Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୦୨୫-୨୬ ଶିକ୍ଷାବର୍ଷରେ ବିଶ୍ଵ ଦକ୍ଷତା କେନ୍ଦ୍ରର ରେକର୍ଡ ପ୍ଲେସମେଣ୍ଟ ସଫଳତା
ଆଜିର ଖବର

୨୦୨୫-୨୬ ଶିକ୍ଷାବର୍ଷରେ ବିଶ୍ଵ ଦକ୍ଷତା କେନ୍ଦ୍ରର ରେକର୍ଡ ପ୍ଲେସମେଣ୍ଟ ସଫଳତା

June 26, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବିଶ୍ଵ ଦକ୍ଷତା କେନ୍ଦ୍ର
୨୦୨୫-୨୬ ଶିକ୍ଷାବର୍ଷରେ ବିଶ୍ଵ ଦକ୍ଷତା କେନ୍ଦ୍ରର ରେକର୍ଡ ପ୍ଲେସମେଣ୍ଟ ସଫଳତା

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଅଭିଯାନକୁ ଆହୁରି ସୁଦୃଢ଼ କରି ବିଶ୍ୱ ଦକ୍ଷତା କେନ୍ଦ୍ର ୨୦୨୫-୨୬ ଶିକ୍ଷାବର୍ଷରେ ପ୍ଲେସମେଣ୍ଟ କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି। ଭାରତର ଏହି ଅଗ୍ରଣୀ ଦକ୍ଷତା ବିକାଶ ପ୍ରତିଷ୍ଠାନର ୩,୫୬୫ ଜଣ ଛାତ୍ରଛାତ୍ରୀ ଦେଶ ଓ ବିଦେଶର ପ୍ରମୁଖ କମ୍ପାନିରେ ନିଯୁକ୍ତି ପାଇଛନ୍ତି। ପ୍ରତିଷ୍ଠାନର ମୋଟ ପ୍ଲେସମେଣ୍ଟ ହାର ୯୯ ପ୍ରତିଶତ ରହିଛି। ଏହି ସଫଳତା ରାଜ୍ୟର ଯୁବପିଢ଼ିଙ୍କୁ ଶିଳ୍ପ-ଉପଯୋଗୀ ଦକ୍ଷତା ପ୍ରଦାନ ସହ ରୋଜଗାର ସୃଷ୍ଟି କ୍ଷେତ୍ରରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଉଲ୍ଲେଖନୀୟ ଅବଦାନକୁ ପ୍ରତିଫଳିତ କରୁଛି।

ଅନ୍ତର୍ଜାତୀୟ ପ୍ଲେସମେଣ୍ଟ କ୍ଷେତ୍ରରେ ପ୍ରତିଷ୍ଠାନ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ମୋଟ ୨୭୩ ଜଣ ଶିକ୍ଷାର୍ଥୀ ବିଦେଶରେ ନିଯୁକ୍ତି ପାଇଥିବାବେଳେ ସିଙ୍ଗାପୁରରେ ସର୍ବାଧିକ ବାର୍ଷିକ ୨୬ ଲକ୍ଷ ଟଙ୍କାର ପ୍ୟାକେଜ୍ ମିଳିଛି। ସେହିପରି ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ମଧ୍ୟ ବାର୍ଷିକ ୫.୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ୟାକେଜ୍‌ରେ ଛାତ୍ରଛାତ୍ରୀ ନିଯୁକ୍ତି ପାଇଛନ୍ତି। ବିଦେଶରେ ନିଯୁକ୍ତି ପାଇଥିବା ୨୭୩ ଜଣଙ୍କ ମଧ୍ୟରେ ୪୪ ଜଣ ମହିଳା ରହିଛନ୍ତି, ଯାହା ରାଜ୍ୟରେ ମହିଳା ସଶକ୍ତିକରଣ ଏବଂ ଦକ୍ଷତାଭିତ୍ତିକ ଶିକ୍ଷାର ଗୁରୁତ୍ଵକୁ ଦର୍ଶାଉଛି।

ଏହି ଅବସରରେ ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଶ୍ରୀ ରଶ୍ମି ରଞ୍ଜନ ମହାପାତ୍ର କହିଛନ୍ତି, “ଦକ୍ଷତା ବିକାଶ ହେଉଛି ରୋଜଗାର ସୃଷ୍ଟି ଓ ଭବିଷ୍ୟତ ଗଠନର ମୂଳ ଆଧାର। ବିଶ୍ଵ ଦକ୍ଷତା କେନ୍ଦ୍ରରେ ଯୁବପିଢ଼ିଙ୍କ ଶିଳ୍ପ-ଉପଯୋଗୀ ଦକ୍ଷତା ତଥା ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ବିଶ୍ଵସ୍ତରୀୟ ପ୍ରଶିକ୍ଷଣ ଦିଆଯାଉଛି। ୨୦୨୫-୨୬ ଶିକ୍ଷାବର୍ଷରେ ପ୍ଲେସମେଣ୍ଟ ପାଇଥିବା ଆମ ପ୍ରତିଷ୍ଠାନର ସବୁ ଛାତ୍ରଛାତ୍ରୀଙ୍କୁ ମୁଁ ଅଭିନନ୍ଦନ ଜଣାଉଛି।”

