Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମନ୍ୱୟ ସମିତି ପକ୍ଷରୁ ବିଶାଳ ଶିକ୍ଷକ ସମାବେଶ
ଆଜିର ଖବର

ସମନ୍ୱୟ ସମିତି ପକ୍ଷରୁ ବିଶାଳ ଶିକ୍ଷକ ସମାବେଶ

June 29, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link
ରାଜଧାନୀର ରାଜରାସ୍ତାରେ ସମନ୍ୱୟ ସମିତି ପକ୍ଷରୁ ବିଶାଳ ଶିକ୍ଷକ ସମାବେଶ
ରାଜଧାନୀର ରାଜରାସ୍ତାରେ ସମନ୍ୱୟ ସମିତି ପକ୍ଷରୁ ବିଶାଳ ଶିକ୍ଷକ ସମାବେଶ
ଭୁବନେଶ୍ୱର: ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ୩୦ ବର୍ଷ ସେବା ଯୋଗାଇଥିଲେ ମଧ୍ୟ ମିଳୁନାହିଁ ଅନୁଦାନ ଓ ପେନସନ୍। ଏହା ମାନବାଧିକାରକୁ କ୍ଷୂର୍ଣ୍ଣ କରୁଛି। ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୈଷମ୍ୟ, ଶିକ୍ଷକ ମାନଙ୍କ ଭିତରେ ତାରତମ୍ୟ, ଯାହା ସରକାରଙ୍କର ଏହି ନୀତି ଓ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା ବିରୁଦ୍ଧରେ ସ୍ୱର ଉଠାଇ ଆଜି ରାଜଧାନୀର ରାଜରାସ୍ତାରେ ବିଶାଳ ଶିକ୍ଷକସମାବେଶ ଅନୁଷ୍ଠିତ ହୋଇଥିଲା।
ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ଆହ୍ୱାନରେ ଆଜି ୫ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷାକର୍ମଚାରୀ ରାଜଧାନୀର ଲୋୟର ପି.ଏମ୍‌.ଜି. ସ୍ଥିତ ଗାନ୍ଧୀମାର୍ଗରେ ଏକତ୍ରିତ ହୋଇ ଏକ ବିଶାଳ ସମାବେଶ ସହ ଧାରଣାରେ ବସି ରହିଛନ୍ତି। ରାଜ୍ୟ ସରକାର ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କ ସମସ୍ୟା ସମାଧାନ ନିମନ୍ତେ ଗଠନ କରିଥିବା କମିଟି ତାଙ୍କର ରିପୋର୍ଟ ପ୍ରଦାନ କରି ସାରିଥିଲେ ମଧ୍ୟ ସରକାର ତାହାକୁ କାର୍ଯ୍ୟକାରୀ ନକରି କାଳକ୍ଷେପଣ ନୀତିକୁ ଆପଣାଇବା ପ୍ରତିବାଦରେ ଆଜିର ଏହି ମହାସମାବେଶ ଓ ଧାରଣାର ଆୟୋଜନ କରାଯାଇଛି ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ କ୍ଷୋଭର ସହିତ କହିଛନ୍ତି।
ସୂଚନାଥାଉକି, ଶିକ୍ଷକମାନଙ୍କର ସମସ୍ୟା ସମାଧାନ ନିମନ୍ତେ ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ କମିଟି ତାଙ୍କର ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରି ସାରିଛନ୍ତି। କିନ୍ତୁ ସରକାରଙ୍କ ତରଫରୁ ସମସ୍ୟା ସମାଧାନ ନିମନ୍ତେ ଅଦ୍ୟାବଧି କୌଣସି ତତ୍‌ପରତା ପ୍ରକାଶ ନପାଇବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ। ପ୍ରତିନିଧିମୂଳକ ଶାସନ ବ୍ୟବସ୍ଥା ଦୁର୍ବଳ ହୋଇ ପ୍ରଶାସନିକ ମୂଳକ ଶାସନ ବ୍ୟବସ୍ଥା ପ୍ରବଳ ହେବାରେ ଲାଗିଛି ବୋଲି ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି।
ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆଠଟି ସାମିଲ ସଂଗଠନର ନେତୃତ୍ୱମାନେ ନିମ୍ନୋକ୍ତ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦୃଢ଼ ଦାବି ଉପସ୍ଥାପନ କରିଥିଲେ। ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟମାନଙ୍କ ମଧ୍ୟରେ ୨୫୫୧ଟି ମାଧ୍ୟମିକ, ୯୪୦ଟି ମଧ୍ୟ ଇଂରାଜୀ, ୮୯ଟି ସଂସ୍କୃତ ଟୋଲ୍‌, ୧୩୮ଟି ମଦ୍ରାଶା ଏବଂ ୬୬୨ ଓ ୪୮୮ ବର୍ଗ ମହାବିଦ୍ୟାଳୟ ଚାଲୁ ରହିଛି । ଦୁଃଖ ଓ ପରିତାପର ବିଷୟ ଏହି ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରୁ ଅବସର ନେଇଥିବା ଓ ମୃତ୍ୟୁବରଣ କରୁଥିବା ଶିକ୍ଷକ କର୍ମଚାରୀମାନଙ୍କର ସଂଖ୍ୟା ପାଞ୍ଚ ହଜାରରୁ ଊର୍ଦ୍ଧ୍ୱରେ ପହଞ୍ଚିଲାଣି। ଏହି ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରୁ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ଅବସର ନେବା ପରଠାରୁ କୌଣସି ଅବସରକାଳୀନ ସୁବିଧା ସୁଯୋଗ କିମ୍ବା ଟଙ୍କାଟିଏ ପେନସନ୍ ମଧ୍ୟ ପାଆନ୍ତି ନାହିଁ । ପେନସନ୍ ପ୍ରଦାନ ପାଇଁ ନ୍ୟାୟାଳୟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ସରକାର କାହିଁକି ଏହାକୁ ଅଣଦେଖା କରି ଚାଲିଛନ୍ତି ବୋଲି ସମନ୍ୱୟ ସମିତି ପ୍ରଶ୍ନ ଉଠାଇଛି।
ଆମ ସମ୍ବିଧାନ, ଶିକ୍ଷା ବ୍ୟବସ୍ଥା ଅଧିନରେ କାର୍ଯ୍ୟକରୁଥିବା ବ୍ୟକ୍ତି ବିଶେଷଙ୍କୁ ସମାନତା ଓ ସାମାଜିକ ନ୍ୟାୟର ଗ୍ୟାରେଣ୍ଟି ଦେଇଥାଏ ମାତ୍ର ସରକାରଙ୍କର ଦୀର୍ଘ  ଦିନର ପ୍ରତିଶ୍ରୁତି, ଶିକ୍ଷା କମିଟିର ରିପୋର୍ଟ ପ୍ରଦାନ ପରେ କାଳକ୍ଷେପଣ ନୀତି ଅବଲମ୍ବନ ଓ ଶିକ୍ଷକମାନଙ୍କ ପ୍ରତି ବୈମାତୃକ ମନୋଭାବ ଶିକ୍ଷା ବ୍ୟବସ୍ଥାକୁ ଧ୍ୱସଂ ମୁଖକୁ ଠେଲି ଦେଉଛି। ଗୋଟିଏ ପଟେ ସମସ୍ତଙ୍କୁ ସମାନ ଶିକ୍ଷା ଓ ସମାନ ସୁବିଧାର ସ୍ଲୋଗାନ ଦିଆଯାଉଥିବା ବେଳେ ଅନ୍ୟପଟେ ସରକାରୀ, ପୂର୍ଣ୍ଣ ଅନୁଦାନ ପ୍ରାପ୍ତ, ନୂତନ ଅନୁଦାନ ପ୍ରାପ୍ତ, ଅଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୈଷମ୍ୟ ସୃଷ୍ଟି କରାଯାଇ ଗଣତନ୍ତ୍ରର ମୂଳଦୁଆକୁ କୁଠାରଘାତ କରାଯାଉଛି।
ଶିକ୍ଷକମାନଙ୍କର ସମସ୍ୟା କୌଣସି ବ୍ୟକ୍ତିଗତ ସମସ୍ୟା ନୁହେଁ, ଏହା ଶିକ୍ଷା ବ୍ୟବସ୍ଥାର ସମସ୍ୟା, ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତର ସମସ୍ୟା ଓ ସମାଜ ଉନ୍ନତିର ପ୍ରତିବନ୍ଧକ ବୋଲି ସମନ୍ୱୟ ସମିତି ତରଫରୁ ଦୃଢ଼ ଭାବେ କୁହାଯାଇଛି।
ଅନୁଦାନରୁ ବଞ୍ଚିତ ମାଧ୍ୟମିକ ବିଦ୍ୟାଳୟ, ସଂସ୍କୃତ ଟୋଲ୍‌, ଏମ୍‌.ଇ. ସ୍କୁଲ ଓ କେତେକ ମହାବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ  ଅନୁଦାନ ନପାଇ ଦୟନୀୟ ଅବସ୍ଥାରେ କାଳାତିପାତ କରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଶିକ୍ଷାଦାନ କରି ସେବା ଯୋଗାଇଥିବା ଶିକ୍ଷକ ଓ କର୍ମଚାରୀଟିଏ ବିନା ପାରିଶ୍ରମିକରେ କାର୍ଯ୍ୟକରିବା ଏବଂ ଅନୁଦାନ ପାଉଥିବା ଶିକ୍ଷକ କର୍ମଚାରୀମାନେ ଅବସର ନେବା ପରେ ଅଦାଲତର ନିର୍ଦ୍ଦେଶନାମା ଥିଲେ ମଧ୍ୟ ପେନସନରୁ ବଞ୍ଚିତ ହେବା ଯନ୍ତ୍ରଣାଦାୟକ।
