Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଂଶତମ ପରିସଂଖ୍ୟାନ ଦିବସ ୨୦୨୬ରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ
ଆଜିର ଖବର

ବିଂଶତମ ପରିସଂଖ୍ୟାନ ଦିବସ ୨୦୨୬ରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

June 30, 2026No Comments6 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ
ଆଇଆରଏଡିଇ ଅନ୍ତର୍ଜାତୀୟ ସମ୍ମିଳନୀରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର ବିଂଶତମ ପରିସଂଖ୍ୟାନ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି । ସମାରୋହରେ ଉଦବୋଧନ ଦେଇ ଡକ୍ଟର ମିଶ୍ର ପ୍ରଫେସର ପ୍ରସାନ୍ତ ଚନ୍ଦ୍ର ମହାଲନୋବିସଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏଥିସହିତ ଭାରତର ପରିସଂଖ୍ୟାନ ବ୍ୟବସ୍ଥା ଗଠନରେ ତାଙ୍କର ପ୍ରମୁଖ ଅବଦାନକୁ ମନେ ପକାଇଛନ୍ତି । ସଚେତନ ପ୍ରଶାସନ ପାଇଁ ଦୃଢ଼ ପରିସଂଖ୍ୟାନର ଦୀର୍ଘସ୍ଥାୟୀ ଗୁରୁତ୍ୱ ଉପରେ ସେ ଜୋର୍‌ ଦେଇଛନ୍ତି । ଭିଜନ୍‌ ଡକ୍ୟୁମେଣ୍ଟ ୨୦୨୬-୩୧, ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ଉପରେ ପ୍ରଗତି ରିପୋର୍ଟ, ଶ୍ରମ ବଜାର ଏବଂ ଅନୌପଚାରିକ ଉଦ୍ୟୋଗଗୁଡ଼ିକର ପ୍ରଥମ ସହରସ୍ତରୀୟ ଆକଳନ ପ୍ରକାଶ ପାଇଁ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟକୁ ସେ ଅଭିନ୍ଦନନ ଜଣାଇଥିଲେ । ଡକ୍ଟର ମିଶ୍ର ଏହି ଅବସରରେ ସୁଖାତ୍ମେ ଜାତୀୟ ପୁରସ୍କାର ପାଇଥିବା ପ୍ରଫେସର ଅରୂପ ବୋଷଙ୍କୁ ମଧ୍ୟ ସମ୍ମାନିତ କରିଥିଲେ।

ଡକ୍ଟର ମିଶ୍ର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ତଥ୍ୟ-ଚାଳିତ ପ୍ରଶାସନ ଏବଂ ବିକଶିତ ଭାରତ ୨୦୪୭ର ଦୃଷ୍ଟିକୋଣ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ବର୍ଷର ପରିସଂଖ୍ୟାନ ଦିବସର ବାର୍ତ୍ତା ‘‘ପ୍ରଶାସନିକ ତଥ୍ୟର ସମ୍ଭାବନାକୁ ଉଜାଗର କରିବା’’ ଭାରତର ପରିସଂଖ୍ୟାନ ଇକୋସିଷ୍ଟମ ଏବଂ ପ୍ରମାଣ-ଆଧାରିତ ନୀତି ନିର୍ଦ୍ଧାରଣକୁ ସୁଦୃଢ଼ ​​କରିବା ଦିଗରେ ଏକ ପରିବର୍ତ୍ତନକାରୀ ପଦକ୍ଷେପକୁ ପ୍ରତିଫଳିତ କରେ । ଏହା ଅତ୍ୟନ୍ତ ପ୍ରାସଙ୍ଗିକ ଏବଂ ସମୟୋଚିତ।