ଅନ୍ୟପଟେ ଦେଶ ଭିତରେ ପ୍ଲେସମେଣ୍ଟ କ୍ଷେତ୍ରରେ ମଧ୍ୟ ପ୍ରତିଷ୍ଠାନ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ମୋଟ ୨,୧୫୮ ଜଣ ଶିକ୍ଷାର୍ଥୀ ଭାରତର ବିଭିନ୍ନ ଅଗ୍ରଣୀ କମ୍ପାନିରେ ନିଯୁକ୍ତି ପାଇଛନ୍ତି। ସେମାନଙ୍କ ହାରାହାରି ବାର୍ଷିକ ବେତନ ୩ ଲକ୍ଷ ଟଙ୍କା ରହିଥିବାବେଳେ ସର୍ବାଧିକ ପ୍ୟାକେଜ୍ ବାର୍ଷିକ ୫.୮୫ ଲକ୍ଷ ଟଙ୍କା ରହିଛି। ଏହି ପ୍ଲେସମେଣ୍ଟ ପ୍ରକ୍ରିୟାରେ ମୋଟ ୮୩ଟି କମ୍ପାନି ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ ୧୮ଟି କମ୍ପାନି ୩ ଲକ୍ଷ ଟଙ୍କାରୁ ଅଧିକ ବାର୍ଷିକ ପ୍ୟାକେଜ୍ ପ୍ରଦାନ କରିଥିଲେ।

ସେହିପରି ଓଡ଼ିଶା ମଧ୍ୟରେ ମୋଟ ୧,୧୩୪ ଜଣ ଶିକ୍ଷାର୍ଥୀ ବିଶ୍ୱ ଦକ୍ଷତା କେନ୍ଦ୍ରର ସ୍କୁଲ ଅଫ୍ ଇଞ୍ଜିନିୟରିଂ ଏବଂ ସ୍କୁଲ ଅଫ୍ ସର୍ଭିସେସ୍‌ ମାଧ୍ୟମରେ ନିଯୁକ୍ତି ପାଇଛନ୍ତି। ୧୪୦ଟି କମ୍ପାନି ଏହି ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ। ସ୍କୁଲ ଅଫ୍ ଇଞ୍ଜିନିୟରିଂର ୭୯୩ ଜଣ ଛାତ୍ରଛାତ୍ରୀ ନିଯୁକ୍ତି ପାଇଥିବାବେଳେ ସର୍ବାଧିକ ପ୍ୟାକେଜ୍ ବାର୍ଷିକ ୪.୩୭ ଲକ୍ଷ ଟଙ୍କା ରହିଛି। ସେହିପରି ସ୍କୁଲ ଅଫ୍ ସର୍ଭିସେସ୍‌ର ୩୪୧ ଜଣ ଶିକ୍ଷାର୍ଥୀଙ୍କ ନିଯୁକ୍ତି ହୋଇଥିବାବେଳେ ସର୍ବାଧିକ ପ୍ୟାକେଜ୍ ବାର୍ଷିକ ୩ ଲକ୍ଷ ଟଙ୍କା ରହିଛି।

ବିଶ୍ୱ ଦକ୍ଷତା କେନ୍ଦ୍ରର ଏହି ସଫଳତା ପଛରେ ଶିଳ୍ପ କ୍ଷେତ୍ର ସହ ସୁଦୃଢ଼ ଭାଗୀଦାରି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ – ଜାମନଗର, ମାଇକ୍ରନ୍ ସେମିକଣ୍ଡକ୍ଟର ଟେକ୍ନୋଲୋଜି ଇଣ୍ଡିଆ, ଜେଏଲକେ ଅଟୋମେସନ୍, କେଏସପିଜି ଅଟୋମୋଟିଭ୍ ଏବଂ ୱାବଟେକ୍ (ଫାଇଭେଲି ଟ୍ରାନ୍ସପୋର୍ଟ) ଭଳି ଅଗ୍ରଣୀ ସଂସ୍ଥା ସହ ସହଯୋଗ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିଳ୍ପର ଆବଶ୍ୟକତା ଅନୁରୂପ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି।

ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସ କହିଛନ୍ତି, “ପ୍ରତ୍ୟେକ ନିଯୁକ୍ତି ଜଣେ ଯୁବକ କିମ୍ବା ଯୁବତୀଙ୍କ ପାଇଁ ଏକ ନୂତନ ସମ୍ଭାବନାର ଦ୍ୱାର ଖୋଲିଥାଏ। ଗୁଣାତ୍ମକ ପ୍ରଶିକ୍ଷଣ, ଶିଳ୍ପ ସହଯୋଗ ଓ ନବସୃଜନମୂଳକ ଶିକ୍ଷା ପଦ୍ଧତି ମାଧ୍ୟମରେ ଯୁବପିଢ଼ିଙ୍କୁ ସଶକ୍ତ କରିବା ଦିଗରେ ବିଶ୍ୱ ଦକ୍ଷତା କେନ୍ଦ୍ର ନିରନ୍ତର କାର୍ଯ୍ୟ କରୁଛି। ନିଯୁକ୍ତି ପାଇଥିବା ଆମ ପ୍ରତିଷ୍ଠାନର ଛାତ୍ରଛାତ୍ରୀମାନେ ନିଜ ନିଜ କର୍ମକ୍ଷେତ୍ରରେ ଅନେକ ସଫଳତା ପାଇବେ, ଏହା ମୋର ବିଶ୍ଵାସ।”

ଦକ୍ଷତା ବିକାଶ, ଶିଳ୍ପ ସହ ଭାଗୀଦାରି ଏବଂ ରୋଜଗାରମୁଖୀ ଶିକ୍ଷାକୁ ଆଧାର କରି ବିଶ୍ୱ ଦକ୍ଷତା କେନ୍ଦ୍ର ଯୁବପିଢ଼ିଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଫଳତାର ସୁଯୋଗ ପ୍ରଦାନ କରୁଛି। ଏହାସହ ପ୍ରତିଷ୍ଠାନ ରାଜ୍ୟକୁ ଦକ୍ଷ ମାନବ ସମ୍ବଳର ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢ଼ି ତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।

ବିଶ୍ଵ ଦକ୍ଷତା କେନ୍ଦ୍ର ରେକର୍ଡ ପ୍ଲେସମେଣ୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ‘ବସାରେ ଲେଖକ’ କାର୍ଯ୍ୟକ୍ରମ, ଓଡ଼ିଶାରେ ପ୍ରଥମ ‘ରାଇଟର୍‌ ଇନ୍‌ ରେସିଡେନ୍ସି’ ଯୋଜନା

June 26, 2026

ସ୍କୁଲ ବହିରେ ତ୍ରୁଟି: ନିଲମ୍ବିତ ହେଲେ ପୂର୍ବତନ ନିର୍ଦ୍ଦେଶକଙ୍କ ସହ ତିନି ଅଫିସର, ୬ ଜଣଙ୍କ ବିରୋଧରେ..

June 26, 2026

୨୦୫୦ ମସିହାରେ କେତେ ହେବ ଭାରତରେ ମୁସଲିମ ଜନସଂଖ୍ୟା?: ଜାଣନ୍ତୁ ହିନ୍ଦୁଙ୍କ ସଂଖ୍ୟା

June 26, 2026

ଆଜି ଭାରତ ବନାମ ଆୟରଲ୍ୟାଣ୍ଡ ପ୍ରଥମ ଟି-୨୦: ଜାଣନ୍ତୁ ସମ୍ଭାବ୍ୟ ଏକାଦଶ ଏବଂ ଷ୍ଟ୍ରିମିଂ ବିବରଣୀ

June 26, 2026
Latest News

୨୦୨୫-୨୬ ଶିକ୍ଷାବର୍ଷରେ ବିଶ୍ଵ ଦକ୍ଷତା କେନ୍ଦ୍ରର ରେକର୍ଡ ପ୍ଲେସମେଣ୍ଟ ସଫଳତା

June 26, 2026

ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ‘ବସାରେ ଲେଖକ’ କାର୍ଯ୍ୟକ୍ରମ, ଓଡ଼ିଶାରେ ପ୍ରଥମ ‘ରାଇଟର୍‌ ଇନ୍‌ ରେସିଡେନ୍ସି’ ଯୋଜନା

June 26, 2026

ସ୍କୁଲ ବହିରେ ତ୍ରୁଟି: ନିଲମ୍ବିତ ହେଲେ ପୂର୍ବତନ ନିର୍ଦ୍ଦେଶକଙ୍କ ସହ ତିନି ଅଫିସର, ୬ ଜଣଙ୍କ ବିରୋଧରେ..

June 26, 2026

୨୦୫୦ ମସିହାରେ କେତେ ହେବ ଭାରତରେ ମୁସଲିମ ଜନସଂଖ୍ୟା?: ଜାଣନ୍ତୁ ହିନ୍ଦୁଙ୍କ ସଂଖ୍ୟା

June 26, 2026

ଆଜି ଭାରତ ବନାମ ଆୟରଲ୍ୟାଣ୍ଡ ପ୍ରଥମ ଟି-୨୦: ଜାଣନ୍ତୁ ସମ୍ଭାବ୍ୟ ଏକାଦଶ ଏବଂ ଷ୍ଟ୍ରିମିଂ ବିବରଣୀ

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.