ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତା ଜୁଲାଇ ୪ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ସୂଚନା ଦେଇଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ।
ସୂଚନା ଅନୁଯାୟୀ, ଜୁଲାଇ ୪ରେ ଅମିତ ଶାହ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ବରଗଡ଼ ଗସ୍ତ କରିବେ। ସେଠାରେ ଏକ ଇଥାନଲ୍ ପ୍ରକଳ୍ପର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି।
ଏହାପରେ ସେ ସମ୍ବଲପୁର ଯାଇ ରାତ୍ରିଯାପନ କରିବେ। ଜୁଲାଇ ୫ ତାରିଖରେ ସମ୍ବଲପୁରରେ ଆୟୋଜିତ ଏକ ବିଶାଳ ସାଧାରଣ ସଭାରେ ଯୋଗଦେଇ ଜନସାଧାରଣଙ୍କୁ ସମ୍ବୋଧିତ କରିବେ।
ଅମିତ ଶାହଙ୍କ ଏହି ଦୁଇ ଦିନିଆ ଓଡ଼ିଶା ଗସ୍ତକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଗସ୍ତ ସମୟରେ ବିକାଶମୂଳକ ପ୍ରକଳ୍ପ ସହ ରାଜନୈତିକ କାର୍ଯ୍ୟକ୍ରମ ମଧ୍ୟ ଗୁରୁତ୍ୱ ପାଇବ ବୋଲି ଆଶା କରାଯାଉଛି।