ପରିସଂଖ୍ୟାନ କ୍ଷେତ୍ରରେ ଭାରତର ଅଗ୍ରଣୀ ଭୂମିକାକୁ ସ୍ମରଣ କରି ଡକ୍ଟର ପି.କେ. ମିଶ୍ର କହିଥିଲେ, ଦେଶ ୧୯୫୦ ଦଶକରେ ବିଶ୍ୱର ସର୍ବୋତ୍ତମ ସର୍ଭେ-ଆଧାରିତ ପରିସଂଖ୍ୟାନ ପ୍ରଣାଳୀ ମଧ୍ୟରୁ ଅନ୍ୟତମକୁ ପ୍ରସ୍ତୁତ କରିଥିଲା। ଜାତୀୟ ନମୁନା ସର୍ବେକ୍ଷଣ ଏକ ବିଶ୍ୱସ୍ତରୀୟ ପ୍ରଶଂସିତ ମଡେଲ ଭାବରେ ଉଭା ହୋଇଥିଲା । ଏହା ବିକାଶଶୀଳ ବିଶ୍ୱରେ ଗବେଷଣା ଏବଂ ନୀତି ନିର୍ଦ୍ଧାରଣକୁ ଆକାର ଦେଇଥିଲା। ଭାରତୀୟ ପରିସଂଖ୍ୟାନ ପ୍ରତିଷ୍ଠାନ ଏବଂ ସାଂଖ୍ୟ ପତ୍ରିକା ପ୍ରତିଷ୍ଠା କରିଥିବା ପ୍ରଫେସର ପି.ସି. ମହାଲନୋବିସଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଅବଦାନ ଭାରତରେ ଆଧୁନିକ ପରିସଂଖ୍ୟାନ ବିଜ୍ଞାନର ମୂଳଦୁଆ ପକାଇଥିଲା । ତାଙ୍କ ଚିନ୍ତାଧାରା ଦ୍ୱିତୀୟ ପଞ୍ଚବାର୍ଷିକ ଯୋଜନା ପ୍ରସ୍ତୁତିରେ ସହାୟକ ହୋଇଥିଲା ବୋଲି ଡକ୍ଟର ମିଶ୍ର କହିଥିଲେ । ନିଜସ୍ୱ ଶିକ୍ଷାଗତ ଅଭିଜ୍ଞତା ଉପରେ ଆଲୋକପାତ କରି ସେ ଆହୁରି କହିଥିଲେ, ଭାରତୀୟ ପରିସଂଖ୍ୟାନ ତଥ୍ୟ ଏବଂ ପଦ୍ଧତିକୁ ଦୀର୍ଘ ସମୟ ଧରି ପ୍ରମୁଖ ଅନ୍ତର୍ଜାତୀୟ ଗବେଷକମାନେ ଗୁରୁତ୍ୱ ଦେଇଆସୁଛନ୍ତି।  ପ୍ରଫେସର ସି.ଆର. ରାଓ ଏବଂ ପ୍ରଫେସର ପି.ଭି. ସୁଖାତ୍ମେଙ୍କ ପରି ପ୍ରଖ୍ୟାତ ପରିସଂଖ୍ୟାନବିଦଙ୍କ ଏଥିରେ ଅମୂଲ୍ୟ ଯୋଗଦାନ ରହିଛି । ସେମାନଙ୍କର ଅଗ୍ରଣୀ କାର୍ଯ୍ୟ ବିଶ୍ୱ ସ୍ତରରେ ଏହି କ୍ଷେତ୍ରକୁ ପ୍ରଭାବିତ କରି ଚାଲିଛି।

