Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଥଯାତ୍ରା ୨୦୨୬: ଭକ୍ତଙ୍କ ପାଇଁ ବ୍ୟାପକ ପ୍ରସ୍ତୁତି, ପୁରୀରେ ସୁଗମ ଯାତାୟାତ ଓ ସୁରକ୍ଷାକୁ ପ୍ରାଥମିକତା
ଆଜିର ଖବର

ରଥଯାତ୍ରା ୨୦୨୬: ଭକ୍ତଙ୍କ ପାଇଁ ବ୍ୟାପକ ପ୍ରସ୍ତୁତି, ପୁରୀରେ ସୁଗମ ଯାତାୟାତ ଓ ସୁରକ୍ଷାକୁ ପ୍ରାଥମିକତା

June 24, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link

ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରାକୁ ଆଉ ମାତ୍ର କିଛି ଦିନ ବାକି ଥିବାବେଳେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଭକ୍ତମାନେ ଯେପରି ସହଜ, ସୁରକ୍ଷିତ ଏବଂ ନିର୍ବିଘ୍ନ ଭାବରେ ପୁରୀରେ ପହଞ୍ଚିପାରିବେ ଏବଂ ରଥଯାତ୍ରାରେ ଯୋଗଦେଇପାରିବେ, ସେଥିପାଇଁ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟଯୋଜନା ପ୍ରସ୍ତୁତ ହୋଇଛି। ପରିବହନ କମିସନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକରେ ଏନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ରଥଯାତ୍ରା, ବାହୁଡ଼ା ଯାତ୍ରା ଏବଂ ସୁନାବେଶ ସମୟରେ ପୁରୀକୁ ଆସୁଥିବା ଭକ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ବସ୍‌ ସେବାରେ ବଡ଼ ଧରଣର ବୃଦ୍ଧି କରାଯିବ। ରାଜ୍ୟର ପରୟା ୬ ଶହ ଓ ବାହାର ରାଜ୍ୟକୁ ମିଶାଇ ହଜାରେ ବସ ଚାଲିବ । ବର୍ତ୍ତମାନ ପ୍ରତିଦିନ ପ୍ରାୟ ୨୦୦ଟି ଘରୋଇ ବସ୍‌ ପୁରୀକୁ ଚଳାଚଳ କରୁଥିବାବେଳେ ଅନ୍ୟ ରୁଟ୍‌ରେ ଚାଲୁଥିବା ଆଉ ୨୦୦ଟି ବସ୍‌କୁ ଅସ୍ଥାୟୀ ପରମିଟ୍‌ ଦିଆଯିବ। ଏହା ଫଳରେ ରଥଯାତ୍ରା ସମୟରେ ପ୍ରାୟ ୪୦୦ଟି ଘରୋଇ ବସ୍‌ ପୁରୀ ରୁଟ୍‌ରେ ଚଳାଚଳ କରିବ। ଏହା ସହ ଓଏସ୍‌ଆର୍‌ଟିସି ଓ କ୍ରୁଟ୍‌ର ବସ୍‌ ସେବାକୁ ମଧ୍ୟ ବୃଦ୍ଧି କରାଯିବ। ରଥଯାତ୍ରା ଓ ଗୁଣ୍ଡିଚା ଯାତ୍ରା ଦିନ ଟୋଲ ପି ମଧ୍ୟ ଆଦାୟ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ପିପିଲି ଟୋଲ ଗେଟରେ ବସ, କାର କି କୌଣସି ଗାଡିକୁ ଫି ଦେବାକୁ ପଡିବନି ।

ମାଳତୀପାଟପୁରରେ ବାହାର ଗାଡି ପାର୍କିଂ ପାଇଁ ବ୍ୟବସ୍ଥା ପାଇଁ ନିଷ୍ପତ୍ତି ନିଆଯାଇଥିବାବେଳେ ତାଳବଣିଆରେ  ସ୍ଥାନୀୟ ଗାଡି ଓ ସ୍ଵତନ୍ତ୍ର ଅନୁମତି ପ୍ରାପ୍ତ ଗାଡି ପାର୍କିଂ ହେବ ବୋଲି ସୂଚନା ରହିଛି । ଯାତ୍ରୀଙ୍କ ସୁବିଧା ଏବଂ ଶେଷ ପର୍ଯ୍ୟାୟ ଯାତାୟାତକୁ ସହଜ କରିବା ପାଇଁ ୪୫୦ଟି ଇ-ରିକ୍ସା ନିୟୋଜିତ କରାଯିବ। ତାଳବଣିଆ ଏବଂ ଅନ୍ୟାନ୍ୟ ପ୍ରମୁଖ ପାର୍କିଂ ସ୍ଥାନରୁ ନିଃଶୁଳ୍କ ଇ-ରିକ୍ସା ସେବା ଉପଲବ୍ଧ ହେବ।

