Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ୨୦ ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ
ଆଜିର ଖବର

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ୨୦ ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ

June 29, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ୨୦ ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ
ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ୨୦ ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଯୋଜନା ଓ ପର୍ଯ୍ୟବେକ୍ଷଣ ୟୁନିଟ୍, ଖୋର୍ଦ୍ଧା (ପରିସଂଖ୍ୟାନ ଶାଖା) ଆନୁକୁଲ୍ୟରେ ୨୦ ତମ ଜାତୀୟ ପରିସଂଖ୍ୟାନ ଦିବସ -୨୦୨୬ ପାଳିତ ହୋଇଯାଇଅଛି। ଉପ ନିର୍ଦ୍ଦେଶକ, ଜିଲ୍ଲା ଯୋଜନା ଓ ପର୍ଯ୍ୟବେଶଣ, ୟୁନିଟ୍, ଖୋର୍ଦ୍ଧା (ପରିସଂଖ୍ୟାନ ଶାଖା) ଶଙ୍କର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଦିବସରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ପ୍ରତାପ ଚନ୍ଦ୍ର ବେଉରା ଯୋଗଦେଇ ଶ୍ରୀ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ଏବଂ ପରିସଂଖ୍ୟାନର ଜନକ ପି. ସି. ମହାଲାନୋବିସ ଙ୍କ ଫଟୋ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ୱଳନ ସହ ପୁଷ୍ପ ମାଲ୍ୟାର୍ପଣ କରି ଦିବସକୁ ଉଦ୍ଘାଟନ କରି କହିଲେ ସ୍ବର୍ଗତ ପି. ସି.ମହାଲାନୋବିଶ ପରିସଂଖ୍ୟାନ ଆବିଷ୍କାର କରି ସମାଜକୁ ଏକ ଅନବଦ୍ୟ ଦାନ ପ୍ରଦାନ କରିଛନ୍ତି।

ପରିସଂଖ୍ୟାନ ଆଜି ନଥିଲେ ଆମେ ବଜେଟ୍ ଉପସ୍ଥାପନ ଓ ବଜେଟ ର ପରିକଳ୍ପନା କରିବା ସମ୍ଭବ ହୋଇ ନଥାନ୍ତା। ପ୍ରତି ଦଶ ବର୍ଷରେ ଜନଗଣନା ହୋଇଥାଏ। ଯଦି ପରିସଂଖ୍ୟାନ ନଥାନ୍ତା ତେବେ ଜନଗଣନା ସର୍ଭେ ହୋଇ ପାରିନଥାନ୍ତା। ପି ସି ମହାଲାନୋବିଶ ଙ୍କ ପରିସଂଖ୍ୟାନ ମଡେ଼ଲ ପାଇଁ ରାଉରକେଲା ଇସ୍ପାତ କାରଖାନା ସମ୍ଭବ ହୋଇଥିଲା। ଏଣୁ ଛାତ୍ର ଛାତ୍ରୀ ଯୁବକ ଯୁବତୀ ମାନେ ପି ସି ମହାଲାନୋବିଶଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ ଭିଜନ କୁ ସାକାର କରିବାକୁ ସଠିକ୍ ତଥ୍ୟ ସଂଚାରଣରେ ଆଗେଇ ଆସିବାକୁ ଆହ୍ଵାନ ଦେଇଥିଲେ।

