Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଷ୍ଟ୍ରିଟ୍‌ଲାଇଟ୍ କେଳେଙ୍କାରୀରେ ଭିଜିଲାନ୍ସର ବଡ଼ ଚଢ଼ାଉ : ତିନି ଠିକାଦାର ଗିରଫ
ଆଜିର ଖବର

ଷ୍ଟ୍ରିଟ୍‌ଲାଇଟ୍ କେଳେଙ୍କାରୀରେ ଭିଜିଲାନ୍ସର ବଡ଼ ଚଢ଼ାଉ : ତିନି ଠିକାଦାର ଗିରଫ

June 25, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଗ୍ରାମାଞ୍ଚଳରେ ଷ୍ଟ୍ରିଟ୍‌ଲାଇଟ୍ ସ୍ଥାପନ ନାମରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଏବେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଏହି ଚର୍ଚ୍ଚିତ ଷ୍ଟ୍ରିଟ୍‌ଲାଇଟ୍ କେଳେଙ୍କାରୀରେ ଭିଜିଲାନ୍ସ ତଦନ୍ତକୁ ଜୋରଦାର କରିଥିବାବେଳେ ୩ କୋଟି ଟଙ୍କାର ଅର୍ଥ ହେରଫେର ଅଭିଯୋଗରେ ତିନି ଜଣ ଠିକାଦାରଙ୍କୁ ଗିରଫ କରାଯାଇଛି। ଦ୍ୱିତୀୟ ଦିନରେ ମଧ୍ୟ ଭିଜିଲାନ୍ସ ରାଜ୍ୟର ବିଭିନ୍ନ ପଞ୍ଚାୟତରେ ଚଢ଼ାଉ ଜାରି ରଖିଥିବାରୁ ଆଗାମୀ ଦିନରେ ଆହୁରି ବଡ଼ ଖୁଲାସା ହେବାର ସମ୍ଭାବନା ଦେଖାଦେଇଛି।

ତଦନ୍ତକାରୀ ସଂସ୍ଥାର ସୂଚନା ଅନୁସାରେ, ନବୀନ ସରକାର ସମୟରେ ୨୦୨୧-୨୨ ଓ ୨୦୨୨-୨୩ ମଧ୍ୟରେ ‘ଆମ ଗାଁ ଆମ ବିକାଶ’ ଯୋଜନା ଅଧୀନରେ ଗ୍ରାମାଞ୍ଚଳର ବିଭିନ୍ନ ପଞ୍ଚାୟତରେ ଏଲଇଡି ଷ୍ଟ୍ରିଟ୍‌ଲାଇଟ୍ ଲଗାଇବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଇଥିଲା। କିନ୍ତୁ କାର୍ଯ୍ୟାନ୍ବୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଓ ଆର୍ଥିକ ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି।

ପ୍ରଥମ ଦିନରେ ନୟାଗଡ଼ ଜିଲ୍ଲାର ଓଡ଼ଗାଁ, ନୟାଗଡ଼, ଖଣ୍ଡପଡ଼ା ଓ ନୂଆଗାଁ ବ୍ଲକରେ ଚଢ଼ାଉ ପରେ ଦ୍ୱିତୀୟ ଦିନରେ ଗଣିଆ, ଦଶପଲ୍ଲା, ଭାପୁର ଓ ରଣପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ତଦନ୍ତ କରାଯାଇଛି। ସେହିପରି ଯାଜପୁର ଜିଲ୍ଲାର ଧର୍ମଶାଳା ଓ ଅନ୍ୟାନ୍ୟ ବ୍ଲକ ସହ କେନ୍ଦୁଝର ଜିଲ୍ଲାର ସଦର ବ୍ଲକ ସମେତ ପାଞ୍ଚଟି ବ୍ଲକରେ ଭିଜିଲାନ୍ସ ଟିମ୍ ପହଞ୍ଚି ଦଲିଲପତ୍ର ଯାଞ୍ଚ କରିଛି।

ଅଧିକାରୀମାନେ ପଞ୍ଚାୟତ କାର୍ଯ୍ୟାଳୟରେ ରହିଥିବା ଫାଇଲ୍, ବିଲ୍ ଓ ଟେଣ୍ଡର ସମ୍ପର୍କିତ ଦସ୍ତାବିଜ ଯାଞ୍ଚ କରିବା ସହିତ ଷ୍ଟ୍ରିଟ୍‌ଲାଇଟ୍ ସ୍ଥାପନ ହୋଇଥିବା ସ୍ଥାନରେ ପହଞ୍ଚି ପ୍ରାକ୍ତିକ ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଏହା ସହ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ପଚରାଉଚୁରା କରାଯାଇଛି।

