Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲଘୁଚାପ ପ୍ରଭାବ: ସାରା ରାଜ୍ୟରେ ଲଗାଣ ବର୍ଷା, ୮ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
ଆଜିର ଖବର

ଲଘୁଚାପ ପ୍ରଭାବ: ସାରା ରାଜ୍ୟରେ ଲଗାଣ ବର୍ଷା, ୮ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

July 5, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ରର ପ୍ରଭାବରେ ସାରା ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି। ଆଜି ମଧ୍ୟ ରାଜ୍ୟର ବହୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାବେଳେ ୮ଟି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (IMD)। ସମ୍ଭାବ୍ୟ ପରିସ୍ଥିତିକୁ ନେଇ ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଥିବାବେଳେ ସାଧାରଣ ଲୋକଙ୍କୁ ମଧ୍ୟ ଅନାବଶ୍ୟକ ଘରୁ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ଦୁଇ ଦିନ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ। ଆଜି ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, କଳାହାଣ୍ଡି ସମେତ ମୋଟ ୮ଟି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ସ୍ୱଳ୍ପ ସମୟ ମଧ୍ୟରେ ଅତି ପ୍ରବଳ ବର୍ଷା ହେବା ସହ ଜଳବନ୍ଦୀ, ସହରାଞ୍ଚଳରେ ଜଳଜମା ଏବଂ ଛୋଟ ନଦୀନାଳରେ ଜଳସ୍ତର ବୃଦ୍ଧିର ଆଶଙ୍କା ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ଉଲ୍ଲେଖନୀୟ ବର୍ଷା ରେକର୍ଡ କରାଯାଇଛି। ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଥିବାବେଳେ ବିଭିନ୍ନ ସହରରେ ଜଳଜମା ଯୋଗୁଁ ଯାତାୟାତ ବ୍ୟାହତ ହୋଇଛି। ସେହିପରି ବର୍ଷା ଜାରି ରହିଥିବାରୁ ନଦୀ ଓ ଜଳାଶୟଗୁଡ଼ିକର ଜଳସ୍ତର ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି।

ସମ୍ଭାବ୍ୟ ବନ୍ୟା ଓ ଜଳବନ୍ଦୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ନଦୀକୂଳ ଏବଂ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସତର୍କ ରହିବା ସହ ବର୍ଷା ସମୟରେ ଅନାବଶ୍ୟକ ଯାତ୍ରା ଏଡ଼ାଇବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

#weather #IMD #Rain
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ବେଧଡ଼କ ଚାଲିଛି ଟ୍ୟାଙ୍କର୍‌ କ୍ଷୀର ବିକ୍ରି

October 25, 2026

ରିଆଲିଟି ଶୋ’ରୁ ବାହାରିବା ପରେ ଅଭିନେତ୍ରୀଙ୍କୁ ରେପ୍ ଓ ହତ୍ୟା ଧମକ

October 25, 2026

ସୁନାବେଡ଼ା ବନଖଣ୍ଡରେ ୨.୬୦ କୋଟି ହଡ଼ପ: ଫେରାର ବରିଷ୍ଠ ସହାୟକ ଗିରଫ

October 25, 2026

Pahlé India Foundation Report: ସ୍ଥାୟୀ ଉତ୍ପାଦନରୁ ରାଜ୍ୟ ମଧ୍ୟରେ ଅଧିକ ମୂଲ୍ୟ ସୃଷ୍ଟି କରିପାରିବ ଓଡିଶା

October 25, 2026
Latest News

Mann Ki Baat 139: ଆଜି ମନ୍ କି ବାତ୍ କୁ ପୁରିଲା ୧୨ ବର୍ଷ, ଏହି ଦୀର୍ଘ ଯାତ୍ରାକୁ ମନେ ପକାଇଲେ ମୋଦି

October 25, 2026

‘ବସୁଧୈବ କୁଟୁମ୍ବକମ୍’ କେବଳ କଥାରେ ନୁହେଁ, କାର୍ଯ୍ୟରେ ପରିପ୍ରକାଶ ପାଉଛି: କେନ୍ଦ୍ର ବୈଦେଶିକ ମନ୍ତ୍ରୀ

October 25, 2026

ଭୁବନେଶ୍ୱରରେ ବେଧଡ଼କ ଚାଲିଛି ଟ୍ୟାଙ୍କର୍‌ କ୍ଷୀର ବିକ୍ରି

October 25, 2026

ଫାରୁକ ଅବଦୁଲ୍ଲାଙ୍କ ବୟାନରେ ବିବାଦ: ଆଜାଦଙ୍କ ଜବାବ – ‘ପାକିସ୍ତାନ ହିଁ ଶତ୍ରୁ’

October 25, 2026

ରିଆଲିଟି ଶୋ’ରୁ ବାହାରିବା ପରେ ଅଭିନେତ୍ରୀଙ୍କୁ ରେପ୍ ଓ ହତ୍ୟା ଧମକ

October 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.