Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୟଦେବ ବିହାର–ନନ୍ଦନକାନନ ରାସ୍ତାରେ ୬ଟି ଫ୍ଲାଏଓଭର ନିର୍ମାଣକୁ ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି
ଆଜିର ଖବର

ଜୟଦେବ ବିହାର–ନନ୍ଦନକାନନ ରାସ୍ତାରେ ୬ଟି ଫ୍ଲାଏଓଭର ନିର୍ମାଣକୁ ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

July 2, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭୁବନେଶ୍ୱରର ଟ୍ରାଫିକ୍ ସମସ୍ୟା ହ୍ରାସ ପାଇଁ ରାଜ୍ୟ ସରକାର ଏକ ବୃହତ୍ ପଦକ୍ଷେପ ନେଇଛନ୍ତି। ଜୟଦେବ ବିହାରରୁ ନନ୍ଦନକାନନ ହୋଇ ବାରଙ୍ଗ ଓ କଟକ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଯାତାୟାତ ସୁନିଶ୍ଚିତ କରିବା ଲକ୍ଷ୍ୟରେ ୫୭୯ କୋଟି ଟଙ୍କା ବ୍ୟୟରେ ମେଗା ସଡ଼କ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ପ୍ରକଳ୍ପଟିକୁ ୨ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଏହି ପ୍ରକଳ୍ପ ଅନୁଯାୟୀ, କଳିଙ୍ଗ ଷ୍ଟାଡିୟମ ଗେଟ୍ ନଂ–୪ରୁ ରଘୁନାଥପୁର ସେତୁ ପର୍ଯ୍ୟନ୍ତ ପ୍ରାୟ ୯.୫ କିଲୋମିଟର ରାସ୍ତାର ଆମୂଳଚୂଳ ପରିବର୍ତ୍ତନ କରାଯିବ। ବର୍ତ୍ତମାନର ୬-ଲେନ୍ ରାସ୍ତାକୁ ୮-ଲେନ୍‌ରେ ପ୍ରସାରିତ କରାଯିବା ସହ ଉଭୟ ପାର୍ଶ୍ୱରେ ସର୍ଭିସ୍ ରୋଡ୍ ନିର୍ମାଣ ହେବ।

ପ୍ରକଳ୍ପର ସବୁଠାରୁ ବଡ଼ ଆକର୍ଷଣ ହେଉଛି ମୋଟ ୬ଟି ଫ୍ଲାଏଓଭର ନିର୍ମାଣ। ଜୟଦେବ ବିହାର ଛକରେ ବର୍ତ୍ତମାନର ଫ୍ଲାଏଓଭର ଉପରେ ୪-ଲେନ୍ କେବଲ୍-ଷ୍ଟେଡ୍ ସେତୁ ନିର୍ମାଣ ହେବ। ସେହିପରି କଳିଙ୍ଗ ହସ୍ପିଟାଲ୍ ଛକ, ଡମଣା ଛକ, କିଟ୍ ଛକ ଓ କଳାରାହାଙ୍ଗ ଛକରେ ସ୍ୱତନ୍ତ୍ର ୪-ଲେନ୍ ଫ୍ଲାଏଓଭର ତିଆରି କରାଯିବ। ଫ୍ଲାଏଓଭର ଉପରେ ୪ ଲେନ୍ ଓ ତଳେ ୪ ଲେନ୍ ରାସ୍ତା ରହିବାରୁ ଟ୍ରାଫିକ୍ ପ୍ରବାହ ଅଧିକ ସୁଗମ ହେବ।

ଏହାଛଡ଼ା ପ୍ରକଳ୍ପରେ ଅଣ୍ଡରପାସ୍, ସବ୍‌ୱେ, ସ୍ଲିପ୍ ରୋଡ୍, ୫.୫ ମିଟର ସର୍ଭିସ୍ ରୋଡ୍, ୭.୫ ମିଟର ସ୍ଲିପ୍ ରୋଡ୍, ରାଉଣ୍ଡଅବାଉଟ୍, ପାର୍କିଂ ବେ, ଉନ୍ନତ ଡ୍ରେନେଜ୍ ବ୍ୟବସ୍ଥା, ଆଧୁନିକ ରୋଡ୍ ମାର୍କିଂ, ଆଲୋକୀକରଣ, ସଡ଼କ ସୁରକ୍ଷା ବ୍ୟବସ୍ଥା ଓ ବୃକ୍ଷରୋପଣ କରାଯିବ। ନିର୍ମାଣ ପରେ ୧୦ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣର ଦାୟିତ୍ୱ ମଧ୍ୟ ନିର୍ମାଣକାରୀ ସଂସ୍ଥା ଉପରେ ରହିବ।