ଅନୁଦାନ ପ୍ରତ୍ୟାଶୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ, ପୋଷାକପତ୍ର, ସାଇକେଲ, ପାଠ୍ୟପୁସ୍ତକ ତଥା ସମସ୍ତ ସରକାରୀ ସୁବିଧା ନପାଇବା ଜନପ୍ରିୟ ସରକାରଙ୍କ ପାଇଁ ଦୁଃଖଦାୟକ ଘଟଣା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ସାଜିଛି। ସରକାର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସମାନ ସୁବିଧା ଯୋଗାଇଦେବା ସହିତ ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ କୌଣସି ବାଛବିଚାର କରିବା ଉଚିତ ନୁହେଁ।
ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟା ଥିଲେ ମଧ୍ୟ ପ୍ରମୁଖ ଦାବି ମଧ୍ୟରେ ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ ସହିତ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଅବସର ନେଇଥିବା ଓ ନେବାକୁ ଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ ଚାକିରି ସର୍ତ୍ତାବଳୀ ସହ ପେନସନ୍‌, ଉଚ୍ଚ ଓ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶନାମା କାର୍ଯ୍ୟକରି କରିବା, ଶୂନ୍ୟପଡ଼ିଥିବା ପଦବୀରେ ନିଯୁକ୍ତି ବ୍ୟବସ୍ଥା ପ୍ରଚଳନ, ଗ୍ରେଡ଼ପେରେ ଥିବା ଅସଙ୍ଗତି, ୨୦୦୪ରୁ ୨୦୧୩ ମସିହା ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ୬ଟି ନୋସନାଲ ଇନକ୍ରିମେଣ୍ଟ ସହ ବରିଷ୍ଠତା ପ୍ରଦାନ, ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ସରକାରୀକରଣ, ଅବସର ବୟସ ସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି ଓ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ପ୍ରଚଳନ କରିବା ଆଦି ଅନ୍ତର୍ଭୁକ୍ତ।
ରାଜ୍ୟ ସରକାର ତୁରନ୍ତ ସମନ୍ୱୟ ସମିତିର ନେତୃତ୍ୱମାନଙ୍କ ସହିତ ଆଲୋଚନା କରି ଶିକ୍ଷାଭଳି ଏକ ସମ୍ବେଦନଶୀଳ କ୍ଷେତ୍ରରେ ଉପୁଜିଥିବା ନ୍ୟାୟିକ ଓ ଗଣତାନ୍ତ୍ରିକ ସମସ୍ୟାଗୁଡ଼ିକୁ ଅମଲାତାନ୍ତ୍ରିକ ଦୃଷ୍ଟି କୋଣରୁ ନୁହେଁ ବରଂ ରାଜନୈତିକ, ଜନହିତୈଶୀ, ଶିକ୍ଷାର ଗୁଣାତ୍ମକ ବିକାଶ ଓ ସାମ୍ବିଧାନିକ ମୂଲ୍ୟବୋଧର ଆଲୋକରେ ବିଚାର କରି ସମସ୍ୟାଗୁଡ଼ିକୁ ଖୁବ୍ ଶୀଘ୍ର ସମାଧାନ କରିବା ପାଇଁ ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶଙ୍କ ସମେତ ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ନିର୍ମଳା ପଣ୍ଡା, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଅଜୟ କୁମାର ପତି, ଗରୁଡ଼ ଚନ୍ଦ୍ର ସାହୁ, ରଞ୍ଜନ କୁମାର ପଣ୍ଡା, ଏମ୍‌.ଏ. କାସିମ୍ ବେଗ୍‌, ପ୍ରଶାନ୍ତ କୁମାର ପତି, ସୁରେଶ ଚନ୍ଦ୍ର ଦାଶ, ରାଜା ଓସିମ୍‌, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା, ଗଦାଧର ଶତପଥୀ, ରମାକାନ୍ତ ଲେଙ୍କା ଏବଂ ମଧୁସୂଦନ ଦେ ପ୍ରମୁଖ ବକ୍ତବ୍ୟ ମାଧ୍ୟମରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଛନ୍ତି।
ରାଜରାସ୍ତାରେ ଶିକ୍ଷକ ଶିକ୍ଷକ ସମାବେଶ ସମନ୍ୱୟ ସମିତି
Share. Facebook Twitter LinkedIn Email WhatsApp Copy Link

