Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଟିଇଆରରେ ୫ଦିନିଆ ମ୍ୟାଥ୍‌ମାଟିକ୍ସ ଇନ୍ ମେସିନ୍ ଲର୍ଣ୍ଣିଂ କର୍ମଶାଳା ଉଦ୍‌ଘାଟିତ
ଆଜିର ଖବର

ଆଇଟିଇଆରରେ ୫ଦିନିଆ ମ୍ୟାଥ୍‌ମାଟିକ୍ସ ଇନ୍ ମେସିନ୍ ଲର୍ଣ୍ଣିଂ କର୍ମଶାଳା ଉଦ୍‌ଘାଟିତ

June 30, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଇଟିଇଆରରେ ୫ଦିନିଆ ମ୍ୟାଥ୍‌ମାଟିକ୍ସ ଇନ୍ ମେସିନ୍ ଲର୍ଣ୍ଣିଂ କର୍ମଶାଳା ଉଦ୍‌ଘାଟିତ
ଆଇଟିଇଆରରେ ୫ଦିନିଆ ମ୍ୟାଥ୍‌ମାଟିକ୍ସ ଇନ୍ ମେସିନ୍ ଲର୍ଣ୍ଣିଂ କର୍ମଶାଳା ଉଦ୍‌ଘାଟିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଗଣିତ ବିଭାଗ ପକ୍ଷରୁ ମଙ୍ଗଳବାର “ମ୍ୟାଥ୍‌ମାଟିକ୍ସ ଇନ୍ ମେସିନ୍ ଲର୍ଣ୍ଣିଂ” (ଡବ୍ଲ୍ୟୁଏମ୍‌ଏମ୍‌ଏଲ୍‌-୨୦୨୬) ସମ୍ପର୍କିତ ଏକ ୫ ଦିବସୀୟ କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏନ୍‌ଆଇଟି ରାଉରକେଲାର ଗଣିତ ବିଭାଗର ବରିଷ୍ଠ ପ୍ରଫେସର (ଡକ୍ଟର) ସ୍ନେହାଶିଷ ଚକ୍ରବର୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଗଣିତର ବିନା ସହାୟତାରେ ମେସିନ ଶିକ୍ଷଣ ସହିତ ପ୍ରଯୁକ୍ତିବିଦ୍ୟାର ଉନ୍ନତି ଘଟିବା ଅସମ୍ଭବ। ସେ ଅଭିନବ ଚିନ୍ତାଧାରା, ବିଭିନ୍ନ ପ୍ରକାର ଜ୍ଞାନ କୌଶଳ ପ୍ରୟୋଗ କରି ସମସ୍ୟାର ସମାଧାନ କରିବା ସହିତ ମେସିନ୍ ଲର୍ଣ୍ଣିଂରେ ଗଣିତର ପ୍ରୟୋଗ ଉପରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେଇଥିଲେ। ବର୍ତ୍ତମାନ କୃତ୍ରିମ ବୁଦ୍ଧିମତା (ଏଆଇ)କୁ ବୁଝିବା ଏବଂ ଏହାକୁ ବ୍ୟବହାର କରିବାରେ ଗଣିତର ଭୂମିକା ବେଶ୍ ଗୁରୁତ୍ୱ ରହିଛି ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରି ବହୁବିଧ ଗବେଷଣା ଓ ମେସିନ୍ ଲର୍ଣ୍ଣିଂ କ୍ଷେତ୍ରରେ ଗଣିତର ଗୁରୁତ୍ୱ ଉପରେ ଆଲୋକପାତ କରି ଗଣିତରେ ପାରଙ୍ଗମ ହେବା ଆବଶ୍ୟକ ବୋଲି କହିଥିଲେ। ଏହି ପ୍ରଶିକ୍ଷଣ ଅଧିବେଶନରୁ ଲାଭବାନ ହେବା ପାଇଁ ଶିକ୍ଷାର୍ଥୀମାନଙ୍କୁ ସେ ଉତ୍ସାହିତ କରିବା ସହ କର୍ମଶାଳାର ବିଷୟବସ୍ତୁ ଉପରେ ଗୁରୁତ୍ୱାରୋପ କରିଥିଲେ।

ସୋଆର କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଏଭଳି କର୍ମଶାଳା ଦ୍ୱାରା ଛାତ୍ରଛାତ୍ରୀମାନେ ଖୁବ୍ ଉପକୃତ ହେବେ। କିପରି ଭାବେ ମେସିନ୍ ଲର୍ଣ୍ଣିଂରେ ଗଣିତର ପ୍ରୟୋଗ କରାଯାଇ ପାରିବ ଏବଂ ଭବିଷ୍ୟତରେ ଏହି ପ୍ରଶିଷଣ ଛାତ୍ରଛାତ୍ରୀମାନଙ୍କୁ କିପରି ସାହଯ୍ୟ କରିବ ସେ ନେଇ ସେ ବକ୍ତବ୍ୟ ରଖିଥିଲେ।