ଭାରତର ପରିସଂଖ୍ୟାନ ବ୍ୟବସ୍ଥାର ଆଧୁନିକୀକରଣ ବିଷୟରେ ମଧ୍ୟ ଡକ୍ଟର ପି.କେ. ମିଶ୍ର ମତ ରଖିଥିଲେ । ସେ କହିଥିଲେ, ଅନେକ ଦଶନ୍ଧିର ଉତ୍କର୍ଷତା ପରେ ଏହି ବ୍ୟବସ୍ଥା ପୁରୁଣା ଡାଟାସେଟ୍, ତଥ୍ୟ ପ୍ରସାରଣରେ ବିଳମ୍ବ, ଖଣ୍ଡିତ ପରିସଂଖ୍ୟାନ ଢାଞ୍ଚା, ଅସମାନ ତଥ୍ୟ ଗୁଣବତ୍ତା ଏବଂ ବୃତ୍ତିଗତ କ୍ଷମତା ହ୍ରାସ ଭଳି ଆହ୍ୱାନର ସାମ୍ନା କରିଥିଲା। ଏସବୁ ଆହ୍ୱାନର ସମାଧାନ କରିବାର ଚିନ୍ତାଧାରା ନେଇ ବିଶେଷଜ୍ଞ, ପ୍ରମୁଖ ପ୍ରତିଷ୍ଠାନ ଏବଂ ଅଂଶୀଦାରମାନଙ୍କ ବ୍ୟାପକ ବିଚାରବିମର୍ଶ ହୋଇଥିଲା । ଏହାପରେ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ଏକ ବ୍ୟାପକ ସଂସ୍କାରକୁ ରୂପ ଦେଇଥିଲା । ଏହି ଆଲୋଚନା ଓ ପର୍ଯ୍ୟାଲୋଚନାକୁ ଆଧାର କରି ମନ୍ତ୍ରଣାଳୟ ଏକ ସଂସ୍ଥାଗତ ତଦାରଖ ବ୍ୟବସ୍ଥା ଅଧୀନରେ ସମୟସୀମା କାର୍ଯ୍ୟକାରୀ କରିବା ପାଇଁ ୨୧୬ଟି ସୁପାରିସକୁ ଗ୍ରହଣ କରିଛି । ସଂସ୍କାର କାର୍ଯ୍ୟକାରୀ ହେବା ଫଳରେ ନୂତନ ଏବଂ ଉପଭୋକ୍ତା ଚାହିଦା-ଆଧାରିତ ସର୍ବେକ୍ଷଣ କରାଯାଇଛି । ସାମଗ୍ରିକ ଆର୍ଥିକ ସୂଚକାଙ୍କଗୁଡ଼ିକୁ ଅପଡେଟ୍‌ କରାଯାଇଛି । ଉନ୍ନତ ତଥ୍ୟର ପ୍ରସାରଣ ଏବଂ ଗୁରୁତ୍ୱପୂର୍ଣ୍ଣ ପଦ୍ଧତିଗତ ତଥା ପ୍ରକ୍ରିୟା ଆଧାରିତ ସଂସ୍କାର ପ୍ରଚଳନ ହୋଇଛି ।  ଏହା ଏକ ଅଧିକ ଦୃଢ଼, ବିଶ୍ୱସନୀୟ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପରିସଂଖ୍ୟାନ ବ୍ୟବସ୍ଥା ପାଇଁ ମୂଳଦୁଆ ପକାଇଛି।

୨୦୨୦ ରୁ ୨୦୨୫ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ମଧ୍ୟରେ ସଂସ୍କାର ପ୍ରକ୍ରିୟାକୁ ପରିଚାଳନା କରିବା ପାଇଁ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର ନେତୃତ୍ୱକୁ ଡକ୍ଟର ମିଶ୍ର ପ୍ରଶଂସା କରିଥିଲେ । ସେ କହିଥିଲେ, ୨୦୨୦ ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ପରିସଂଖ୍ୟାନ ମନ୍ତ୍ରଣାଳୟ ମିଳିତ ଭାବେ ସମସ୍ୟାଗୁଡ଼ିକର ବିଶ୍ଳେଷଣ, ପଦକ୍ଷେପ ନିର୍ଦ୍ଧାରଣ କରିବା ଏବଂ ଆହ୍ୱାନଗୁଡ଼ିକର ମୁକାବିଲା କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ ଉତ୍ପ୍ରେରକ ଏବଂ ସୁବିଧାଦାତା ଭାବରେ କାର୍ଯ୍ୟ କରିଥିଲା । ଏହା ମନ୍ତ୍ରଣାଳୟକୁ ଏକ ଦୃଢ଼, ଅଧିକ ବିଶ୍ୱସନୀୟ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପରିସଂଖ୍ୟାନ ପ୍ରଣାଳୀ ଗଠନ କରିବା ପାଇଁ ନିଜର ସଂସ୍ଥାଗତ ବିଶେଷଜ୍ଞତା ଓ କ୍ଷମତାକୁ ବ୍ୟବହାର କରିବାକୁ ସକ୍ଷମ କରିଥିଲା।