ଭକ୍ତଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ମଧ୍ୟ ଏଥର ବିଶେଷ ଗୁରୁତ୍ୱ ଦିଆଯାଇଛି। ପ୍ରତ୍ୟେକ ବସ୍‌ରେ ପ୍ରାଥମିକ ଚିକିତ୍ସା କିଟ୍‌ ରଖିବା ବାଧ୍ୟତାମୂଳକ କରାଯାଇଛି। ବସ୍‌ ଷ୍ଟାଣ୍ଡ, ବସ୍‌ ଟର୍ମିନାଲ ଏବଂ ପ୍ରମୁଖ ଯାତ୍ରୀ ଅପେକ୍ଷା ସ୍ଥଳରେ ପାନୀୟ ଜଳ ଓ ଓଆରଏସ୍‌ ପ୍ୟାକେଟ୍‌ ବ୍ୟବସ୍ଥା କରାଯିବ। ଭିଡ଼ ଏବଂ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା ଶ୍ରଦ୍ଧାଳୁଙ୍କ ପାଇଁ ବଡ଼ ଆଶ୍ୱସ୍ତି ହେବ ବୋଲି ଆଶା କରାଯାଉଛି।

ରଥଯାତ୍ରା ସମୟରେ ସୂଚନା ଓ ସହାୟତା ସେବାକୁ ଅଧିକ ସକ୍ରିୟ କରିବା ପାଇଁ ପୁରୀରେ ୨୪ ଘଣ୍ଟିଆ ସୂଚନା କେନ୍ଦ୍ର ଓ କଣ୍ଟ୍ରୋଲ୍‌ ରୁମ୍‌ ଖୋଲା ରହିବ। ଏଥିପାଇଁ ସ୍ୱତନ୍ତ୍ର ହେଲ୍ପଲାଇନ୍‌ ନମ୍ବର ଜାରି କରାଯିବ। ତାଳବଣିଆରେ ମଧ୍ୟ ଏକ ସହାୟତା କେନ୍ଦ୍ର କାର୍ଯ୍ୟ କରିବ। ଏହା ସହ ଏସ୍‌ଟିଏର ଟୋଲ୍‌ ଫ୍ରି ନମ୍ବର ମାଧ୍ୟମରେ ମଧ୍ୟ ଯାତ୍ରୀଙ୍କୁ ଆବଶ୍ୟକ ସୂଚନା ଓ ସହଯୋଗ ପ୍ରଦାନ କରାଯିବ।

ଦୂରଦୂରାନ୍ତରୁ ଆସୁଥିବା ଭକ୍ତଙ୍କ ବିଶ୍ରାମ ପାଇଁ ତାଳବଣିଆରେ ବିଶ୍ରାମଗୃହ ନିର୍ମାଣ କରାଯିବ, ଯେଉଁଠାରେ ପାନୀୟ ଜଳ, ବିଦ୍ୟୁତ୍‌ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ଉପଲବ୍ଧ ରହିବ। ଏହା ସହ ନିଃଶୁଳ୍କ ରନ୍ଧା ଖାଦ୍ୟ ମଧ୍ୟ ଯୋଗାଇ ଦିଆଯିବ। ଆବଶ୍ୟକତା ଅନୁଯାୟୀ ମାଳତୀପାଟପୁରରେ ମଧ୍ୟ ସମାନ ସୁବିଧାର ବ୍ୟବସ୍ଥା କରାଯିବ।

ଯାତ୍ରୀଙ୍କ ଆର୍ଥିକ ଶୋଷଣ ରୋକିବା ପାଇଁ ପ୍ରତ୍ୟେକ ବସ୍‌ରେ ଭଡ଼ା ଚାର୍ଟ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି। ନିର୍ଦ୍ଧାରିତ ଭଡ଼ାଠାରୁ ଅଧିକ ଟଙ୍କା ଆଦାୟ କରାଗଲେ ପରିବହନ ବିଭାଗ ଏବଂ ବସ୍‌ ମାଲିକ ସଂଘ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ପୁରୀରେ ଅଟୋ ରିକ୍ସା ଭଡ଼ା ଉପରେ ମଧ୍ୟ ଆର୍‌ଟିଓ କଡ଼ା ନଜର ରଖିବେ।

