Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ୱକପରୁ ଭାରତ ବିଦା, ଅଷ୍ଟ୍ରେଲିଆଠାରୁ ୬ ଉଇକେଟରେ ପରାଜୟ
ଆଜିର ଖବର

ବିଶ୍ୱକପରୁ ଭାରତ ବିଦା, ଅଷ୍ଟ୍ରେଲିଆଠାରୁ ୬ ଉଇକେଟରେ ପରାଜୟ

June 29, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ମହିଳା ଟି-୨୦ କ୍ରିକେଟ ବିଶ୍ୱକପରେ ଭାରତର ଅଭିଯାନ ଗ୍ରୁପ୍ ପର୍ଯ୍ୟାୟରେ ଶେଷ ହୋଇଛି। ରବିବାର ଖେଳାଯାଇଥିବା କର ବା ମର ମୁକାବିଲାରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ୬ ଉଇକେଟରେ ଭାରତକୁ ପରାସ୍ତ କରି ସେମିଫାଇନାଲ ଆଶାକୁ ଧୂଳିସାତ୍ କରିଦେଇଛି।

ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୪ ଉଇକେଟ ହରାଇ ୧୭୦ ରନର ଚ୍ୟାଲେଞ୍ଜିଂ ସ୍କୋର କରିଥିଲା। ଅଧିନାୟିକା ହରମନପ୍ରୀତ କୌର ଆକ୍ରମଣାତ୍ମକ ବ୍ୟାଟିଂ କରି ମାତ୍ର ୨୭ ବଲରେ ୫୬ ରନର ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ଅନ୍ୟ ବ୍ୟାଟରମାନେ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ।

୧୭୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ଆରମ୍ଭରେ କିଛି ଉଇକେଟ ହରାଇଥିଲେ ମଧ୍ୟ ଅନୁଭବୀ ଏଲିସ ପେରୀ ଓ ଆଶଲେ ଗାର୍ଡନର ଭାରତୀୟ ବୋଲରଙ୍କୁ ଚାପରେ ରଖିଥିଲେ। ପ୍ଲେୟର ଅଫ୍ ଦି ମ୍ୟାଚ୍ ଏଲିସ ପେରୀ ୫୬ ରନ କରିଥିବାବେଳେ ଆଶଲେ ଗାର୍ଡନର ଅପରାଜିତ ୫୩ ରନ କରି ଦଳକୁ ୧୯ ଓଭରରେ ୪ ଉଇକେଟ ବିନିମୟରେ ୧୭୨ ରନରେ ପହଞ୍ଚାଇ ବିଜୟ ସୁନିଶ୍ଚିତ କରିଥିଲେ। ଉଭୟଙ୍କ ଶତକୀୟ ଭାଗୀଦାରି ଭାରତର ସେମିଫାଇନାଲ ସ୍ୱପ୍ନକୁ ଭାଙ୍ଗି ଦେଇଥିଲା।

ଏହି ପରାଜୟ ସହ ଭାରତ ୫ଟି ମ୍ୟାଚରୁ ୩ ବିଜୟ ଓ ୨ ପରାଜୟ ସହ ୬ ପଏଣ୍ଟ ପାଇ ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇଛି। ଅନ୍ୟପଟେ ଗ୍ରୁପ୍-୧ରୁ ଅଷ୍ଟ୍ରେଲିଆ ୧୦ ପଏଣ୍ଟ ସହ ଶୀର୍ଷରେ ରହିଥିବା ବେଳେ ଦକ୍ଷିଣ ଆଫ୍ରିକା ୮ ପଏଣ୍ଟ ସହ ସେମିଫାଇନାଲକୁ ଉନ୍ନୀତ ହୋଇଛି। ଗ୍ରୁପ୍-୨ରୁ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ଯଥାକ୍ରମେ ୧୦ ଓ ୬ ପଏଣ୍ଟ ସହ ଶେଷ ଚାରିରେ ସ୍ଥାନ ପକ୍କା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ବାଂଲାଦେଶ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ବିଜୟ ପରେ ଭାରତ ପାଇଁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ଜିତିବା ଅନିବାର୍ଯ୍ୟ ହୋଇପଡ଼ିଥିଲା। କିନ୍ତୁ ନିର୍ଣ୍ଣାୟକ ମ୍ୟାଚରେ ପରାଜୟ ସହ ବିଶ୍ୱକପ ଅଭିଯାନରେ ପୂର୍ଣ୍ଣବିରାମ ଲାଗିଛି।

ଆଶଲେ ଗାର୍ଡନର ଏଲିସ ପେରୀ ପ୍ଲେୟର ଅଫ୍ ଦି ମ୍ୟାଚ୍ ମହିଳା ଟି-୨୦ କ୍ରିକେଟ ବିଶ୍ୱକପ
Share. Facebook Twitter LinkedIn Email WhatsApp Copy Link

Related Posts

ଜାଣନ୍ତୁ ଅଗଷ୍ଟ ୧୬ ର ରାଶିଫଳ: ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

August 16, 2026

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026
Latest News

ଜାଣନ୍ତୁ ଅଗଷ୍ଟ ୧୬ ର ରାଶିଫଳ: ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

August 16, 2026

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.