ୍ୟକ୍ରମ
ଆଜିର ଖବର

ବିକାଶର ଧାରା ଓଡ଼ିଶା ସାରା: ଖୋର୍ଦ୍ଧା ବ୍ଲକ ସ୍ତରୀୟ ଜନସଚେତନତା ଓ ସେବା କାର୍ଯ୍ୟକ୍ରମ

June 23, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବିକାଶର ଧାରା ଓଡ଼ିଶା ସାରା: ଖୋର୍ଦ୍ଧା ବ୍ଲକ ସ୍ତରୀୟ ଜନସଚେତନତା ଓ ସେବା କାର୍ଯ୍ୟକ୍ରମ
ବିକାଶର ଧାରା ଓଡ଼ିଶା ସାରା: ଖୋର୍ଦ୍ଧା ବ୍ଲକ ସ୍ତରୀୟ ଜନସଚେତନତା ଓ ସେବା କାର୍ଯ୍ୟକ୍ରମ

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ପଂଚାୟତ ସମିତି ଆନୁକୁଲ୍ୟରେ ବିକାଶର ଧାରା ଓଡ଼ିଶା ସାରା ଅନ୍ତର୍ଗତ ଖୋର୍ଦ୍ଧା ବ୍ଲକରେ ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଜନସଚେତନତା ଓ ସେବା କାର୍ଯ୍ୟକ୍ରମ ମଣ୍ଡଳ ଉନ୍ନୟନ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି. ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ, ଖୋର୍ଦ୍ଧା ଏବଂ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗଦେଇ ଫିତା କାଟି ପ୍ରଦର୍ଶନୀ ଷ୍ଟଲ ଉଦ୍ଘାଟନ କରିବାସହ ସାଧାରଣ ସଭା ଓ ହିତାଧିକାରୀ ସେବା ସମାରୋହକୁ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ନିଜ ଉଦବୋଧନରେ ମୁଖ୍ୟ ଅତିଥି କହିଥିଲେ ଖୋର୍ଦ୍ଧା ସଦର ମହକୁମା ସହ ଖୋର୍ଦ୍ଧା ବ୍ଲକର ବିଭିନ୍ନ ଲୋକ କଲ୍ୟାଣ କାରୀ ଯୋଜନା ନୂତନ ସରକାରଙ୍କ ମାତ୍ର ଦୁଇବର୍ଷ ପୂର୍ତ୍ତିରେ ଦୃତ ଗତିରେ ବିକାଶ ର ଧାରା ଜାରି ରହିଛି।  ଖୋର୍ଦ୍ଧା ଜିଲ୍ଲା ରାଜ୍ୟ ସରକାର ଯେଉଁ ଭିଜନ ରଖିଛନ୍ତି ବିକଶିତ ଓଡ଼ିଶା ୨୦୩୬ ରେ ଖୋର୍ଦ୍ଧା ଜିଲ୍ଲା ସମଗ୍ର ରାଜ୍ୟରେ ଏକ ନମ୍ବର ଜିଲ୍ଲା ହୋଇ ହୋଇ ଗଢି ଉଠିବ ବୋଲି ଦୃଢୋକ୍ତି ପ୍ରଦାନ କରିଥିଲେ।

ଏହି ଅବସରରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଜଗଦେବ ଜିଲ୍ଲାବାସୀଙ୍କ ସହଯୋଗ ଲୋଡ଼ିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନ ସିଂହ କହିଲେ ଓଡ଼ିଶା ସରକାର ଲୋକମାନଙ୍କ ହିତରେ ବିଭିନ୍ନ ପ୍ରକାର ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଜନସାଧାରଣ ମାନେ ସଚେତନ ହେଲେ ଏହି ଯୋଜନା ଗୁଡିକର ସଫଳତା ସେମାନଙ୍କ ପାଖରେ ପହଞ୍ଚିପାରିବ ଏବଂ ଜନ ପ୍ରତିନିଧି ମାନେ ସେଥିପ୍ରତି ମଧ୍ୟ ସଚେତନ ହୋଇ ପ୍ରକୃତ ହିତାଧିକାରୀଙ୍କ ପାଖରେ ଯେପରି ଯୋଜନା ପହଞ୍ଚାଇ ଖୋର୍ଦ୍ଧା ଜିଲ୍ଲାକୁ ସର୍ବାଗ୍ରେ ସ୍ଥାନିତ କରିବାକୁ ସମସ୍ତେ ନିଷ୍ଠାପର ଭାବେ ଲୋକଙ୍କ ସେବା କରିବାକୁ ଆହ୍ଵାନ ଦେଇଥିଲେ।