ରଥଯାତ୍ରା ସମୟରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଭୁବନେଶ୍ୱର-ପୁରୀ ଏବଂ ପୁରୀ-କୋଣାର୍କ ରାଜପଥରେ ପର୍ଯ୍ୟାପ୍ତ ସଂଖ୍ୟକ ଆମ୍ବୁଲାନ୍ସ ଓ କ୍ରେନ୍‌ ମୁତୟନ କରାଯିବ। ସଡ଼କ ଦୁର୍ଘଟଣା ଘଟିଲେ ସରକାରୀ ଓ ଘରୋଇ ଡାକ୍ତରଖାନାରେ ତ୍ୱରିତ ଚିକିତ୍ସା ସୁନିଶ୍ଚିତ କରାଯିବ। ଏହାସହ ରାଜପଥରେ କୌଣସି ଗାଡ଼ି ଖରାପ ହେଲେ ତୁରନ୍ତ ମରାମତି ସେବା ପ୍ରଦାନ ପାଇଁ ଗାଡ଼ି ନିର୍ମାତା ଓ ଡିଲରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ରଥଯାତ୍ରା କେବଳ ଓଡ଼ିଶାର ନୁହେଁ, ସମଗ୍ର ବିଶ୍ୱର କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ଜଡ଼ିତ ଏକ ମହାପର୍ବ। ସେହିପରି ଏହି ମହାନ ଆୟୋଜନକୁ ସୁବ୍ୟବସ୍ଥିତ, ସୁରକ୍ଷିତ ଏବଂ ଶ୍ରଦ୍ଧାଳୁ-ବନ୍ଧବ କରିବା ପାଇଁ ସରକାରଙ୍କ ଏହି ବ୍ୟାପକ ପ୍ରସ୍ତୁତି ନିଶ୍ଚିତ ଭାବେ ରଥଯାତ୍ରା ଅନୁଭୂତିକୁ ଆହୁରି ସ୍ମରଣୀୟ କରିବ।

ଇ-ରିକ୍ସା ଓଏସ୍‌ଆର୍‌ଟିସି କ୍ରୁଟ୍‌ ପରିବହନ କମିସନର ରଥଯାତ୍ରା ୨୦୨
Share. Facebook Twitter LinkedIn Email WhatsApp Copy Link

Related Posts

ଲଜିଷ୍ଟିକ୍ସ କ୍ଷେତ୍ରରେ ବଡ଼ ସଂସ୍କାର; ଖର୍ଚ୍ଚ କମାଇବା ଓ ଯୋଗାଣ ଶୃଙ୍ଖଳା ସୁଦୃଢ଼ ପାଇଁ ନୂଆ ନୀତି

July 14, 2026

“ମୁଁ ଏକ ଉଡ଼ନ୍ତା ବସ୍ ଆଣିବି”: ଜାଣନ୍ତୁ ନୀତିନ ଗଡକରୀଙ୍କ ଯୋଜନା

July 14, 2026

ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀରେ ବଡ଼ ପରିବର୍ତ୍ତନ!: ଆରମ୍ଭ ହେବ ବାଂଲାଦେଶ ଗସ୍ତ

July 14, 2026

ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନର ପୁନଃକଳ୍ପନା

July 14, 2026
Latest News

ଲଜିଷ୍ଟିକ୍ସ କ୍ଷେତ୍ରରେ ବଡ଼ ସଂସ୍କାର; ଖର୍ଚ୍ଚ କମାଇବା ଓ ଯୋଗାଣ ଶୃଙ୍ଖଳା ସୁଦୃଢ଼ ପାଇଁ ନୂଆ ନୀତି

July 14, 2026

“ମୁଁ ଏକ ଉଡ଼ନ୍ତା ବସ୍ ଆଣିବି”: ଜାଣନ୍ତୁ ନୀତିନ ଗଡକରୀଙ୍କ ଯୋଜନା

July 14, 2026

ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀରେ ବଡ଼ ପରିବର୍ତ୍ତନ!: ଆରମ୍ଭ ହେବ ବାଂଲାଦେଶ ଗସ୍ତ

July 14, 2026

ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନର ପୁନଃକଳ୍ପନା

July 14, 2026

ବାଣପୁର: ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୂଣ୍ୟତିଥିରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

July 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.