ଆଇଟିଇଆର୍‌ର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ କହିଥିଲେ ଯେ ମେସିନ୍ ଲର୍ଣ୍ଣିଂ କ୍ଷେତ୍ରରେ ଗଣିତର କେତେ ଆବଶ୍ୟକତା ରହିଛି ସେ ନେଇ ଏହି କର୍ମଶାଳାରେ ଛାତ୍ରାଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ତେବେ ଏଆଇକୁ ବ୍ୟବହାର କରିବା ଓ ତାକୁ ବୁଝିବା ପାଇଁ ଗଣିତର ଆବଶ୍ୟକତା ରହିଛି। ମେସିନ୍ ଲର୍ଣ୍ଣିରେ ଗଣିତ କିପରି ବ୍ୟବହାର ହେବ ଓ ଆଗକୁ ଛାତ୍ରଛାତ୍ରୀମାନେ କିପରି ଏହାର ସୁବିଧା ପାଇପାରିବେ ସେ ନେଇ ଏହି କର୍ମଶାଳାରେ ଆଲୋଚନା କରାଯିବ ବୋଲି ପ୍ରଫେସର ସାହୁ କହିଥିଲେ।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆଇଟିଇଆରର ଗଣିତ ବିଭାଗର ବିଭାଗୀୟ ମୁଖ୍ୟ ତଥା ଡବ୍ଲ୍ୟୁଏମ୍‌ଏମ୍‌ଏଲ୍‌-୨୦୨୬ ଅର୍ଗାନାଇଜିଂ ଚେୟାର ପ୍ରଫେସର ସୁନିତା ଚାନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୁଝାଇଥିଲେ।

ଏହି କର୍ମଶାଳାରେ ଦେଶର ବିଭିନ୍ନ ପ୍ରାନ୍ତ ତଥା ରାଜ୍ୟରୁ ପ୍ରାୟ ୭୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରୁଛନ୍ତି। କର୍ମଶାଳାରେ ଥିଓରୀ ଓ ପ୍ରାକ୍ଟିକାଲ ଉପରେ ଗୁରୁତ୍ୱ ଦିଆଯିବ। ପ୍ରତିଦିନ ବିଭିନ୍ନ ବିଷୟବସ୍ତୁ ଉପରେ ବାହାରୁ ଆସିଥିବା ବିଶେଷଜ୍ଞ ଯଥା ଏନ୍‌ଆଇଟି ଦୁର୍ଗାପୁରର ପ୍ରଫେସର ନନ୍ଦ ଦୁଲାଲ ଜାନା ଓ ଆଇଆଇଟି ପାଟନାର ପ୍ରଫେସର ପ୍ରତିଭାମୟ ଦାସ ଆଲୋଚନାଚକ୍ର, ଲ୍ୟାବ୍ ସେସନ୍‌, ଇଂଟରାକ୍ଟିଭ୍ ସେସନ୍ ଏବଂ ମେସିନ୍ ଲର୍ଣ୍ଣିଂ ଆପ୍ଲିକେସନ୍ ଉପରେ ପ୍ରଶିକ୍ଷଣ ପ୍ରଦାନ କରିବେ।

କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ଧବଳେଶ୍ୱର ମହାପାତ୍ର ଧନ୍ୟବାଦ ଅର୍ପଣ କରିବା ସହିତ ସହ ସଂଯୋଜକ ଡକ୍ଟର ଶ୍ରଦ୍ଧାରାମ ସ୍ୱାଇଁ ଏବଂ ଡକ୍ଟର ଲୋପାମୁଦ୍ରା ଦାସ ଏହି କର୍ମଶାଳାକୁ ପରିଚାଳନା କରିଥିଲେ।

ଆଇଟିଇଆର ଡବ୍ଲ୍ୟୁଏମ୍‌ଏମ୍‌ଏଲ୍‌-୨୦୨୬ ଶିକ୍ଷା ଓ ଅନୁସନ୍ଧାନ ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ପୁଲିସରେ ଗଠନ ହେବ ୩ ନୂଆ ବିଭାଗ

August 12, 2026

ରାଜ୍ୟ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ୬ ବିଭାଗର ୧୦ ପ୍ରସ୍ତାବକୁ ମଞ୍ଜୁରୀ, ପେପରଲେସ୍‌ ହେବ ସରକାରୀ କାର୍ଯ୍ୟାଳୟ

August 12, 2026

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO

August 12, 2026

Urdu Poets’ Conference: ଭୁବନେଶ୍ବରରେ ଆୟୋଜିତ ହେଲା ଉର୍ଦ୍ଦୁ କବି ସମ୍ମିଳନୀ

August 12, 2026
Latest News

ଗ୍ରାମୀଣ ଜ୍ଞାନ ସେତୁ ଆପର ଶୁଭାରମ୍ଭ କଲେ ଅମିତ ଶାହ

August 12, 2026

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

August 12, 2026

ଓଡ଼ିଶା ପୁଲିସରେ ଗଠନ ହେବ ୩ ନୂଆ ବିଭାଗ

August 12, 2026

ବେଲୁଚିସ୍ତାନରେ ପାକିସ୍ତାନୀ ସେନାର ନରସଂହାର: ୯ ଶିଶୁ ଓ ୭ ମହିଳାଙ୍କ ସମେତ ୨୮ ମୃତ

August 12, 2026

ରାଜ୍ୟ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ୬ ବିଭାଗର ୧୦ ପ୍ରସ୍ତାବକୁ ମଞ୍ଜୁରୀ, ପେପରଲେସ୍‌ ହେବ ସରକାରୀ କାର୍ଯ୍ୟାଳୟ

August 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.