ଚଳିତ ବର୍ଷର ପରିସଂଖ୍ୟାନ ଦିବସର ବିଷୟବସ୍ତୁ “ପ୍ରଶାସନିକ ତଥ୍ୟର ସମ୍ଭାବନାକୁ ଉଜାଗତର କରିବା” ଉପରେ ଗୁରୁତ୍ୱାରୋପ କରି ଡକ୍ଟର ପି.କେ. ମିଶ୍ର କହିଥିଲେ, ଭାରତର ଦ୍ରୁତ ଡିଜିଟାଲ ପରିବର୍ତ୍ତନ ପ୍ରଶାସନିକ ତଥ୍ୟର ବିଶାଳ ଭଣ୍ଡାର ସୃଷ୍ଟି କରିଛି । ଏହା ପ୍ରମାଣ-ଆଧାରିତ ନୀତି ନିର୍ଦ୍ଧାରଣ ଏବଂ ପ୍ରଶାସନକୁ ଉଲ୍ଲେଖନୀୟ ଭାବରେ ସୁଦୃଢ଼ ​​କରିପାରିବ। ସେ କହିଥିଲେ, ପ୍ରଶାସନିକ ତଥ୍ୟକୁ ଏକ ରଣନୀତିକ ଜାତୀୟ ସମ୍ପତ୍ତି ଭାବରେ ବିବେଚନା କରାଯିବା ଉଚିତ । ଏହା ଉତ୍ତମ କାର୍ଯ୍ୟକ୍ରମ ଡିଜାଇନ୍, ଲକ୍ଷ୍ୟଭିତ୍ତିକ ସେବା ପ୍ରଦାନ ଏବଂ ସମୟୋଚିତ ନିଷ୍ପତ୍ତି ଗ୍ରହଣକୁ ସକ୍ଷମ କରିବ । କେନ୍ଦ୍ରୀୟ ମନ୍ତ୍ରଣାଳୟ, ବିଭାଗ, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଅଧିକ ସମନ୍ୱୟ ପାଇଁ ସେ ଆହ୍ୱାନ ଦେଇଥିଲେ । ବ୍ୟକ୍ତିଗତ ଗୋପନୀୟତା, ସୁରକ୍ଷା ଏବଂ ଗୋପନୀୟତାର ସର୍ବୋଚ୍ଚ ମାନଦଣ୍ଡକୁ ବଜାୟ ରଖି ତଥ୍ୟ ଆଦାନପ୍ରଦାନକୁ ସହଜ କରୁଥିବା ଆନ୍ତଃକାର୍ଯ୍ୟକ୍ଷମ ଏବଂ ସମନ୍ୱିତ ତଥ୍ୟ ଇକୋସିଷ୍ଟମ ସୃଷ୍ଟି ପାଇଁ ସେ ପରାମର୍ଶ ଦେଇଥିଲେ। ଡକ୍ଟର ମିଶ୍ର ଆହୁରି କହିଥିଲେ, ବିଶ୍ୱସନୀୟ ଏବଂ ଆନ୍ତଃପରିଚାଳିତ ଡାଟାସେଟ୍ ପ୍ରଶାସନରେ କୃତ୍ରିମ ବୁଦ୍ଧିମତା ବା ଏଆଇର ଦାୟିତ୍ୱପୂର୍ଣ୍ଣ ପ୍ରୟୋଗ ନିମନ୍ତେ ଆଧାର ପ୍ରଦାନ କରିବ । ଏହା ଅନୁଷ୍ଠାନଗୁଡ଼ିକରେ ଏକକାଳୀନ ମାନବ କ୍ଷମତା, ତଥ୍ୟ ସାକ୍ଷରତା ଏବଂ ବିଶ୍ଳେଷଣାତ୍ମକ କ୍ଷମତା ନିର୍ମାଣ କରିବାର ଆବଶ୍ୟକତାକୁ ଉପରେ ଜୋର୍‌ ଦେବ ।