ଏହି ପ୍ରକଳ୍ପର ଟେଣ୍ଡର ଦିନେଶ ଚନ୍ଦ୍ର ଆର୍. ଅଗ୍ରୱାଲ୍ ଇନଫ୍ରାକନ୍ ପ୍ରାଇଭେଟ୍ ଲିମିଟେଡ୍କୁ ଦିଆଯାଇଛି ଏବଂ ଏହାକୁ ରାଜ୍ୟ କ୍ୟାବିନେଟ୍ ଚୂଡ଼ାନ୍ତ ଅନୁମୋଦନ ଦେଇଛି।

ସରକାରଙ୍କ ମତାନୁସାରେ, ପ୍ରକଳ୍ପଟି କାର୍ଯ୍ୟକାରୀ ହେଲେ ଜୟଦେବ ବିହାର–ନନ୍ଦନକାନନ–ବାରଙ୍ଗ–କଟକ କରିଡରରେ ଟ୍ରାଫିକ୍ ଜାମ୍ କମିବ, ଯାତ୍ରା ସମୟ ଓ ଇନ୍ଧନ ବ୍ୟୟ ହ୍ରାସ ପାଇବ ଏବଂ ଦୁର୍ଘଟଣାର ଆଶଙ୍କା ମଧ୍ୟ କମିବ। ଏହା ଭୁବନେଶ୍ୱରର ଦୀର୍ଘମିଆଦୀ ସହରୀ ପରିବହନ ବ୍ୟବସ୍ଥାକୁ ନୂଆ ଦିଗ ଦେବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।

ଜୟଦେବ ବିହାର–ନନ୍ଦନକାନନ ରାସ୍ତା ଫ୍ଲାଏଓଭର ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଦେ ମାତରମ୍ ଗାନକୁ ବାରଣ କଲା କଂଗ୍ରେସ?: ସ୍ପଷ୍ଟୀକରଣ ଜାରି କଲେ ଜୟରାମ ରମେଶ

August 15, 2026

ପାର୍ଲେର ଗୋଦାମରେ ଚଢାଉ: ମିଳିଲା ମିଆଦ ଶେଷ ହୋଇଥିବା ଫ୍ରୁଟି ଏବଂ ଆପି, ଲାଇସେନ୍ସ ରଦ୍ଦ 

August 15, 2026

ସ୍ୱାଧୀନତା ଦିବସରେ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ମାଗଣା ଶିକ୍ଷାରୁ ଏଆଇ ଟ୍ରେନିଂ, ଆସିବ ୪ ମେଡିକାଲ କଲେଜ

August 15, 2026

ଓଲଟିଲା ଅଟୋ; ୮ ଛାତ୍ରଛାତ୍ରୀଙ୍କ ସମେତ ଚାଳକ ଆହତ

August 15, 2026
Latest News

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଧିନତା ଦିବସ ଏବଂ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

August 15, 2026

ବାଣପୁରରେ ସାଇବର ସୁରକ୍ଷା ଅଭିଯାନ

August 15, 2026

ବନ୍ଦେ ମାତରମ୍ ଗାନକୁ ବାରଣ କଲା କଂଗ୍ରେସ?: ସ୍ପଷ୍ଟୀକରଣ ଜାରି କଲେ ଜୟରାମ ରମେଶ

August 15, 2026

ଭୁଲ ପ୍ରଥା ଆଗକୁ ବଢାଉଛନ୍ତି ରାହୁଲ: ଲାଲକିଲ୍ଲା ସମାରୋହରେ ଯୋଗନଦେବାରୁ ବିଜେପିର ଟାର୍ଗେଟ

August 15, 2026

ପାର୍ଲେର ଗୋଦାମରେ ଚଢାଉ: ମିଳିଲା ମିଆଦ ଶେଷ ହୋଇଥିବା ଫ୍ରୁଟି ଏବଂ ଆପି, ଲାଇସେନ୍ସ ରଦ୍ଦ 

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.