ଦିବସରେ ପରିସଂଖ୍ୟାନ ବିଶେଷଜ୍ଞ, ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ଆଞ୍ଚଳିକ ଯୋଜନା ଏବଂ ଅର୍ଥନୀତି ଏବଂ ପରିସଂଖ୍ୟାନ ପ୍ରତିଷ୍ଠାନ, ଭୁବନେଶ୍ୱର ସୁଧାଂଶୁ ଶେଖର ମିଶ୍ର ଯୋଗଦେଇ କହିଲେ ପି ସି . ମହାଲାନୋବିଶଙ୍କ ଭଳି ଯୋଗଜନ୍ମାପାଇଁ ଆମେ ଅର୍ଥନୀତିରେ, ସାମାଜିକ ଯୋଜନା ପ୍ରଣୟନରେ ଆମେ ସଫଳତା ହାସଲ କରି ଆମର ଅର୍ଥ ନୀତିକୁ ଆମେ ଆଗେଇ ନେଇ ଆସିଅଛୁ। ଶ୍ରୀ ମିଶ୍ର ଜି ଡି ପି ବାର୍ଷିକ ଖସଡ଼ା, ଦାରିଦ୍ର୍ୟ ଦୂରୀକରଣ ଯୋଜନା, ଜନସାଧାରଣଙ୍କ ସେବା ନିମନ୍ତେ ପାଣ୍ଠି ଖର୍ଚ୍ଚ, ପ୍ରଶାସନିକ ତଥ୍ୟର ସମ୍ଭାବନାକୁ ଉନ୍ମୋଚନ କରିବା, କୃଷି ଓ କୃଷକ ଶସକ୍ତି କରଣ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଜାତୀୟ ନମୁନା ସର୍ବେକ୍ଷଣ, ସର୍ବନିମ୍ନ ନିର୍ଦ୍ଧାରିତ ମୂଲ୍ୟ, କୃଷି ସର୍ବେକ୍ଷଣ, କ୍ଷୁଦ୍ର ଜଳସେଚନ ସର୍ବେକ୍ଷଣ, ଉପଭୋକ୍ତା ମୂଲ୍ୟ ସୁଚକାଙ୍କ, ବାର୍ଷିକ ଶିଳ୍ପ ସର୍ବେକ୍ଷଣ ଆଦି ବିଭିନ୍ନ ଜନ କଲ୍ୟାଣ ଯୋଜନାରେ ସଠିକ୍ ପରି ସଂଖ୍ୟାନର ଅନିର୍ବାର୍ଯ୍ୟତା ସମ୍ବନ୍ଧରେ ପାୱାର ପଏଣ୍ଟ ଉପ କରଣରେ ସୂଚନା ପ୍ରଦାନ କରିଥିଲେ।

ସମ୍ମାନିତ ଅତିଥି ଭାବେ ପ୍ରାଣନାଥ ସ୍ଵୟଂ ଶାସିତ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗ ଡ଼ଃ ସୁବୋଧ କୁମାର ଜଗଦେବ ଯୋଗଦେଇ ମହାବିଦ୍ୟାଳୟରେ ଯୁବଶକ୍ତି ସମ୍ବଳ ପରିସଂଖ୍ୟାନ, ମହାବିଦ୍ୟାଳୟ କାର୍ଯ୍ୟାଳୟ ପରିଚାଳନାରେ ପରିସଂଖ୍ୟାନ,ମହାବିଦ୍ୟାଳୟରେ ସମାଧାନ ଯୋଗାଣ ଦଳ, ଶିକ୍ଷାବିତ୍ ଙ୍କ ଓ ଶିକ୍ଷକ ମାନଙ୍କ ପରି ସଂଖ୍ୟାନରେ ଭୂମିକା ସମ୍ବନ୍ଧରେ ଅବଗତ କରାଇଥିଲେ। ସମ୍ମାନିତ ଅତିଥି ଭାବେ ସହକାରୀ ନିର୍ଦ୍ଦେଶକ, ପରିସଂଖ୍ୟାନ ସୁବାଷ ଚନ୍ଦ୍ର ପୃଷ୍ଟି ଯୋଗଦେଇ ପରି ସଂଖ୍ୟାନରେ କାର୍ଯ୍ୟାଳୟର ଭୂମିକା ସମ୍ବନ୍ଧରେ ଆଲୋଚନା କରିଥିଲେ।

ସେହିପରି ପରିସଂଖ୍ୟାନ ଅଧିକାରୀ କିରଣ ପ୍ରଭା ପାଣିଗ୍ରାହୀ ଯୋଗଦେଇ ଓଡ଼ିଶାରେ ଗାଁରୁ ଜିଲ୍ଲା ପର୍ଯ୍ୟନ୍ତ ବିଭିନ୍ନ ଦ୍ରବ୍ୟ ଓ ସେବା ସମ୍ବନ୍ଧୀୟ ଗ୍ରାହକ ମୂଲ୍ୟ ସୂଚକାଙ୍କ, ଜାତୀୟ ନମୁନା ସର୍ବେକ୍ଷଣ ପ୍ରଶାସନିକ ତଥ୍ୟ ଏବଂ କ୍ଷେତ୍ର ଅନୁସନ୍ଧାନ ଉପରେ ବିସ୍ତୃତ ପରିସଂଖ୍ୟାନ ତଥ୍ୟ ପ୍ରଦାନ କରିଥିଲେ। ସଭାପତି ଭାଷଣରେ ଉପ ନିର୍ଦ୍ଦେଶକ, ଯୋଜନା ଓ ପରିସଂଖ୍ୟାନ , ଖୋର୍ଦ୍ଧା, ଜାତୀୟ ପରିସଂଖ୍ୟାନ ଦିବସ -୨୦୨୬ ପାଳନ ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ବନ୍ଧରେ ପ୍ରକାଶ କରି ପରି ସଂଖ୍ୟାନର ଜନକ ପି ସି ମହାଲାନୋବିସ ଙ୍କ ସମାଜ କଲ୍ୟାଣ ପାଇଁ ତାଙ୍କର ଯେଉଁ ଅବିସ୍ମରଣୀୟ ଦାନ ସେ ସମ୍ବନ୍ଧରେ ଗୁରୁତ୍ୱାରୋପ କରି ଛାତ୍ର ଛାତ୍ରୀ ମାନେ ସଠିକ୍ ତଥ୍ୟ ବ୍ୟବହାର କରି ନିଜର ଓ ଦେଶର କଲ୍ୟାଣ ସାଧିତରେ ବ୍ରତୀ ହୁଅନ୍ତୁ ବୋଲି ଆହ୍ଵାନ ଦେଇଥିଲେ।