ଭାରତର ପରିସଂଖ୍ୟାନ ବ୍ୟବସ୍ଥାରେ ଜାରି ରହିଥିବା ପରିବର୍ତ୍ତନ ଉପରେ ଆଲୋକପାତ କରି ଡକ୍ଟର ପି.କେ. ମିଶ୍ର କହିଥିଲେ, ପ୍ରଶାସନିକ ତଥ୍ୟ ଗ୍ରହଣ ଦେଶର ସମାବେଶୀ ଓ ପ୍ରମାଣ ଆଧାରିତ ପ୍ରଶାସନ ପ୍ରତି ଦୀର୍ଘକାଳୀନ ପ୍ରତିବଦ୍ଧତାର ବିସ୍ତାରକୁ ପ୍ରତିନିଧିତ୍ୱ କରିଥାଏ।

ଡକ୍ଟର ମିଶ୍ର କହିଥିଲେ, କମ୍ପ୍ୟୁଟର ଆଧାରିତ ବ୍ୟକ୍ତିଗତ ସାକ୍ଷାତକାର (ସିଏପିଆଇ) ମାଧ୍ୟମରେ ମନ୍ତ୍ରଣାଳୟ ସର୍ଭେ ପଦ୍ଧତିଗୁଡ଼ିକୁ ଆଧୁନିକୀକରଣ କରିଛି । ସେହିପରି ଜିଲ୍ଲା-ସ୍ତରୀୟ ଆକଳନ ପ୍ରସ୍ତୁତ କରିବା ପାଇଁ ନମୁନା ଡିଜାଇନକୁ ସଂଶୋଧିତ କରିଛି । ଏଥିସହିତ ଉଚ୍ଚ-ଫ୍ରିକ୍ୱେନ୍ସି ସର୍ଭେ ପ୍ରଚଳନ କରିଛି ଏବଂ ସରକାରୀ ପରିସଂଖ୍ୟାନ ପ୍ରକାଶ କରିବା ପାଇଁ ଲାଗୁଥିବା ସମୟକୁ ହ୍ରାସ କରିଛି । ଭାରତର ପରିବର୍ତ୍ତିତ ଅର୍ଥବ୍ୟବସ୍ଥାକୁ ଭଲଭାବେ ପ୍ରଦର୍ଶିତ କରିବା ଲାଗି ଜିଡିପି, ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଏବଂ ଶିଳ୍ପ ଉତ୍ପାଦନ ସୂଚକାଙ୍କ ଭଳି ପ୍ରମୁଖ ସାମଗ୍ରିକ ଆର୍ଥିକ ସୂଚକାଙ୍କୁ ନୂତନ ଆଧାର ବର୍ଷ ସହିତ ଅପଡେଟ୍‌ କରାଯାଉଛି ବୋଲି ସେ ଉଲ୍ଲେଖ କରିଥିଲେ। ଜାତୀୟ ମେଟାଡାଟା ଢାଞ୍ଚା ୨.୦, ମେସିନ୍‌ ରିଡେବଲ୍‌ ଡାଟା ଷ୍ଟାଣ୍ଡାର୍ଡ, ଓପନ ଏପିଆଇ ଏବଂ ଇ-ସାଂଖ୍ୟିକୀ, ଗୋଲ୍‌ଷ୍ଟାଟ୍ସ, ପାଇମାନା ଏବଂ ଇ-ସାକ୍ଷୀ ଭଳି ଡିଜିଟାଲ ପ୍ଲାଟଫର୍ମ ଏକ ଦୃଢ଼ ପ୍ରଶାସନିକ ତଥ୍ୟ ଇକୋସିଷ୍ଟମର ବିକାଶ କରିଛି । ଏସବୁ ତଥ୍ୟର ସୁଲଭତା, ଆନ୍ତଃକାର୍ଯ୍ୟକ୍ଷମତା ଏବଂ ବାସ୍ତବ-ସମୟ ପ୍ରଶାସନରେ ଉନ୍ନତି ଆଣିଛି ବୋଲି ସେ କହିଥିଲେ ।