ସେହିପରି ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଜୋନ -୧ ପ୍ରଫୁଲ୍ଲ କୁମାର ଦଳାଇ, ମାନ୍ୟବର ସାଂସଦ ଙ୍କ ପ୍ରତିନିଧି ବିଭୁ ପ୍ରସାଦ ବଳିୟାର ସିଂହ, ପ୍ରତାପ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ, ଖୋର୍ଦ୍ଧା ବ୍ଲକ ମାନସ ରଞ୍ଜନ ନାୟକ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ରୂପରେଖ ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ମୁଖ୍ୟ ଅତିଥି ମାନ୍ୟବର ବିଧାୟକ, ଖୋର୍ଦ୍ଧା ପ୍ରଶାନ୍ତ କୁମାର ଜଗଦ୍ଦେବ ମୁଖ୍ୟ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ୪୩ ହିତାଧିକାରୀ, ୨୦ ଅଙ୍ଗନୱାଡ଼ି କର୍ମୀ ଙ୍କୁ ମୋବାଇଲ ଫୋନ୍, ୨୫ ଜଣ ନିର୍ମାଣ ଶ୍ରମିକଙ୍କୁ ଲେବର କାର୍ଡ,୩୦ ଜଣଙ୍କୁ ଆୟୁଷ୍ମାନ କାର୍ଡ,୯ ଜଣଙ୍କୁ ପି ଏମ ସେବା ନିଧି, ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ରେ ୧ ଜଣ ବ୍ଲକ ଟପରଙ୍କୁ ସମ୍ବର୍ଦ୍ଧିତ,୨ ଜଣ ଲକ୍ଷ ପତି ଦିଦି ଙ୍କୁ ସମ୍ବର୍ଦ୍ଧିତ, ବ୍ଲକରେ ଏସ ଆଇ ଆର କାର୍ଯ୍ୟରେ ଶ୍ରେଷ୍ଠତା ପାଇଁ ବି ଏଲ ଓ ଏବଂ ସୁପରଭାଇଜର ଙ୍କୁ ନେଇ ୪ ଜଣ, ସମନ୍ୟୁତ କୃଷି ଯୋଜନାରେ ସବସିଡି ପାଇଁ ୪ ଜଣ ହିତାଧିକାରୀ,୩ ଜଣକୁ ମାଟି ସ୍ୱାସ୍ଥ୍ୟ କାର୍ଡ, ଆତ୍ମା ଅଧୀନ ସୂର୍ଯ୍ୟମୁଖୀ ଚାଷ ପ୍ରଦର୍ଶନୀ ପାଇଁ ୩ ଜଣ ହିତାଧିକାରୀ, କାମଧେନୁ ଯୋଜନାରେ ୫ ଜଣଙ୍କୁ ସବସିଡି ସହାୟତା ରାଶି, ଗୋ ଖାଦ୍ୟ ଚାଷ ପାଇଁ ୨ ଜଣ , ଆଗକୁ ବଢନ୍ତୁ କାର୍ଯ୍ୟାଦେଶ ୨ ଜଣଙ୍କୁ ଏବଂ ଉଦ୍ୟାନ କୃଷି ସମନ୍ୟୁତ କୃଷିରେ ୪ ଜଣଙ୍କୁ ସବସିଡି ହିତାଧିକାରୀଙ୍କୁ ନେଇ ୧୫୭ ଜଣ ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରିଥିଲେ।

ମଣ୍ଡଳ ଉନ୍ନୟନ ଅଧିକାରୀ ସ୍ୱାଗତ ଭାଷଣ, ଅତିଥି ପରିଚୟ ଓ ବ୍ଲକରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀତା ବିଷୟରେ ଅବଗତ କରାଇଥିବା ବେଳେ ଶେଷରେ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର କୁମାର ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଆଞ୍ଚଳିକ ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ଦିବସରେ ସମସ୍ତ ସରପଞ୍ଚ ପଂଚାୟତ ସମିତି ସଭ୍ୟ ସଭ୍ୟା, ବିଭିନ୍ନ ଲାଇନ୍ ଡିପାର୍ଟ ମେଣ୍ଟ ଅଧିକାରୀ, ବୁଦ୍ଧି ଜିବୀ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ।

ଖୋର୍ଦ୍ଧା ବ୍ଲକ ଜନସଚେତନତା ବିକାଶର ଧାରା ଓଡ଼ିଶା ସାରା ସେବା କାର୍ଯ୍ୟକ୍ରମ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ପୋଲିସ ମୁଖ୍ୟାଳୟରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ

October 21, 2026

Govinda in Puri: ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ବଲିଉଡର ପ୍ରଖ୍ୟାତ ଅଭିନେତା ଗୋବିନ୍ଦା, କହିଲେ..

October 21, 2026

ଧସିଲା କୋଚିଳା ନଦୀର ଡାହାଣ ପାର୍ଶ୍ୱ ବନ୍ଧ

October 21, 2026

ଭୁବନେଶ୍ୱରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ଦର୍ଶନ କଲେ ଓଜେସି ସଭାପତି ମହମ୍ମଦ ମୋକିମ

October 21, 2026
Latest News

ରାଜ୍ୟ ପୋଲିସ ମୁଖ୍ୟାଳୟରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ

October 21, 2026

Govinda in Puri: ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ବଲିଉଡର ପ୍ରଖ୍ୟାତ ଅଭିନେତା ଗୋବିନ୍ଦା, କହିଲେ..

October 21, 2026

ଧସିଲା କୋଚିଳା ନଦୀର ଡାହାଣ ପାର୍ଶ୍ୱ ବନ୍ଧ

October 21, 2026

ଭୁବନେଶ୍ୱରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ଦର୍ଶନ କଲେ ଓଜେସି ସଭାପତି ମହମ୍ମଦ ମୋକିମ

October 21, 2026

Jio IPO Opening Day: ପ୍ରଥମ ଦିନ ସନ୍ଧ୍ୟା ସୁଦ୍ଧା ମୋଟ ସବସ୍କ୍ରିପସନ ୩ ଗୁଣ, ଜିଓ ଆଇପିଓର ଧମାକାଦାର ଆରମ୍ଭ

October 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.