Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଅତିଥି ଶିକ୍ଷକ ନିଯୁକ୍ତିରେ ବିଳମ୍ବ ହେତୁ ପାଠପଢ଼ା ପ୍ରଭାବିତ ହେଉଛି’: ଓଷ୍ଟା
ଆଜିର ଖବର

‘ଅତିଥି ଶିକ୍ଷକ ନିଯୁକ୍ତିରେ ବିଳମ୍ବ ହେତୁ ପାଠପଢ଼ା ପ୍ରଭାବିତ ହେଉଛି’: ଓଷ୍ଟା

July 4, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ୱର: ରାଜ୍ୟରେ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ବହୁମାତ୍ରାରେ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଅବସର ନେଇଯିବା ପରେ ଏବେ ବିଦ୍ୟାଳୟଗୁଡ଼ିକ କମ୍ ସଂଖ୍ୟକ ଶିକ୍ଷକ ବା କେତେକ ସ୍ଥାନରେ ଜଣେ ଦୁଇଜଣ ଶିକ୍ଷକରେ ଚାଲୁଅଛି। ଶିକ୍ଷାବର୍ଷ ଆରମ୍ଭରୁ ମାଧ୍ୟମିକ ବିଦ୍ୟାଳୟରେ ଅତିଥି ଶିକ୍ଷକ ନିଯୁକ୍ତିରେ ସରକାର ଅହେତୁକ ବିଳମ୍ବ କରୁଥିବାରୁ ଏହା ଅଗଣିତ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବାଧକ ସାଜୁଛି ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି।
ପ୍ରକାଶଥାଉକି, ରାଜ୍ୟରେ ୨୦୦୪ ମସିହା ଠାରୁ ଅନୁଦାନ ପାଇ ଆସୁଥିବା ବିଦ୍ୟାଳୟଗୁଡ଼ିକ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ଶୂନ୍ୟ ହୋଇଗଲାଣି। ପ୍ରତିମାସରେ ଅନେକ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଅବସର ନେଉଛନ୍ତି। ଏହି ବିଦ୍ୟାଳୟଗୁଡ଼ିକରେ ନିଯୁକ୍ତି ବ୍ୟବସ୍ଥା ନଥିବାରୁ ଧୀରେ ଧୀରେ ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ଘୋର ଅଭାବ ଦେଖାଦେଉଛି। ପ୍ରାୟ ୫୬୦୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଇତିମଧ୍ୟରେ ଅବସର ନେଲେଣି ଓ ତନ୍ମଧ୍ୟରୁ କେତେକ ମୃତ୍ୟୁବରଣ ମଧ୍ୟ କଲେଣି। ଏହି ବିଦ୍ୟାଳୟ ଗୁଡ଼ିକ ଜଣେ  କିମ୍ବା ଦୁଇଜଣ ଶିକ୍ଷକରେ ଚାଲୁଅଛି, ଯାହାର ଭାଗ୍ୟ ଓ ଭବିଷ୍ୟତ ସରକାରଙ୍କ ହାତରେ। ସରକାର ତୁରନ୍ତ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ଏସ୍‌.ଏସ୍‌.ବି. ମାଧ୍ୟମରେ ସ୍ଥାୟୀ ଶିକ୍ଷକ ନିଯୁକ୍ତିର ବ୍ୟବସ୍ଥା କରି ଶିକ୍ଷକ ଅଭାବରୁ ଭାଙ୍ଗିବାକୁ ବସିଥିବା ଏହି ବିଦ୍ୟାଳୟ ଗୁଡ଼ିକୁ ପୁନଃକ୍ଷମ କରାନ୍ତୁ। ବିଦ୍ୟାଳୟ ମାନଙ୍କରେ ଜାତୀୟ ଶିକ୍ଷାନୀତି ୨୦୨୦ ଲାଗୁ କରିବା ପାଇଁ ସରକାର ତତ୍ପରତା ପ୍ରକାଶ କରିଛନ୍ତି ମାତ୍ର ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ନିଯୁକ୍ତି କରିବା ପାଇଁ ସରକାରଙ୍କର ଇଚ୍ଛାଶକ୍ତିର ଅଭାବ ରହିଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।
ଅନ୍ୟ ପକ୍ଷରେ ସରକାର ଯେଉଁ ଅତିଥି ଶିକ୍ଷକମାନଙ୍କୁ ନେଇ ବିଦ୍ୟାଳୟର ପାଠପଢ଼ା କାମ ଚଳାଉଛନ୍ତି ସେହି ଅତିଥି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ମଧ୍ୟ ଅହେତୁକ ବିଳମ୍ବ ଘଟୁଛି। ଫଳରେ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ା ବିଶେଷ ଭାବେ ପ୍ରଭାବିତ  ହେଉଛି। ସରକାର +୩ ଏବଂ +୨ ଶ୍ରେଣୀରେ ଶିକ୍ଷାବର୍ଷ ଆରମ୍ଭରୁ ଅତିଥି ଶିକ୍ଷକ ନିଯୁକ୍ତି ଦେଇଛନ୍ତି ମାତ୍ର ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ଏପର୍ଯ୍ୟନ୍ତ କୌଣସି ଅତିଥି ଶିକ୍ଷକ ନିଯୁକ୍ତ ହୋଇ ନାହାଁନ୍ତି। ବିଦ୍ୟାଳୟ ଗୁଡ଼ିକରେ ଶହ ଶହ ଛାତ୍ରଛାତ୍ରୀ ପାଠ ପଢ଼ୁଥିଲାବେଳେ ଜଣେ କିମ୍ବା ଦୁଇଜଣ ଶିକ୍ଷକରେ କିପରି ବିଦ୍ୟାଳୟର ପାଠପଢ଼ା ଚାଲିବ ତାହାକୁ ନେଇ ଅଭିଭାବକ, ବୁଦ୍ଧିଜୀବୀ, ଶିକ୍ଷାବିତ୍ ତଥା ସାଧାରଣଜନତାଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ସ୍ଥାୟୀ ଶିକ୍ଷକ ନିଯୁକ୍ତି କରିବା ପାଇଁ ସରକାରଙ୍କ ନିକଟରେ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ତାହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇ ନପାରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଅବସର ନେବାପରେ ପିଲାମାନଙ୍କର କ୍ରୀଡ଼ା, ବ୍ୟାୟାମ ଆଦି ଶିକ୍ଷଣରେ ବାଧା ଉପୁଜୁଛି। ତେଣୁ ଅବସର ପରେ ନୂତନ ଓ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ କ୍ରୀଡ଼ା ଶିକ୍ଷକମାନଙ୍କୁ ମଧ୍ୟ ଅତିଥି ଶିକ୍ଷକ ଭାବେ ନିଯୁକ୍ତିର ବ୍ୟବସ୍ଥା କରାଯିବା ଏବଂ ଏହି ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ା କିପରି ସୁରୁଖୁରୁରେ ଚାଲିବ ସେଥିନିମନ୍ତେ ସଂଗଠନ ତରଫରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।
ରାଜ୍ୟରେ ନୂତନ ଭାବରେ ଦାୟିତ୍ୱ ନେଇଥିବା ଜନପ୍ରିୟ ସରକାର ତାଙ୍କର ଦୁଇବର୍ଷ ପୂର୍ତ୍ତି ପାଳନ କରିଥିଲେ ମଧ୍ୟ ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ବ୍ୟବସ୍ଥାରେ ସେପରି କିଛି ନୂତନତ୍ୱ ପରିଲକ୍ଷିତ ହୋଇନାହିଁ। ବିଦ୍ୟାଳୟରେ ସ୍ଥାୟୀ ନିଯୁକ୍ତି ବ୍ୟବସ୍ଥା ପ୍ରଦାନ କରିବା ପର୍ଯ୍ୟନ୍ତ ସରକାର ଅତିଥି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଯଥାଶୀଘ୍ର ନିଯୁକ୍ତି ପ୍ରଦାନ କରି ବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ଓଷ୍ଟା ପକ୍ଷରୁ ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନିଳମଣୀ ପୁରୋହିତ, ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସମ୍ପାଦକ ବ୍ରଜ କିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର ଏବଂ ଶିକ୍ଷାପ୍ରଦୀପ ସମ୍ପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି।
ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓଷ୍ଟା ଶିକ୍ଷାବର୍ଷ ଆରମ୍ଭ
Share. Facebook Twitter LinkedIn Email WhatsApp Copy Link