ଡକ୍ଟର ମିଶ୍ର ଭାରତର ପରିସଂଖ୍ୟାନ ବ୍ୟବସ୍ଥାର ଜାରି ପରିବର୍ତ୍ତନକୁ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ଏବଂ ବିଶେଷଜ୍ଞ ପ୍ରତିଷ୍ଠାନଗୁଡ଼ିକର ସାମୂହିକ ପ୍ରୟାସ ଦ୍ୱାରା ପରିଚାଳିତ ଏକ ସଫଳତାର କାହାଣୀ ଭାବରେ ବର୍ଣ୍ଣନା କରିଥିଲେ। ସେ କହିଥିଲେ, ନୂତନ କମିଟି ଗଠନ ନକରି କିମ୍ବା ବାହ୍ୟ ପରାମର୍ଶଦାତାମାନଙ୍କୁ ନିୟୋଜିତ ନକରି ସଂସ୍କାର ହାସଲ କରାଯାଇଛି । ଯୁବ ଅଧିକାରୀମାନଙ୍କର ଏକ ଛୋଟ ଦଳ ବିବିଧ ସୁପାରିସଗୁଡ଼ିକୁ ଏକୀକୃତ ଏବଂ କାର୍ଯ୍ୟକ୍ଷମ ସଂସ୍କାରରେ ପରିଣତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

ଭବିଷ୍ୟତର କାର୍ଯ୍ୟପନ୍ଥା ଉପରେ ଆଲୋକପାତ କରି ଡକ୍ଟର ପି.କେ. ମିଶ୍ର କହିଥିଲେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପରିକଳ୍ପିତ, ଶାସନର ଭବିଷ୍ୟତ ତଥ୍ୟ-ଚାଳିତ ନିଷ୍ପତ୍ତି ଗ୍ରହଣ ଉପରେ ନିର୍ଭର କରେ। ଭାରତ ଏଆଇ-ପ୍ରସ୍ତୁତ ଡାଟାସେଟ୍ ଆଡକୁ ଅଗ୍ରସର ହେଉଥିବାରୁ, ପରିସଂଖ୍ୟାନ ବ୍ୟବସ୍ଥା ବିଶ୍ୱାସ, ସ୍ୱାଧୀନତା ଏବଂ କଠୋରତାର ନୀତିକୁ ବଜାୟ ରଖିବା ଉଚିତ। ପ୍ରଶାସନିକ ତଥ୍ୟ କେବଳ ସେତିକିବେଳେ ଏକ ଶକ୍ତିଶାଳୀ ଜାତୀୟ ସମ୍ପତ୍ତି ହୋଇପାରିବ ଯେତେବେଳେ ଏହା ଗୁଣବତ୍ତା, ଗୋପନୀୟତା ଏବଂ ସ୍ୱଚ୍ଛତାର ଦୃଢ଼ ମାନଦଣ୍ଡ ଦ୍ୱାରା ସମର୍ଥିତ ହେବ । ଏହା ସହିତ ନୂତନ ତଥ୍ୟ ଉତ୍ସକୁ ଗ୍ରହଣ କରିବା ସହିତ ସରକାରୀ ପରିସଂଖ୍ୟାନର ବିଶ୍ୱସନୀୟତା ଏବଂ ସ୍ୱାଧୀନତାକୁ ବଜାୟ ରଖିବାର ଆବଶ୍ୟକତା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ ।

