ଭୁବନେଶ୍ଵର : ଆନ୍ଦୋଳନରତ ସରକାରୀ ଡାକ୍ତରଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ନେଇଛନ୍ତି ରାଜ୍ୟ ସରକାର । ଆନ୍ଦୋଳନ ଛାଡ଼ି ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ଆହ୍ୱାନ କରିବା ସହ ଓଏମ୍ଏଚ୍ଏସ୍ କ୍ୟାଡର ଡାକ୍ତରଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଆନ୍ଦୋଳନରେ ସାମିଲ ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ନୋଟିସ୍ ପରେ ଚାକିରିରୁ ଅବ୍ୟାହତି ଦେବାକୁ ସମସ୍ତ ସିଡିଏମ୍ଓ ଓ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।
ସରକାର କହିଛନ୍ତି, ଡାକ୍ତରମାନେ କାର୍ଯ୍ୟରେ ଫେରିବା ପରେ ସେମାନଙ୍କ ଦାବି ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। କିନ୍ତୁ ରୋଗୀ ସେବା ବ୍ୟାହତ ହେଲେ ଆବଶ୍ୟକ ଆଇନଗତ ଓ ପ୍ରଶାସନିକ ପଦକ୍ଷେପ ନିଆଯିବ ବୋଲି ସ୍ପଷ୍ଟ କରିଛନ୍ତି।