ପ୍ରାଥମିକ ତଦନ୍ତରେ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ଅନେକ ସ୍ଥାନରେ ଏନର୍ଜି ମିଟର, କେବୁଲ୍, ଏମ୍‌ସିବି, ଆଇ ହୁକ୍, ସସ୍‌ପେନସନ୍ କ୍ଲାମ୍ପ, ଡେଡ୍ ଏଣ୍ଡ କ୍ଲାମ୍ପ ଏବଂ ଫଟୋ ସୁଇଚ୍ ଟାଇମର ଭଳି ଆବଶ୍ୟକ ସାମଗ୍ରୀ ସ୍ଥାପନ କରାଯାଇ ନଥିବା ସତ୍ତ୍ୱେ ସମ୍ପୂର୍ଣ୍ଣ ବିଲ୍ ଉଠାଯାଇଥିବା ଅଭିଯୋଗ ରହିଛି। ଏଥିସହ ଟେଣ୍ଡର ପ୍ରକ୍ରିୟାରେ ମଧ୍ୟ ନିୟମ ଉଲ୍ଲଂଘନ ହୋଇଥିବାର ପ୍ରମାଣ ମିଳିଥିବା ଜଣାପଡ଼ିଛି।

ଭିଜିଲାନ୍ସର ମତାନୁସାରେ, କେନ୍ଦୁଝର, ନୟାଗଡ଼ ଓ ଯାଜପୁର ଜିଲ୍ଲାର ଏକାଧିକ ପଞ୍ଚାୟତରେ ଏହି ଅନିୟମିତତା ଘଟିଥିବା ଅଭିଯୋଗ ମିଳିଥିଲା। ସେହି ଅଭିଯୋଗକୁ ଭିତ୍ତିକରି ଏବେ ବ୍ୟାପକ ତଦନ୍ତ ଚାଲିଛି।

ଷ୍ଟ୍ରିଟ୍‌ଲାଇଟ୍ କେଳେଙ୍କାରୀକୁ ନେଇ ଭିଜିଲାନ୍ସର ଲଗାତାର ଚଢ଼ାଉ ରାଜନୈତିକ ମହଳରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ପୂର୍ବ ସରକାର ଅମଳରେ କାର୍ଯ୍ୟକାରୀ ହୋଇଥିବା ଯୋଜନାରେ ଏପରି ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିବା ପରେ ବିରୋଧୀ ଓ ଶାସକ ଦଳ ମଧ୍ୟରେ ଆରୋପ-ପ୍ରତିଆରୋପ ଜୋର ଧରିଛି।

ଭିଜିଲାନ୍ସ ତଦନ୍ତ ଆଗକୁ ବଢ଼ୁଥିବାବେଳେ ଏହି କେଳେଙ୍କାରୀରେ ଆହୁରି ଅଧିକ ବ୍ୟକ୍ତି ଓ ସଂସ୍ଥା ଜଡିତ ଥିବା ନେଇ ସନ୍ଦେହ ବଢ଼ିଛି। ତଦନ୍ତ ଶେଷ ପରେ ଦୁର୍ନୀତିର ପ୍ରକୃତ ପରିମାଣ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

ଠିକାଦାର ଗିରଫ ଭିଜିଲାନ୍ସର ବଡ଼ ଚଢ଼ାଉ ଷ୍ଟ୍ରିଟ୍‌ଲାଇଟ୍ କେଳେଙ୍କାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଏକା ବିମାନରେ ଫଡନଭିସ-ଉଦ୍ଧବ! ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ଝଡ଼

June 26, 2026

ନିର୍ବାଚନ ମୋଡ୍‌ରେ କଂଗ୍ରେସ, ୟୁପିରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ

June 26, 2026

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ପ୍ରାଣୀଧନ ନିରୀକ୍ଷକ

June 26, 2026

ସ୍ୱାସ୍ଥ୍ୟ କ୍ଷେତ୍ରରେ ‘ଜନ ବିଶ୍ୱାସ’ ସଂସ୍କାରର ଶୁଭାରମ୍ଭ: ଜନସ୍ୱାସ୍ଥ୍ୟ ଓ ଉପଭୋକ୍ତା ସୁରକ୍ଷା ଉପରେ ଗୁରୁତ୍ୱ

June 26, 2026
Latest News

ଏକା ବିମାନରେ ଫଡନଭିସ-ଉଦ୍ଧବ! ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ଝଡ଼

June 26, 2026

ନିର୍ବାଚନ ମୋଡ୍‌ରେ କଂଗ୍ରେସ, ୟୁପିରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ

June 26, 2026

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ପ୍ରାଣୀଧନ ନିରୀକ୍ଷକ

June 26, 2026

ସ୍ୱାସ୍ଥ୍ୟ କ୍ଷେତ୍ରରେ ‘ଜନ ବିଶ୍ୱାସ’ ସଂସ୍କାରର ଶୁଭାରମ୍ଭ: ଜନସ୍ୱାସ୍ଥ୍ୟ ଓ ଉପଭୋକ୍ତା ସୁରକ୍ଷା ଉପରେ ଗୁରୁତ୍ୱ

June 26, 2026

ମାଦକ ଦ୍ରବ୍ୟ ନିୟନ୍ତ୍ରଣ ଭିଜନ ଡକ୍ୟୁମେଣ୍ଟ ଓ ଏନସିବିର ବାର୍ଷିକ ରିପୋର୍ଟ- ୨୦୨୫’ ଉନ୍ମୋଚିତ

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.