ଡକ୍ଟର ମିଶ୍ର ଆହୁରି କହିଥିଲେ, କୃତ୍ରିମ ବୁଦ୍ଧିମତ୍ତା ପରିସଂଖ୍ୟାନ ବିଶ୍ଳେଷଣ ଏବଂ ନୀତି ନିର୍ଦ୍ଧାରଣ ପାଇଁ ପରିବର୍ତ୍ତନକାରୀ ସୁଯୋଗ ପ୍ରଦାନ କରେ । ତଥାପି ଏହାକୁ ଗ୍ରହଣ କରିବା ସମୟରେ ଦୃଢ଼ ପ୍ରଶାସନ, ପକ୍ଷପାତ, ଉତ୍ତରଦାୟିତ୍ୱ ଏବଂ ବ୍ୟାଖ୍ୟାକ୍ଷମତା ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ଫଳରେ ପ୍ରଯୁକ୍ତିବିଦ୍ୟାର ଉଦ୍ଭାବନ ସରକାରୀ ପରିସଂଖ୍ୟାନର ବିଶ୍ୱସନୀୟତାକୁ କ୍ଷତିଗ୍ରସ୍ତ କରିବା ପରିବର୍ତ୍ତେ ସୁଦୃଢ଼ କରିବାରେ ସହାୟକ ହେବ ।

ଅଭିଭାଷଣ ଶେଷରେ ଡକ୍ଟର ମିଶ୍ର କହିଥିଲେ, ପ୍ରଶାସନିକ ତଥ୍ୟର ପ୍ରକୃତ ସମ୍ଭାବନା କେବଳ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ନୁହେଁ, ବରଂ ଦୃଢ଼ ସାଂଗଠନିକ ଢାଞ୍ଚା ମାଧ୍ୟମରେ ସାକାର ହେବ। ଏହି ଢାଞ୍ଚା ଗୁଣବତ୍ତା, ଗୋପନୀୟତା, ପାରଦର୍ଶିତା ଏବଂ ସ୍ୱାଧୀନତାର ଉଚ୍ଚମାନଦଣ୍ଡ ସୁନିଶ୍ଚିତ କରିବ। ତଥ୍ୟ ଓ ପ୍ରମାଣ ଆଧାରିତ ପ୍ରଶାସନ ବିଷୟରେ ପ୍ରଫେସର ପି.ସି. ମହାଲନୋବିସଙ୍କ ଦୃଷ୍ଟିକୋଣକୁ ଦୋହରାଇ ସେ କହିଥିଲେ, ବିକଶିତ ଭାରତ ଆଡକୁ ଯାତ୍ରା ଭରସାଯୋଗ୍ୟ ତଥ୍ୟରେ ସଂରକ୍ଷିତ ହେବା ଉଚିତ। କାରଣ ଏହା ପ୍ରତ୍ୟେକ ନାଗରିକଙ୍କୁ ଗଣନା କରିବା ଏବଂ କେହି ଯେପରି ପଛରେ ପଡ଼ି ନଯିବେ ତାହା ସୁନିଶ୍ଚିତ କରିଥାଏ। ‘‘ସମସ୍ତ ନିଷ୍ପତ୍ତି ନିଜ ଆଧାରରେ ତଥ୍ୟ ହିଁ ହୋଇଥା’ନ୍ତି’’ ବୋଲି ପ୍ରଫେସର ସି.ଆର. ରାଓଙ୍କ ଉକ୍ତିକୁ ଉଦ୍ଧୃତ କରି ଡକ୍ଟର ମିଶ୍ର କହିଥିଲେ, ଜାତୀୟସ୍ତରରେ ନିଷ୍ପତ୍ତି ଗ୍ରହଣର ଗୁଣବତ୍ତା ସରକାରୀ ପରିସଂଖ୍ୟାନର ମାନ ଏବଂ ବିଶ୍ୱସନୀୟତା ଉପରେ ନିର୍ଭର କରେ। ସେ ସମାବେଶକୁ ସମ୍ବୋଧିତ କରିବା ଲାଗି ସୁଯୋଗ ଦେଇଥିବାରୁ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟକୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ସେ ସୁଖାତ୍ମେ ଜାତୀୟ ପୁରସ୍କାର ପାଇବା ପାଇଁ ପ୍ରଫେସର ଅରୂପ ବୋଷଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ରାଷ୍ଟ୍ର ନିର୍ମାଣରେ ନିରନ୍ତର ଅବଦାନ ପାଇଁ ପରିସଂଖ୍ୟାନ କ୍ଷେତ୍ରର ସମସ୍ତ ଅଂଶୀଦାରଙ୍କୁ ଶୁଭକାମନା ଜଣାଇଥିଲେ ।