Related Posts

ପେଟ୍ରୋଲ ଓ ଡିଜେଲ ବିକ୍ରି ଏବଂ ବଣ୍ଟନ ଉପରେ ଅସ୍ଥାୟୀ କଟକଣା ପ୍ରତ୍ୟାହୃତ

June 30, 2026

ସଂଶୋଧିତ ପୁସ୍ତକ ଯୋଗାଇ ଦିଆଯିବ – ମନ୍ତ୍ରୀ

June 29, 2026

ବାଣପୁରରେ ଯୁବକଙ୍କ ମୃତ୍ୟୁ ମାମଲା: ହେପାଜତ ହିଂସା ଅଭିଯୋଗକୁ ଖଣ୍ଡନ କଲା ପୋଲିସ, ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା

June 29, 2026

Puri News: ମହାପ୍ରଭୁଙ୍କ ଗଜାନନ ବେଶ ଦେଖି ଭକ୍ତ ବିଭୋର, ମଙ୍ଗଳବାରଠାରୁ ପଟ୍ଟିଦିଅଁ ଦର୍ଶନ

June 29, 2026
Latest News

ପେଟ୍ରୋଲ ଓ ଡିଜେଲ ବିକ୍ରି ଏବଂ ବଣ୍ଟନ ଉପରେ ଅସ୍ଥାୟୀ କଟକଣା ପ୍ରତ୍ୟାହୃତ

June 30, 2026

ସଂଶୋଧିତ ପୁସ୍ତକ ଯୋଗାଇ ଦିଆଯିବ – ମନ୍ତ୍ରୀ

June 29, 2026

ବାଣପୁରରେ ଯୁବକଙ୍କ ମୃତ୍ୟୁ ମାମଲା: ହେପାଜତ ହିଂସା ଅଭିଯୋଗକୁ ଖଣ୍ଡନ କଲା ପୋଲିସ, ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା

June 29, 2026

Puri News: ମହାପ୍ରଭୁଙ୍କ ଗଜାନନ ବେଶ ଦେଖି ଭକ୍ତ ବିଭୋର, ମଙ୍ଗଳବାରଠାରୁ ପଟ୍ଟିଦିଅଁ ଦର୍ଶନ

June 29, 2026

Ranpur News: ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେଲେ ମହାବାହୁ

June 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.