Related Posts

‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ରେ ମୁଖ୍ୟମନ୍ତ୍ରୀ, ଦେଶ ବିଭାଜନର କଳା ଅଧ୍ୟାୟକୁ କଲେ ସ୍ମରଣ

August 15, 2026

‘ହର ଘର ତିରଙ୍ଗା’ ଅଭିଯାନ: ଦେଶପ୍ରେମ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ କଲା ଭାରତୀୟ ରେଳବାଇ

August 15, 2026

ଦେଶ ଭକ୍ତି, ଦେଶ ପ୍ରେମ ଓ ଜାତୀୟତାବୋଧର ପ୍ରତୀକ ତ୍ରିରଙ୍ଗା: ଭୁବନେଶ୍ୱର ସାଂସଦ

August 15, 2026

ଆଜି ଅଗଷ୍ଟ ୧୫ରେ କଣ ରହିଛି ଆପଣଙ୍କର ରାଶିଫଳ: ଜାଣନ୍ତୁ ବିସ୍ତୃତ ଭାଗ୍ୟଫଳ

August 15, 2026
Latest News

‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ରେ ମୁଖ୍ୟମନ୍ତ୍ରୀ, ଦେଶ ବିଭାଜନର କଳା ଅଧ୍ୟାୟକୁ କଲେ ସ୍ମରଣ

August 15, 2026

‘ହର ଘର ତିରଙ୍ଗା’ ଅଭିଯାନ: ଦେଶପ୍ରେମ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ କଲା ଭାରତୀୟ ରେଳବାଇ

August 15, 2026

ଦେଶ ଭକ୍ତି, ଦେଶ ପ୍ରେମ ଓ ଜାତୀୟତାବୋଧର ପ୍ରତୀକ ତ୍ରିରଙ୍ଗା: ଭୁବନେଶ୍ୱର ସାଂସଦ

August 15, 2026

ଆଜି ଅଗଷ୍ଟ ୧୫ରେ କଣ ରହିଛି ଆପଣଙ୍କର ରାଶିଫଳ: ଜାଣନ୍ତୁ ବିସ୍ତୃତ ଭାଗ୍ୟଫଳ

August 15, 2026

ବିନୟତୋଷ ମିଶ୍ର ହେଲେ ଅନ୍ତରୀଣ ଡିଜିପି, ନୂଆ ଡିଜିପି ନିଯୁକ୍ତି ପର୍ଯ୍ୟନ୍ତ ଦିଆଗଲା ଦାୟିତ୍ବ

August 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.