ଭୁବନେଶ୍ଵର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଦୀର୍ଘ ୫ ଦିନ ଧରି ଅନୁଷ୍ଠିତ ୬୫ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଆଥଲେଟିକ୍ସ ପ୍ରତିଯୋଗିତା ଉଦଯାପିତ ହେଉଛି। ଅନ୍ତିମ ଦିବସରେ ମହିଳା ହାଇଜମ୍ପ ଇଭେଣ୍ଟରେ ହରିୟାଣାର ପୂଜା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। କର୍ଣ୍ଣାଟକର ସୁପ୍ରିୟାଙ୍କୁ ରୌପ୍ୟ ଏବଂ ଉତ୍ତର ପ୍ରଦେଶର ଖ୍ୟାତି ମାଥୁରଙ୍କୁ ବ୍ରୋଞ୍ଜ ପଦକ ମିଳିଛି। ପୁରୁଷ ୪୦୦ ମିଟର ଦୌଡରେ ତାମିଲନାଡୁର ବିଶାଲ ଟି କେ ଏବଂ ମହିଳା ୪୦୦ ମିଟର ଦୌଡରେ ଉତ୍ତର ପ୍ରଦେଶର ପ୍ରାଚୀ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।
ମହିଳା ହେପ୍ଟାଥ୍ଲନ୍ ଇଭେଣ୍ଟରେ ଓଡିଶାର ପୁର୍ଣ୍ଣିମା ହେମ୍ରମ୍, ଚତୁର୍ଥ ସ୍ଥାନରେ ରହି ବ୍ରୋଞ୍ଜ ପଦକ ଜିତିବାର ସୁଯୋଗ ହରାଇଛନ୍ତି। ସେହିପରି ପୁରୁଷ ଜାଭ୍ଲିନ୍ରେ ରୋହିତ ଯାଦବ ସ୍ୱର୍ଣ୍ଣ ପଦକ ଲାଭ କରିଥିବା ବେଳେ ଓଡିଶାର କିଶୋର ଜେନାଙ୍କୁ ପଞ୍ଚମ ସ୍ଥାନ ପ୍ରାପ୍ତ ହୋଇଛି।


