ଭୁବନେଶ୍ବର : ସାଇବର ଠକେଇର ଶିକାର ହୋଇଥିବା ଗ୍ରାହକଙ୍କ ପାଇଁ ବଡ଼ ଖବର। 2027ରୁ ପାଇଲଟ ପ୍ରକଳ୍ପ ଭାବେ ସାରା ଦେଶରେ ଏକ ନୂଆ ବ୍ୟବସ୍ଥା ଲାଗୁ ହେବ। ଏହା ଅନୁଯାୟୀ, ସାଇବର ଠକେଇରେ କ୍ଷତିଗ୍ରସ୍ତ ହେଲେ ମୋଟ କ୍ଷତିର 85% କିମ୍ବା ସର୍ବାଧିକ ₹25,000 ପର୍ଯ୍ୟନ୍ତ କ୍ଷତିପୂରଣ ମିଳିପାରିବ।ବ୍ୟବସାୟିକ ଆକାଉଣ୍ଟ ପାଇଁ ମଧ୍ୟ ଲାଗୁ ହେବ ନିୟମ । 2027ରୁ ବର୍ଷେ ପାଇଁ ଏହି ନିୟମ କାର୍ଯ୍ୟକାରୀ ହେବ । ପାଇଲଟ ପ୍ରୋଗ୍ରାମ ଭାବେ ସାରା ଦେଶରେ ଲାଗୁ କରାଯିବ । ଠକେଇ ପରିମାଣ 50 ହଜାର ଟଙ୍କା ପର୍ଯ୍ୟନ୍ତ ହୋଇଥିବା ଦରକାର । ମାତ୍ର ଗ୍ରାହକ ଟଙ୍କା ଜୀବନକାଳ ମଧ୍ୟରେ ଏହି ସୁବିଧାର ଲାଭ ନେବେ । ବ୍ୟବସାୟିକ ଆକାଉଣ୍ଟ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ ।


