Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରେମ ପ୍ରତ୍ୟାଖ୍ୟାନର ଭୟଙ୍କର ପ୍ରତିଶୋଧ! ଯୁବତୀଙ୍କୁ ପେଟ୍ରୋଲ ଢାଳି ଜୀବନ୍ତ ଜାଳିବା ଉଦ୍ୟମ
ଆଜିର ଖବର

ପ୍ରେମ ପ୍ରତ୍ୟାଖ୍ୟାନର ଭୟଙ୍କର ପ୍ରତିଶୋଧ! ଯୁବତୀଙ୍କୁ ପେଟ୍ରୋଲ ଢାଳି ଜୀବନ୍ତ ଜାଳିବା ଉଦ୍ୟମ

June 27, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୁନ୍ଦରଗଡ଼: ଏକତରଫା ପ୍ରେମର ଉନ୍ମାଦ ପୁଣି ଥରେ ନେଇଛି ଭୟଙ୍କର ରୂପ। ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ଥାନା ଅନ୍ତର୍ଗତ ସନ୍ତୋଷପୁର ଅଞ୍ଚଳରେ ଘଟିଛି ଏକ ହୃଦୟବିଦାରକ ଘଟଣା। ପ୍ରେମ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିବାରୁ ଜଣେ ୨୬ ବର୍ଷୀୟ ଯୁବତୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଘଟଣାରେ ଯୁବତୀଙ୍କ ଶରୀରର ପ୍ରାୟ ୭୦ ପ୍ରତିଶତ ଅଂଶ ପୋଡ଼ି ଯାଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ଯୁବତୀ ଘରେ ଶୋଇଥିବା ବେଳେ ପ୍ରବଳ ଗରମ କାରଣରୁ ଝରକା ଖୋଲା ଥିଲା। ଏହି ସୁଯୋଗର ଫାଇଦା ଉଠାଇ ଅଭିଯୁକ୍ତ ଘର ନିକଟକୁ ଆସି ପେଟ୍ରୋଲ ଢାଳି ନିଆଁ ଲଗାଇ ଫେରାର ହୋଇଯାଇଥିବା ଅଭିଯୋଗ ରହିଛି।

ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ପ୍ରଥମେ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଉନ୍ନତ ଚିକିତ୍ସା ପାଇଁ ବୁର୍ଲାସ୍ଥିତ ଭୀମସାରକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ସେଠାରେ ଶଯ୍ୟା ନମିଳିବାରୁ ପରିବାର ଲୋକଙ୍କୁ ହତାଶ ହୋଇ ପୁଣି ରାଉରକେଲା ଫେରିବାକୁ ପଡ଼ିଥିଲା। ପ୍ରାୟ ୧୨ ଘଣ୍ଟା ପରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥା ହୋଇଥିବା ବେଳେ ଯୁବତୀଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି।

ଏପଟେ ଘଟଣା ପରେ ଅଭିଯୁକ୍ତ ଫେରାର ଥିବା ବେଳେ ବିଶ୍ରା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପରିବାର ଲୋକ ଦାବି କରିଛନ୍ତି।

ତେବେ ଘଟଣା ପଛରେ କେବଳ ଏକତରଫା ପ୍ରେମ ନା ଅନ୍ୟ କୌଣସି କାରଣ ରହିଛି, ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

ପେଟ୍ରୋଲ ଢାଳି ଜୀବନ୍ତ ପ୍ରେମ ପ୍ରତ୍ୟାଖ୍ୟାନ
Share. Facebook Twitter LinkedIn Email WhatsApp Copy Link

Related Posts

ଅଗଷ୍ଟ ୧୫ରୁ ଶ୍ରୀଲଙ୍କା ସିରିଜ: ଜାଣନ୍ତୁ କେବେ ଘୋଷଣା ହେବେ ଟିମ୍ ଇଣ୍ଡିଆ?

July 21, 2026

ପ୍ରତିବାଦ ସମୟରେ ଔରଙ୍ଗଜେବଙ୍କ ଫଟୋକୁ ନେଇ ଉତ୍ତେଜନା: ଏହି ପଦକ୍ଷେପ ନେଲା ପୋଲିସ

July 21, 2026

ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର ହେବେ ସୋନମ ୱାଙ୍ଗଚୁକ: ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

July 21, 2026

ସିଜେପି ପ୍ରତିବାଦରେ ଯୋଗଦେଲେ ନାସିରୁଦ୍ଦିନ ଶାହ?: ଜାଣନ୍ତୁ ସତ୍ୟତା

July 21, 2026
Latest News

ଅଗଷ୍ଟ ୧୫ରୁ ଶ୍ରୀଲଙ୍କା ସିରିଜ: ଜାଣନ୍ତୁ କେବେ ଘୋଷଣା ହେବେ ଟିମ୍ ଇଣ୍ଡିଆ?

July 21, 2026

ବନ୍ଧୁ ରୁଷର କ୍ଷେପଣାସ୍ତ୍ର ଆକ୍ରମଣରେ ଚାରି ଭାରତୀୟଙ୍କ ମୃତ୍ୟୁ: ଚେତାବନୀ ଜାରି କଲା ଭାରତ

July 21, 2026

ପ୍ରତିବାଦ ସମୟରେ ଔରଙ୍ଗଜେବଙ୍କ ଫଟୋକୁ ନେଇ ଉତ୍ତେଜନା: ଏହି ପଦକ୍ଷେପ ନେଲା ପୋଲିସ

July 21, 2026

ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର ହେବେ ସୋନମ ୱାଙ୍ଗଚୁକ: ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

July 21, 2026

ସମୁଦ୍ର ଅବରୋଧ ଘୋଷଣା କଲା ହୁଥି ବିଦ୍ରୋହୀ: ବୃଦ୍ଧି ହେବ ପେଟ୍ରୋଲ ଏବଂ ଗ୍ୟାସ ମୂଲ୍ୟ?

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.