ଶେଷରେ ଅର୍ଥ ନୀତି ବିଶାରଦ ମୋନାଲି ରାଜ ସିଂହ ଧନ୍ୟ ବାଦ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଏବଂ ସମସ୍ତ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ, ଉତ୍ତରୀୟ ଏବଂ ଚାରାକୁଣ୍ଡ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ଆଞ୍ଚଳିକ ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା।

ମୁଖ୍ୟ ଅତିଥି ପରିସଂଖ୍ୟାନ କାର୍ଯ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ବାଣପୁର ବ୍ଲକ ପରିସଂଖ୍ୟାନ ଅଧିକାରୀ, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ବାଲିଅନ୍ତା ବ୍ଲକ୍ ପରିସଂଖ୍ୟାନ ଅଧିକାରୀ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ଜଟଣୀ ବ୍ଲକ୍ ପରିସଂଖ୍ୟାନ ଅଧିକାରୀ ଙ୍କୁ ଫଳକ ପ୍ରଦାନ ସ୍ୱରୂପ ସମ୍ବର୍ଦ୍ଧିତ କରିଥିଲେ। ମଞ୍ଚ ପରିଚାଳନା ରେ କାର୍ଯ୍ୟାଳୟ ସଂସ୍ଥା ଅଧିକାରୀ ସସ୍ମିତା ମିଶ୍ର ଓ କର୍ମଚାରୀ ସୌମ୍ୟ ରଞ୍ଜନ ରାଉତ ରାୟ କାର୍ଯ୍ୟ ସମ୍ପାଦନ କରିଥିଲେ।

ଦିବସରେ ଜିଲ୍ଲା ଅବକାରୀ ଅଧିକ୍ଷକ ସୁମିତ୍ରା ତ୍ରିପାଠୀ, ଉପ ନିବନ୍ଧକ ସମବାୟ ସମିତି , ଆଳକାନନ୍ଦା ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିଜୟ କୁମାର ବେହେରା ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ, ପ୍ରାଣ ନାଥ ସ୍ଵୟଂ ଶାସିତ ବିଦ୍ୟାଳୟ ଏବଂ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ଖୋର୍ଦ୍ଧା ଛାତ୍ରଛାତ୍ରୀ, ଯୋଜନା ଓ ପରିସଂଖ୍ୟାନ କାର୍ଯ୍ୟାଳୟ ଅଧିକାରୀ ଓ କର୍ମଚାରୀ, ବ୍ଲକ୍ ପରିସଂଖ୍ୟାନ ଅଧିକାରୀ ଏବଂ ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ।

ଜାତୀୟ ପରିସଂଖ୍ୟାନ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ମତ୍ସ୍ୟ ସମ୍ପଦ ଯୋଜନା

July 22, 2026

ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କଲେ ରାଜ୍ୟ ନିର୍ବାଚନ ଆୟୁକ୍ତ

July 22, 2026

ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

July 22, 2026

ଆଜି ଜୁଲାଇ ୨୨ ତାରିଖ ବୁଧବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

July 22, 2026
Latest News

ଓଡ଼ିଶାରେ ମତ୍ସ୍ୟ ସମ୍ପଦ ଯୋଜନା

July 22, 2026

ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କଲେ ରାଜ୍ୟ ନିର୍ବାଚନ ଆୟୁକ୍ତ

July 22, 2026

ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

July 22, 2026

ଆଜି ଜୁଲାଇ ୨୨ ତାରିଖ ବୁଧବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

July 22, 2026

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.