ଡକ୍ଟର ପି.କେ.ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ବିଂଶତମ ପରିସଂଖ୍ୟାନ ଦିବସ ୨୦୨୬
Share. Facebook Twitter LinkedIn Email WhatsApp Copy Link

Related Posts

ଅମିତ ଶାହଙ୍କ ଉପସ୍ଥିତିରେ ଯମୁନା ଜଳ ପ୍ରକଳ୍ପର ନିର୍ମାଣ ଓ କାର୍ଯ୍ୟକାରିତା ପାଇଁ ଚୁକ୍ତି ସ୍ୱାକ୍ଷର

June 30, 2026

ବିକଶିତ ଗ୍ରାମ-ବିକଶିତ ଭାରତ’ ପାଇଁ ପ୍ରସ୍ତୁତ ହେଲା ସହଭାଗୀ ରୋଡମ୍ୟାପ୍

June 30, 2026

ବିସ୍ତୃତ ରାଶିଫଳ: ଜୁନ ୩୦ ତାରିଖ ମଙ୍ଗଳବାରରେ ଏହି ସାତୋଟି ରାଶିର ବ୍ୟକ୍ତି ହେବେ ମାଲେମାଲ

June 30, 2026

ପେଟ୍ରୋଲ ଓ ଡିଜେଲ ବିକ୍ରି ଏବଂ ବଣ୍ଟନ ଉପରେ ଅସ୍ଥାୟୀ କଟକଣା ପ୍ରତ୍ୟାହୃତ

June 30, 2026
Latest News

ବିଂଶତମ ପରିସଂଖ୍ୟାନ ଦିବସ ୨୦୨୬ରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

June 30, 2026

ଅମିତ ଶାହଙ୍କ ଉପସ୍ଥିତିରେ ଯମୁନା ଜଳ ପ୍ରକଳ୍ପର ନିର୍ମାଣ ଓ କାର୍ଯ୍ୟକାରିତା ପାଇଁ ଚୁକ୍ତି ସ୍ୱାକ୍ଷର

June 30, 2026

ବିକଶିତ ଗ୍ରାମ-ବିକଶିତ ଭାରତ’ ପାଇଁ ପ୍ରସ୍ତୁତ ହେଲା ସହଭାଗୀ ରୋଡମ୍ୟାପ୍

June 30, 2026

ବିସ୍ତୃତ ରାଶିଫଳ: ଜୁନ ୩୦ ତାରିଖ ମଙ୍ଗଳବାରରେ ଏହି ସାତୋଟି ରାଶିର ବ୍ୟକ୍ତି ହେବେ ମାଲେମାଲ

June 30, 2026

ପେଟ୍ରୋଲ ଓ ଡିଜେଲ ବିକ୍ରି ଏବଂ ବଣ୍ଟନ ଉପରେ ଅସ୍ଥାୟୀ କଟକଣା ପ୍ରତ୍ୟାହୃତ

June 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.